Sunday, October 4, 2026
30.6 C
Odisha

    ଶଙ୍ଖ ଭବନକୁ ନେଇ ବିଭ୍ରାନ୍ତି କରାନଯାଉ : ବିଜେଡି

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ବିଜୁ ଜନତା ଦଳର ପାର୍ଟି ଅଫିସ୍ ଶଙ୍ଖ ଭବନକୁ ନେଇ ରାଜସ୍ବ ମନ୍ତ୍ରୀ ଦେଇଥିବା ବୟାନକୁ ନେଇ ମୁହଁ ଖୋଲିଛନ୍ତି ବିଜେଡିର ବିରିଷ୍ଠ ନେତା। ଶଙ୍ଖ ଭବନରେ ପ୍ରେସମିଟ୍ କରି ବିଜେଡିର ବିରିଷ୍ଠ ନେତା ତଥା ମୁଖପାତ୍ର ଦେବୀ ମିଶ୍ର କହିଛନ୍ତି ଶଙ୍ଖ ଭବନକୁ ନେଇ ବିଭ୍ରାନ୍ତି କରାନଯାଉ। ଆଇନ ଆଧାରରେ ନିର୍ମାଣ ହୋଇଛି ଶଙ୍ଖ ଭବନ। ବିଜେଡିର ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନ ଯେଉଁ ଜମି ଉପରେ ଏହା ନିର୍ମାଣ ହୋଇଛି, ସେଥିରେ ଆବଣ୍ଟନକୁ ନେଇ ବେଞ୍ଚ ମାର୍କ ଭ୍ୟାଲୁ ଆଇନ ଆଧାରରେ କରାଯାଇଛି। ଖାତା ନମ୍ବର ୧୧୨ ପ୍ଲଟ ୭୯୭, ୭୯୮, ୮୦୦, ୭୯୭/୮୪୯ । ଏହି ଜମି କମ୍ପାଟ ପାର୍ସଲରେ ପଟ୍ଟା ଦିଆଯାଇଛି। ଗଙ୍ଗନଗରର ଏହି ପ୍ଲଟର ବେଞ୍ଚ ମାର୍କ ଭ୍ୟାଲୁ ୧୨ କୋଟି ୩୮ ଲକ୍ଷ ୬୦ ହଜାର। ସବୁ ମିଶାଇ ପାଖାପାଖି ୧୩ କୋଟି ପୈଠ କରାଯାଇଥିଲା। ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ୧୧ ବିଭାଗ ମାଗିଥିବା ଆବେଦନରେ ପ୍ରଣବ ପ୍ରକାଶ ଦାସ ବିଜେଡି ଅଫିସ ପାଇଁ ପାଇଥିଲେ। ୧ ଏକର ୧୮୩ ଡିସିମିଲି ବିଜେଡି ପାର୍ଟି ଅଫିସ୍ ପାଇଁ ଏବଂ ସେହି ଦିନ ବିଜେପି ପାର୍ଟି ଅଫିସ ପାଇଁ ଖାରବେଳ ନଗରରେ ୧ ଏକର ୨୬୯ ଡିସିମିଲି ଜମି ପାଇଥିଲା। ଜମି ପାଇବା ପରେ ବିଜେଡି ପକ୍ଷରୁ ପ୍ରଚଳିତ ଆଇନ ଓ ବ୍ୟବସ୍ଥା ଅନୁସାରେ ଗୃହ ନିର୍ମାଣ ହୋଇଛି । ମୁଖ୍ୟ ରାସ୍ତା ନୁହେଁ ଏକ ଉପଗଳି ବୋଲି ଅଛି ଡକ୍ୟୁମେଣ୍ଟ । ଶଙ୍ଖ ଭବନକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି । ଶଙ୍ଖ ଭବନ ନିର୍ମାଣକୁ ନେଇ କୌଣସି ଆଇନଗତ ଅସଙ୍ଗତି ନାହିଁ । ଦୁଇଟି କ୍ୱାର୍ଟର ଭିତରେ (Conservancy lane) ବା ଉପଗଳି ବୋଲି ଦସ୍ତାବିଜ ଅଛି। ହେଲେ ତାହା ସର୍ବସାଧାରଣଙ୍କ ସଡ଼କ ବୋଲି ଉଲ୍ଲେଖ ନାହିଁ। ରୁଲ ୮ ଉପଧାରା ୪ରେ institutional residence ଭାବେ ଦିଆଯାଇଛି। ଗଙ୍ଗନଗର ଅଞ୍ଚଳର ବେଞ୍ଚ ମାର୍କ ଭ୍ୟାଲୁ ଅନୁସାରେ ନିଆଯାଇଛି। ସରକାରୀ ନଥିପତ୍ର ସବୁ ଅଛି। ହେଲେ ରାଜସ୍ୱ ମନ୍ତ୍ରୀଙ୍କୁ ବୋଧେ ଏନେଇ ଠିକ ଭାବେ ଅବଗତ କରାଯାଇ ନାହିଁ ବୋଲି ବିଜେଡି ମୁଖପାତ୍ର ଦେବୀ ମିଶ୍ର କହିଛନ୍ତି।

    ସେହିପରି ବିଜେଡି ପ୍ରେସମିଟରେ ମିଡ଼ିଆ ସଂଯୋଜକ ଲେନିନ ମହାନ୍ତି କହିଛନ୍ତି ଗୁଜବ ସୃଷ୍ଟି କରିବା ବିଜେପିର କାମ। କେବଳ ବ୍ଲେମ ଗେମ କରି ଠାଉରିଆ ଭାବେ ବିଜେପି ଖସିବାକୁ ଯାଉଛି। ସାଧାରଣ ଲୋକ କହିଲେ ଦୁଃଖ ଲାଗି ନଥାନ୍ତା, ହେଲେ ରାଜସ୍ୱ ମନ୍ତ୍ରୀ କହିବା କେବଳ ଲୋକଙ୍କୁ ବିଭ୍ରାନ୍ତି ଓ ମତିଭ୍ରମ କରିବା ଉଦେଶ୍ୟରେ। ରାଜ୍ୟବାସୀଙ୍କ ଯେଉଁ ପ୍ରତିଶୃତି ଦେଇ ସରକାରକୁ ଆସିଛନ୍ତି, ତାହା ପୂରଣ କରନ୍ତୁ। ମନଗଢା ଓ ବିଭ୍ରାନ୍ତିକର କଥା କୁହନ୍ତୁନାହିଁ। ରାଜସ୍ୱ ମନ୍ତ୍ରୀ ଟିକେ ପାଠ ପଢି ଟିପ୍ପଣୀ ଦିଅନ୍ତୁ। ନ ହେଲେ ଲୋକେ ହସିବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ