ଫ୍ୟାସନ ପାଇଁ ଆଜିକାଲି ଝିଅମାନେ ହାଇହିଲ୍ ପିନ୍ଧିବାକୁ ବେଶ୍ ଭଲପାଉଛନ୍ତି । ପ୍ରାକୃତ୍ତିକ ଉପାୟରେ ଝିଅମାନେ ନିଜର ହାଇଟି ବଢାଇବାକୁ ଚାଁହୁଛନ୍ତି । ଯାହାଫଳରେ ଆମ ଶରୀର ଉପରେ ଏହାର କୁପ୍ରଭାବ ପକାଇଥାଏ । ହାଇହିଲ ଆମ ମାଂସପେଶୀକୁ ଅସନ୍ତୁଳିତ କରିଦେଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ହାଇହିଲ ଆମ ଶରୀର ଉପରେ କେଉଁସବୁ ପ୍ରଭାବ ପକାଏ । ତେବେ ଆସନ୍ତୁ ହାଇହିଲ୍ ୟୁଜ୍ର ନକରାତ୍ମକ ପ୍ରଭାବ ଏବଂ ସେଥିରୁ କିଭଳି ଭାବେ ମୁକ୍ତି ପାଇହେବ ସେସମ୍ପର୍କରେ ଜାଣିବା ।
ପାଦରେ ଯନ୍ତ୍ରଣା : ହାଇହିଲର ୟୁଜ ପରେ ପ୍ରଥମେ ପାଦରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଆମ ଶରୀରର ଓଜନକୁ ପାଦ ନିୟନ୍ତ୍ରଣ କରିଥାଏ । ହାଇହିଲ ୟୁଜ୍ ଦ୍ବାରା ପାଦରେ ଫୋଟକା ଏବଂ ଆଙ୍ଗୁଠି ବା ପାଦ ଫ୍ୟାକ୍ଚର ହେବାର ଆଶଙ୍କା କରାଯାଇଥାଏ ।
ବାଲାନ୍ସ ସମସ୍ୟା : ପାଦ ସଙ୍କୁଚିତ ହେବା ଫଳରେ ଚାଲିବାରେ ସମସ୍ୟା ସୃଷ୍ଟି ହୋଇଥାଏ ।ଯାହା ଦ୍ବାରା ପଡିଯିବା ବା ପାଦ ମୋକଚିହେବା ଭଳି ସମସ୍ୟା ଦେଖାଦେଇଥାଏ । ଯେଉଁଥି ପାଇଁ ବାଲାନ୍ସ କରି ଚାଲିବା କଷ୍ଟକର ହୋଇଯାଏ ।
ଅଣ୍ଟା ଏବଂ ପିଠିରେ ଯନ୍ତ୍ରଣା : ପାଦ ଆମ ସମ୍ପୂର୍ଣ୍ଣ ଶରୀରକୁ ସମ୍ଭାଳିବାରେ ସାହାଯ୍ୟ କରିଥାଏ । ପାଦକୁ ସମ୍ପୂର୍ଣ୍ଣ ଶରୀରର ମୁଳଦୁଆ କହିଲେ କିଛି ଭୁଲ ହେବ ନାହିଁ । ହାଇହିଲ ୟୁଜ୍ ଦ୍ବାରା ପାଦର ଚାପକୁ ବଢାଇ ଅଣ୍ଟା ଓ ପିଠିରେ ପ୍ରଭାବ ପକାଇଥାଏ ।
ମୁକ୍ତି ପାଇବାର ଉପାୟ : ଯଦି ଆପଣ ଏଥିରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ହାଇହିଲ ଠାରୁ ଦୂରରେ ରୁହନ୍ତୁ । ଫ୍ଲାଟ୍ ଚପଲ ପିନ୍ଧିବାର ଅଭ୍ୟାସ କରନ୍ତୁ। ଯଦି ଆପଣଙ୍କୁ ହିଲ୍ ଜୋତା ପିନ୍ଧିବା ପସନ୍ଦ ତେବେ ୨ଇଞ୍ଚରୁ ଅଧିକ ଲମ୍ବାର ହିଲ୍କୁ ବ୍ୟବହାର କରନ୍ତୁ ନାହିଁ ।
ବିଶେଷଜ୍ଞମାନଙ୍କ ଅନୁଯାୟୀ ଅଧିକାଂଶ ସମୟ ଖାଲି ପାଦରେ ଚଟାଣ କିମ୍ବା ଗାଲିଚା ଉପରେ ଚାଲିବାର ଅଭ୍ୟାସକୁ ଆପଣାଇବା ଉଚିତ୍ ।