ଆମ ସମସ୍ତଙ୍କୁ ଜଣା ବାଦାମରେ ଭରପୁର ମାତ୍ରାରେ ଭିଟାମିନ ଇ, କ୍ୟାଲସିୟମ, ଫାଇବର, ଆଇରନ, ମ୍ୟାଗନେସିୟମ, ଆଣ୍ଟି-ଅକ୍ସିଡେଣ୍ଟ, ଆଣ୍ଟି -ଏଜିଙ୍ଗ ଗୁଣ ଭରି ରହିଥାଏ । ଏମିତିରେ ଏହାର ସେବନ କରିବା ଦ୍ୱାରା ଶରୀରର ଇମ୍ୟୁନିଟି ବଢିବା ସହ ଓଜନ ନିୟନ୍ତ୍ରଣରେ ରହିଥାଏ । ଆପଣ ନିଜ ଡାଏଟରେ ଭିନ୍ନ ଭିନ୍ନ ତରିକାରେ ଏହାକୁ ସାମିଲ କରିପାରିବେ । ତେବେ ଆସନ୍ତୁ ବାଦାମ ଖାଇବାର ସଠିକ ତରିକା ଓ ଏହାର ଫାଇଦା ବିଷୟରେ ଜାଣିରଖିବା:
କେମିତି ଡାଏଟରେ କରିବେ ସାମିଲ: ରାତିସାରା ୫ଟି ବାଦାମ ପାଣିରେ ଭିଜେଇ ଦିଅନ୍ତୁ । ସକାଳେ ଏହାର ଚୋପାକୁ ଛଡ଼ାଇ ଦିଅନ୍ତୁ ଖାଲି ପେଟରେ ଚୋବାଇ ଦିଅନ୍ତୁ ।
ଆପଣ କଷ୍ଟର୍ଡ, ବାଦାମ ସେକ, ସ୍ମୁଦି, କେକ୍ ଆଦିରେ ମିଶାଇ ଖାଇପାରିବେ ।
ସନ୍ଧ୍ୟା ସମୟରେ ଛୋଟ ଛୋଟ ଭୋକ ମେଣ୍ଟାଇବା ପାଇଁ ବି ଆପଣ ବାଦାମକୁ ହାଲୁକା ଭାଜି ଖାଇପାରିବେ ।
ନଚେତ କ୍ଷୀରରେ ବାଦାମ ପେଷ୍ଟ ମିଶେଇ ସେବନ କରିପାରିବେ ।
ଇମ୍ୟୁନିଟି ବଢ଼ାଇଥାଏ : ପୋଷକ ତତ୍ତ୍ୱ ବା ଆଣ୍ଟି-ଆକ୍ସିଡେଣ୍ଟ ପରି ଗୁଣରେ ଭରପୁର ବାଦାମ ଖାଇବା ଦ୍ୱରା ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇଥାଏ ।
ଏହା ବ୍ୟତୀତ ଶରୀରକୁ ବିଭିନ୍ନ ରୋଗ ସହିତ ଲଢ଼ିବା ପାଇଁ ବି ଶକ୍ତି ମିଳିଥାଏ ।
ବାଦାମରେ କୋଲେଷ୍ଟେରଲ ନଥିବାରୁ ଏହାର ସେବନ ଦ୍ୱାରା ଶରୀରରେ LDL ଲେବଲ କମିଥାଏ । ଏହା ସହ ହୃଦୟ ବି ସୁସ୍ଥ ରହିଥାଏ ।
ବିଭିନ୍ନ ପ୍ରକାର ହେଲଦି ଫ୍ୟାଟରେ ଭରପୁର ହୋଇଥିବାରୁ ଏହାକୁ ଖାଇବା ଦ୍ୱାରା ଲମ୍ବା ସମୟ ପର୍ଯ୍ୟନ୍ତ ଭୋକ ଲାଗିନଥାଏ । ତେଣୁ ଓଜନ ନିୟନ୍ତ୍ରଣ ପାଇଁ ଚିନ୍ତା କରୁଥିବା ଲୋକଙ୍କ ପାଇଁ ଏହା ଖୁବ ଭଲ ବିକଳ୍ପ ।
ଆଖିର ଜ୍ୟୋତି ବଢ଼ାଇବାରେ ବି ବାଦାମ ଏକ ଭଲ ଖାଦ୍ୟ । ଆଖିର ଜ୍ୟୋତି ବଢିବା ସହିତ ଏହା ସହ ଜଡିତ ଅନ୍ୟାନ ସମସ୍ୟା ବି ଦୂର ହୋଇଥାଏ ।
ବୟସାଧିକ ଦାଗ କମ କରିବା ସହିତ କେଶକୁ ମଜବୁତ କରିଥାଏ ବାଦାମ ।
ବାଦାମ ପେଷ୍ଟକୁ କ୍ଷୀରରେ ମିଶାଇ ଚେହେରା ଲଗାଇପାରିବେ ।
କେଶ ଘନ କରିବା ସହ ଏହାର ଚମକ ମଧ୍ୟ ବଢିଥାଏ ।