Thursday, November 20, 2025
26.5 C
Odisha

    ଶାଲିମାର-ସମ୍ୱଲପୁର ମହିମା ଗୋସାଇଁ ଏକ୍ସପ୍ରେସ୍ ଲାଇନଚ୍ୟୁତ, ସମସ୍ତ ଯାତ୍ରୀ ସୁରକ୍ଷିତ

    ଆଗକୁ ପଢନ୍ତୁ

    ସମ୍ୱଲପୁର: ଟ୍ରାକରୁ ଖସିଲା ଟ୍ରେନ୍ । ଶାଲିମାର-ସମ୍ୱଲପୁର ମହିମା ଗୋସ୍ବାମୀ ଏକ୍ସପ୍ରେସ୍ ଲାଇନଚ୍ୟୁତ । ସମ୍ୱଲପୁର ନିକଟରେ ଲାଇନଚ୍ୟୁତ ହୋଇଥିବା ପୂର୍ବତଟ ରେଲଓ୍ୱେ ପକ୍ଷରୁ ସୂଚନା ଦିଆଯାଇଛି । ଟ୍ରେନଟି ଭୁବନେଶ୍ୱରରୁ ସମ୍ୱଲପୁର ଯାଉଥିବା ବେଳେ ଜେନେରାଲ୍ କୋଚର ଗୋଟିଏ ବଗି ଡିରେଲ ହୋଇଛି ।

    ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ସକାଳ ସାଢେ ୯ଟାରୁ ୧୦ଟା ମଧ୍ୟରେ ଟ୍ରେନ୍ ଲାଇନଚ୍ୟୁତ ହୋଇଥିବା ସୂଚନା ମିଳିଛି । ଲାଇନଚ୍ୟୁତ ବଗିକୁ ଛାଡି ସମ୍ବଲପୁର ଗଲା ଟ୍ରେନ୍ । ରେଲୱେ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.5 ° C
    26.5 °
    26.5 °
    52 %
    1.8kmh
    0 %
    Thu
    27 °
    Fri
    28 °
    Sat
    28 °
    Sun
    28 °
    Mon
    28 °

    ସମ୍ବନ୍ଧିତ