Thursday, April 2, 2026
37.1 C
Odisha

    ଶିକ୍ଷା ବିଭାଗ ପକ୍ଷରୁ ଡ୍ରପ୍‌ଆଉଟ୍‌ ସର୍ଭେ କାର୍ଯ୍ୟ ଆରମ୍ଭ

    ଆଗକୁ ପଢନ୍ତୁ

    କନ୍ଧମାଳ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକରେ ଆଜିଠାରୁ ଡ୍ରପ୍‌ ଆଉଟ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏହା ମେ’ ୫ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ବ୍ଲକ ଶିକ୍ଷାଧିକାରୀ ମହେଶର ମାଝି ଓ ସିଆରସିସି ସୌଦାମିନି ସାହୁଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପଣସପଡି ଉଚ୍ଚ ପ୍ରାଥମିକ ଶିକ୍ଷୟିତ୍ରୀ ଶିକ୍ଷକମାନେ ନିଜ ଅଞ୍ଚଳରେ ଘରକୁ ଘର ବୁଲି ଡ୍ରପ୍‌ ଆଉଟ୍‌ ସର୍ଭେ କାର୍ଯ୍ୟ ଆରମ୍ଭ କରିଛନ୍ତି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ନମିତା ପ୍ରହରାଜ ଏକ ୪ ଜଣିଆ ଟିମ୍‌ ଗଠନ କରି ଶିକ୍ଷୟିତ୍ରୀ ସବିତା ମହାନ୍ତି , ଜ୍ୟୋତିର୍ମୟୀ ଶତପଥୀ, ମିନାକ୍ଷୀ ତ୍ରିପାଠୀ,ପ୍ରମିଳା ବଳିଆରସିଂ, ମୋହିନୀ ପ୍ରଧାନ, ସୁଦୀପ୍ତା ମହାପାତ୍ର , ଲକ୍ଷ୍ମୀପ୍ରିୟା ମଲ୍ଲିକ, ଶିକ୍ଷକ ରଞ୍ଜନ କୁମାର ପାନିଗ୍ରାହୀଙ୍କୁ ନେଇ ୪ଟି ସାହିକୁ ଯାଇ ଶୂନରୁ ୧୮ ବର୍ଷର ପିଲାଙ୍କୁ ଚିହ୍ନଟ କରିବେ ଶିକ୍ଷୟିତ୍ରୀ/ଶିକ୍ଷକ। କେଉଁ ଗ୍ରାମର କେତେ ପିଲା ଅଧାରୁ ପାଠପଢ଼ା ଛାଡ଼ିଛନ୍ତି ତାହାର ତାଲିକା ପ୍ରସ୍ତୁତ କରିଛନ୍ତ। ଆଖପାଖ ଅଞ୍ଚଳ ସମେତ ନିକଟବର୍ତ୍ତୀ ଗାଁ ,ସାହି, କଲୋନୀରେ ପହଞ୍ଚି ସେମାନେ ପିଲାଙ୍କ ସମ୍ପର୍କରେ ଟିକିନିଖି ତଥ୍ୟ ସଂଗ୍ରହ କରିବେ ଗାଁରେ କେତେ ପିଲା ରହିଛନ୍ତି? ପିଲାଙ୍କ ନାମ, ବୟସ, ଲିଙ୍ଗ ଆଦି ବିଷୟରେ ତଥ୍ୟ ସଂଗ୍ରହ କରିଛନ୍ତ। କେଉଁ କାରଣ ପାଇଁ ଅଧାରୁ ପିଲା ପାଠପଢ଼ା ଛାଡ଼ିଛନ୍ତି ତାହା ମଧ୍ୟ ସ୍ପଷ୍ଟ କରିବେ, କେଉଁ ଭାଷାରେ କଥାବାର୍ତ୍ତା କରନ୍ତି, ଦିବ୍ୟାଙ୍ଗ କି ନାହିଁ; ସେ ସଂକ୍ରାନ୍ତରେ ମଧ୍ୟ ସମସ୍ତ ତଥ୍ୟ ସଂଗ୍ରହ କରାଯିବା ସହ ବ୍ଲକର ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟତ୍ରୀମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଶିକ୍ଷକ, ଶିକ୍ଷୟିତ୍ରୀ ଏହି କାର୍ଯ୍ୟ କରିବାକୁ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ