Wednesday, September 16, 2026
23.9 C
Odisha

    ଶୀତଋତୁ ପାଇଁ ଉଷୁମ ପାଣି ସହ ଦେଶୀ ଘିଅ, ଯାହାର ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

    ଆଗକୁ ପଢନ୍ତୁ

    ଦେଶୀ ଘିଅକୁ ଆୟୁର୍ବେଦର ଗନ୍ତାଘର ବୋଲି କୁହାଯାଇଥାଏ,କାରଣ ଏହା ସ୍ୱାସ୍ଥ୍ୟ ପାଇଁ ରାମବାଣ ଅଟେ। ତେଣୁ ଭାରତୀୟମାନେ ଦେଶୀ ଘିଅର ବ୍ୟବହାର ଖୁବ ଅଧିକ କରି ଥାଆନ୍ତି। ଦେଶୀ ଘିଅ ପୋଷାକ ତତ୍ତ୍ୱରେ ଭରପୁର ହୋଇଥାଏ, କିନ୍ତୁ ତାହା ପିଓର ହୋଇଥିବା ଜରୁରୀ। ଏଥିରେ ରହିଥାଏ –
    – ହେଲଦି ଫ୍ୟାଟ
    – ଫ୍ୟାଟି ଏସିଡ
    – ଭିଟାମିନ ଏ
    – ଭିଟାମିନ ଡି
    – ଭିଟାମିନ ଇ ଓ
    – ଭିଟାମିନ କେ
    ଆଜି ଆମେ ଜାଣିବା ଏହା କିଭଳି ଉପକାର ଦେଇଥାଏ –

    ଦେଶୀ ଘିଅ କ୍ୟାଲୋରୀରେ ଭରପୁର ଅଟେ, କିନ୍ତୁ ଯଦି ଏହାକୁ ସୀମିତ ମାତ୍ରାରେ ସେବନ କରାଯାଏ ତେବେ ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।ନିୟମିତ ଉଷୁମ ପାଣିରେ ଘିଅ ସେବନ କଲେ ଫ୍ୟାଟ ର ମେଟାବୋଲିଯିମ କୁ ବଢ଼ାଇଥାଏ ଓ ଭୋକ କୁ କମାଇଥାଏ। ଯାହାଦ୍ୱାରା ୱେଟ ମ୍ୟାନେଜମେଣ୍ଟ ବୃଦ୍ଧି ହୋଇଥାଏ।ଦେଶୀ ଘିଅରେ ବିଯୁଟ୍ରିକ ଏସିଡ ରହିଥାଏ, ଯାହାକି ଗୋଟିଏ ସର୍ଟ ଚେନ ଫ୍ୟାଟି ଏସିଡ ଅଟେ, ଯାହାକି ହେଲଦି ଗଟ ଲାଇନିଙ୍ଗକୁ ବୃଦ୍ଧି କରିଥାଏ,ଏବଂ ଡ଼ାଈଜେଷ୍ଟିଭ ଏଞ୍ଜାଇମକୁ ସପୋର୍ଟ କରିଥାଏ। ଯେତେବେଳେ ଦେଶୀ ଘିଅ ଉଷୁମ ପାଣି ସହିତ ସେବନ କରାଯାଏ ସେତେବେଳେ ଏହା ହାଇଡ଼ାଈଜେଷ୍ଟିଭ ଟ୍ରାକକୁ ଶାନ୍ତ କରିଥାଏ।ପାଚନ ପ୍ରକ୍ରିୟାକୁ ସ୍ମୁଥ କରିବାରେ ସାହାଯ୍ୟ କରିଥାଏ ଓ ପେଟ ସଫା ରଖିଥାଏ।

    ଏଣ୍ଟିଅକ୍ସିଡେଣ୍ଟ ଓ ଭିଟାମିନ ଇ ରେ ଭରପୁର ଅଟେ ଦେଶୀ ଘିଅ। ଯାହାକି ତ୍ୱଚାକୁ ଉଜ୍ଜଳ ରଖିବାରେ ସାହାଯ୍ୟ କରେ। ଗରମ ପାଣିରେ ଘିଅ ମିଶାଇ ସେବନ କରିବା ଦ୍ୱାରା ତ୍ୱଚାରୁ ବିଷାକ୍ତ ପଦାର୍ଥ ବାହାରି ଯାଇଥାଏ, ଏବଂ ତ୍ୱଚା ସୁନ୍ଦର ଓ ଉଜ୍ଜଳ ରହିଥାଏ।

    ଘିଅ ହେଲଦି ଫ୍ୟାଟରେ ଭରପୁର ଅଟେ, ଯାହାକି ଟିସୁଯକୁ ପୋଷଣ ଦେଇଥାଏ ଏବଂ ହାଡ଼ର ଫୁଲାକୁ କମାଇଥାଏ। ଏହାକୁ ଗରମ ପାଣିରେ ମିଶାଇ ଖାଇଲେ ଗଣ୍ଠିରେ ତୈଳ ଅଂଶ ବୃଦ୍ଧି ପାଇଥାଏ ଏବଂ ଗଣ୍ଠି ଯନ୍ତ୍ରଣା ହ୍ରାସ ହୋଇଥାଏ।

    ପିଓର ଦେଶୀ ଘିଅ ସହିତ ଗରମ ପାଣି ସେବନ କରିବା ଦ୍ୱାରା ବିଭିନ୍ନ ପ୍ରକାର ସଂକ୍ରମଣ ଦୂର ହୋଇଥାଏ ଏବଂ ଇମ୍ୟୁନିଟି ଷ୍ଟ୍ରଙ୍ଗ ହୋଇ ରୋଗ ଠାରୁ ଦୁରେଇ ରଖିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    23.9 ° C
    23.9 °
    23.9 °
    86 %
    1.1kmh
    31 %
    Wed
    31 °
    Thu
    31 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ