Thursday, April 9, 2026
35.5 C
Odisha

    ଶୀତଦିନେ ଆମ ଶରୀରରେ କେଉଁ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଏ ଆସନ୍ତୁ ଜାଣିବା

    ଆଗକୁ ପଢନ୍ତୁ

    ପ୍ରଥମେ ତ କର୍ମମୟ ଜୀବନ, ଅସ୍ୱାସ୍ଥ୍ୟକର ପରିବେଶ, ବିଷାକ୍ତ ଖାଦ୍ୟ ଖାଇ ସମସ୍ତେ ରୋଗରେ ଆକ୍ରାନ୍ତ ହେଉଥିଲେ। କିନ୍ତୁ ଏବେ ଶୀତ ଦିନ ଆରମ୍ଭ ହୋଇଗଲା ତେଣୁ ଲୋକମାନେ ଅଧିକ ସ୍ୱାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଆସନ୍ତୁ ସେ ବିଷୟରେ ଜାଣିବା :-

    କାଶ ଓ ଥଣ୍ଡା ସମସ୍ୟା    :  ଅନେକ ସମୟ ପରେ ଶୀତ ଆସିବା ଦ୍ବାରା ପ୍ରଥମେ ପ୍ରଥମେ ଥଣ୍ଡା ପବନ ଶରୀରକୁ ଭଲ ଲାଗିଥାଏ। କିନ୍ତୁ କିଛିଦିନ ପରେ ଏହି ଥଣ୍ଡା ପବନ ଶରୀର ପାଇଁ ହାନୀକାରକ ସାବ୍ୟସ୍ତ ହୋଇଥାଏ। ଶୀତଦିନରେ ଥଣ୍ଡା ପବନ ଶରୀରର ବହୁତ ସମୟ ପର୍ଯ୍ୟନ୍ତ ବାଜିବା ଦ୍ବାରା କାନ, ନାକ, ଗଳା ଏବଂ ଛାତିରେ ଗଭୀର ଯନ୍ତ୍ରଣା ସୃଷ୍ଟି ହୋଇଥାଏ। ଏଥିରୁ ବଞ୍ଚିବାକୁ ହେଲେ ଶୀତଦିନେ ଘରୁ ବାହାରିବା ଆଗରୁ ଶୀତବସ୍ତ୍ର ପିନ୍ଧିବା ଉଚିତ୍। ଶୀତବସ୍ତ୍ର ସହ ଗରମ ଖାଦ୍ୟ ଏବଂ ବିଭିନ୍ନ ପ୍ରକାର ସୁପ ପିଇବା ଦ୍ବାରା ଶରୀର ଥଣ୍ତା କବଳରୁ ରକ୍ଷା ପାଇଥାଏ।

    ହାଡ଼ ଓ ଗଣ୍ଠିଜନିତ ସମସ୍ୟା : ଶୀତଦିନେ ପ୍ରବଳ ଥଣ୍ଡା ଅନୁଭୂତ ଦେଉଥିବା ବେଳେ ଖରାର ପ୍ରକୋପ କମ ରହିଥାଏ। ଖରା କେବଳ ମଧ୍ୟାନ୍ନ ସମୟରେ ହେଉଥିବା ବେଳେ ଏହା ଆମ ଶରୀର ପାଇଁ ପର୍ଯ୍ୟାପ୍ତ ନୁହେଁ। ତେଣୁ ଶରୀରରେ ଭିଟାମିନ ଡିର ମାତ୍ରା କମ ରହିଥାଏ। ଫଳରେ ହାଡ଼ ଏବଂ ମାଂସପେଶୀ ଯନ୍ତ୍ରଣା ଆରମ୍ଭ ହୋଇଥାଏ । ତେଣୁ, ଏହି ଥଣ୍ଡାରୁ ନିଜକୁ ରକ୍ଷା କରିବା ପାଇଁ ଗରମ ପୋଷାକ ପିନ୍ଧିବା ସହ ଭିଟାମିନ୍ ଡି ଯୁକ୍ତ ଖାଦ୍ୟ ଖାଇବା  ଏବଂ ବ୍ୟାୟାମ କରିବା ଦ୍ବାରା ଏହା ହାଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

    ଚର୍ମ ସମସ୍ୟା   :   ଶୀତଦିନେ ପ୍ରବଳ ଥଣ୍ଡା ହେବା ଯୋଗୁଁ ବାୟୁମଣ୍ଡଳ ଶୁଷ୍କ ରହିଥାଏ। ଫଳରେ ଏହା ସିଧସଳଖ ଭାବରେ ଆମ ଚର୍ମକୁ ପ୍ରଭାବିତ କରିଥାଏ। ଚର୍ମ ଶୁଷ୍କ ହେବା ଫଳରେ ଓଠ ଫାଟିବା, ପାଦ ଫାଟିବା, ମୁହଁର ଚର୍ମ ଶୁଖିଯିବା ପରି ସମସ୍ୟା ଦେଖାଯାଇଥାଏ। ଏହି ସମସ୍ୟାରୁ ନିସ୍ତାର ପାଇବାକୁ ହେଲେ ପ୍ରତିଦିନ ଶରୀରରେ ତେଲ ସହ ମାର୍କେଟରେ ମିଳୁଥିବା ଭଲ କମ୍ପାନିର ମଏଶ୍ଚରାଇଜର ଲଗାଇବା ଉଚିତ୍। ଏହାକୁ ଲାଗାଇବା ଫଳରେ ଶରୀର ଶୁଷ୍କ ହୋଇନଥାଏ। ଏହା ସହ ଶୀତଦିନେ ପ୍ରଚୁର ପାଣି ପିଇବା ଫଳରେ ଶରୀରରେ ଜଳୀୟ ଅଂଶ କମି ନଥାଏ।

      ରକ୍ତଚାପ ସମସ୍ୟା : ଶୀତଦିନେ ପ୍ରବଳ ଥଣ୍ତା ପବନ ବୋହୁ ହେଉଥିବାରୁ ଏହା ବାୟୁମଣ୍ଡଳୀୟ ଚାପ ହ୍ରାସ କରିଥାଏ। ଏହା ଦ୍ବାରା ରକ୍ତଚାପ ବଢ଼ିଯାଇଥାଏ। ସବୁଦିନ ଥଣ୍ଡା ପବନ ଶରୀରରେ ମାଡ଼ ହେବା ଫଳରେ ମୁଣ୍ତ ବିନ୍ଧା ସହ ଷ୍ଟ୍ରୋକ ହେବାର ସମ୍ଭାବନା ବଢିଯାଇଥାଏ। ଏହାକୁ ଦୂର କରିବା ପାଇଁ ପ୍ରତ୍ୟେକ ଦିନ ନିଜ ଖାଦ୍ୟରେ ରସୁଣ, କଦଳୀ, ଲେମ୍ବୁ ଏବଂ ମହୁକୁ ସାମିଲ କରନ୍ତୁ। ଫଳରେ ଶରୀରରେ ଦେଖାଯାଉଥିବା ଏହିସବୁ ସମସ୍ୟାରୁ ନିସ୍ତାର ମିଳିବ ।

    ଛୁଟି ଝାଡ଼ିବା ଓ ରୁପି ସମସ୍ୟା : ସବୁବେଳେ ତ ଚୁଟି ଝଡ଼େ କିନ୍ତୁ ଶୀତଦିନେ ଅଧିକ କେଶ ସମସ୍ୟା ଦେଖାଦିଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    35.5 ° C
    35.5 °
    35.5 °
    23 %
    1.7kmh
    87 %
    Thu
    38 °
    Fri
    38 °
    Sat
    38 °
    Sun
    41 °
    Mon
    42 °

    ସମ୍ବନ୍ଧିତ