Friday, January 10, 2025
25.9 C
Odisha

    ଶୀତଦିନେ ରକ୍ତଚାପ ବଢୁଥିଲେ ଏମିତି କରନ୍ତୁ ନିୟନ୍ତ୍ରଣ

    ଆଗକୁ ପଢନ୍ତୁ

    ଆଜିକାଲିର ଲୋକେମାନେ ଜାଣିବି ସଚେତନ ହେଉନାହାଁନ୍ତି । ଅଧିକ ତେଲ ମସଲା ଜାତୀୟ ଖାଦ୍ୟପେୟ ଓ ଆଜିକାଲିର ଜୀବନଶୈଳୀ ଯୋଗୁଁ ଅନେକ ପ୍ରକାରର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଏହି ଜିନିଷକୁ ଅଧିକ ମାତ୍ରେରେ ଖାଇଲେ ମୁଖ୍ୟତଃ ଉଚ୍ଚରକ୍ତଚାପ ହେବାର ଆଶଙ୍କା ଅଧିକଥାଏ । ହେଲେ ଏହି ସମସ୍ୟାଟି ଖାସ୍ କରି ଶୀତଋତୁରେ ହୋଇଥାଏ । ଏହାର କାରଣ କ’ଣ ଏବଂ ଏହାକୁ କିପରି ନିୟନ୍ତ୍ରଣରେ ରଖିବେ ଆସନ୍ତୁ ଜାଣିବା –

    ଶୀତଋତୁରେ ବାୟୁମଣ୍ଡଳର ତାପମାତ୍ରା କମିଯାଏ । ଏହି କାରଣରୁ ମନୁଷ୍ୟର ହୃତପିଣ୍ଡ ଏବଂ ରକ୍ତ ସଂଞ୍ଚାଳନ ନଳୀଗୁଡିକରେ ପ୍ରଭାବ ପକାଇଥାଏ । ତେଣୁ ରକ୍ତଜାଲିକା ମନୁଷ୍ୟ ଧମନୀ ଓ ଶୀରାର ଅଂଶବିଶେଷ ହୋଇଥିବାରୁ ଏହା କମ୍ ତାପମାତ୍ରା ସଂସ୍ପର୍ଶରେ ଆସି ମନୁଷ୍ୟ ଶରୀରର ବିଭିନ୍ନ ଧମନୀକୁ ସଙ୍କୁଚିତ କରିଥାଏ । ଏହା ଯୋଗୁଁ ଶରୀରର ରକ୍ତଚାପ ସ୍ତର ବଢ଼ିଯାଇଥାଏ । ରକ୍ତଚାପ ବଢ଼ଇଲେ ହୃଦୟ ଉପରେ ବ୍ରଭାବ ପଡିଥାଏ । ତେବେ କୁହାଯାଇଛି ଯେ ଏହି ସମସ୍ୟା ଖାସ୍ କରି ଶୀତଋତୁରେ ଅଧିକ ଦେଖାଯାଏ । ଯଦି ଆପଣଙ୍କର ନିୟମିତ ରକ୍ତ ଚାପ ସମସ୍ୟା ରହୁଛି ତେବେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ କରିବା ଅତ୍ୟନ୍ତ ଜରୁରୀ ।

    ଆପଣ ଶୀତଋତୁରେ ଗରମ ବସ୍ତ୍ର ପିନ୍ଧିବା ନିହାତି ଆବଶ୍ୟକ । ଯାହା ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

    ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଶୀତଦିନରେ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଥାଏ, ଯେଉଁ କାରଣରୁ ରକ୍ତଚାପ ବଢ଼ବାକୁ ଲାଗିଥାଏ । ତେବେ ଆପଣ ବାହାରକୁ ଯିବା ସମୟରେ ମାସ୍କ ବ୍ୟବହାର କରନ୍ତୁ ।

    ଆପଣ ଧୂମ୍ରପାନ ଏବଂ ମଦ୍ୟପାନ ଠାରୁ ଦୂରେଇ ରୁହନ୍ତୁ, ଯାହା ଦ୍ୱାରା ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ । ଏହା ସହ ଜୀବନଶୈଳୀରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ ।

    ଏହି ସବୁ ସମସ୍ୟାକୁ ଦୂରେଇ ରଖିବା ପାଇଁ ଆପଣଙ୍କୁ ପ୍ରତ୍ୟେକ ଦିନ ବ୍ୟାୟାମ କରିବାକୁ ପଡିବ । ଯଦି ନିତୟମିତ ଭାବରେ ପ୍ରତ୍ୟେକ ଦିନ ୩୦ ମିନିଟ୍ ବ୍ୟାୟାମ କରନ୍ତି, ତେବେ ରକ୍ତଚାପ ଏବଂ ଡାଇବେଟିସ୍ ଭଳି ରୋଗରୁ ମୁକ୍ତି ପାଇପାରିବେ ।

    ମୁଣ୍ଡ ବିନ୍ଧା, ମୁଣ୍ଡ ବୁଲାଇବା କିମ୍ବା ଛାତିରେ ଯନ୍ତ୍ରଣା ହେବା ଆଦି ସମସ୍ୟା ଦେଖାଦେଲେ ଆପଣ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଅତ୍ୟନ୍ତ ଜରୁରୀ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.9 ° C
    25.9 °
    25.9 °
    26 %
    2kmh
    7 %
    Fri
    28 °
    Sat
    28 °
    Sun
    29 °
    Mon
    30 °
    Tue
    30 °

    ସମ୍ବନ୍ଧିତ