Tuesday, March 31, 2026
35.4 C
Odisha

    ଶୀତଳା ମାତା ମନ୍ଦିରରେ ଦଳାଚକଟା ; ୮ ମୃତ, ଅନେକ ଆହତ

    ଆଗକୁ ପଢନ୍ତୁ

    ପାଟନା : ବିହାରର ନାଳନ୍ଦା ଜିଲ୍ଲାର ଶୀତଳା ମାତା ମନ୍ଦିରରେ ଦଳାଚକଟା ହୋଇ ଆଜି ବଡ ଅଘଟଣ ଘଟିଛି। ଏଯାଏଁ ପ୍ରାୟ ୮ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ମଧ୍ୟ ହୋଇଛନ୍ତି। ଖବର ପାଇ ପୁଲିସ ଏବଂ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି। ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଉଛି, ମନ୍ଦିର ପରିସରକୁ ଖାଲି କରାଯାଉଛି। ଦୀପନଗର ଅଞ୍ଚଳରେ ଅବସ୍ଥିତ ଶୀତଳା ମାତା ମନ୍ଦିରରେ ଏକ ମେଳା ଏବଂ ପୂଜା-ଦର୍ଶନ ସମୟରେ ଦଳାଚକଟା ହେବା ପରେ ଏହି ଅଘଟଣ ଘଟିଛି।
    ସୂଚନା ଅନୁଯାୟୀ ଆଜି ଚୈତ୍ର ମାସର ଶେଷ ମଙ୍ଗଳବାର। ଏହି ଅବସରରେ ଶୀତଳା ମାତା ମନ୍ଦିରରେ ଲୋକଙ୍କ ଭିଡ଼ ଜମିଥିଲା। ସେଠାରେ ଅନୁଷ୍ଠିତ ମେଳା ଏବଂ ଦର୍ଶନ ପାଇଁ ସଠିକ୍ ବ୍ୟବସ୍ଥା ନହେବା ସହ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ଭକ୍ତମାନଙ୍କ ପୂଜା ପାଇଁ ଧାଡି ବ୍ୟବସ୍ଥା ହୋଇନଥିବା ଅଭିଯୋଗ ହୋଇଛି। ଫଳରେ ଦର୍ଶନ ପାଇଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହି ଅଘଟଣ ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.4 ° C
    35.4 °
    35.4 °
    22 %
    2.9kmh
    45 %
    Tue
    37 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ