Monday, January 20, 2025
21.5 C
Odisha

    ଶୀତ ଋତୁରେ ଗରମ ପାଇବା ପାଇଁ ଚାହୁଛନ୍ତି କି? ଖାଦ୍ୟରେ ସାମିଲ୍ କରନ୍ତୁ ଏହି ଜିନିଷ

    ଆଗକୁ ପଢନ୍ତୁ

    ବର୍ତ୍ତମାନର ଋତୁ ହେଉଛି ଶୀତ ଋତୁ । ଏହି ଋତୁରେ ସମସ୍ତେ ଚାହିଁଥାନ୍ତି ଯେ ସ୍ୱାସ୍ଥ୍ୟ କିପରି ଭଲ ରହିବ । ହେଲେ ଆପଣମାନେ ତ ଜାଣିଥିବେ ଏହି ଋତୁରେ ଶୀତର ମାତ୍ରା କେତେ ଥାଏ । ଅଧିକ ଶୀତ ହେବା କାରଣରୁ ମଧ୍ୟ ଅନେକ ଲୋକେ ରୋଗାଗ୍ରସ୍ତ ହୋଇଥାନ୍ତି । ଯେପରି ଥଣ୍ଡା, କାଶ, ଛିଙ୍କ ଇତ୍ୟାଦି ହୋଇଥାଏ । ଏହି ସମସ୍ୟ ହୋଇଥାଏ ସତ ହେଲେ ଏହା ଅତି ଶୀଘ୍ର ଛାଡି ନଥାଏ, ଯାହା ଲୋକମାନେ ଧୀରେ ଧୀରେ ଦୁର୍ବଳ ହେବାକୁ ମଧ୍ୟ ଲାଗିଥାଆନ୍ତି । ଏହାସହ ବାହାରକୁ ଯିବା ସମୟରେ ଶୀତ ବସ୍ତ୍ର ପିନ୍ଧି ଯାଇଥାନ୍ତି, ହେଲେ ବି ଶୀତ କଣ୍ଟ୍ରୋଲ ହୋଇ ନଥାଏ । ସେଥିପାଇଁ ଲୋକମାନେ ନିଆଁ ଜାଳି ମଧ୍ୟ ସେକି ହୋଇଥାନ୍ତି । ଏହି ଋତୁ ଯେତିକି ଭଲ ହୋଇଥାଏ ସେତିକି ଖରାପ ମଧ୍ୟ ହୋଇଥାଏ । ଭଲ ହେବାର କାରଣ ହେଉଛି ଏହି ସମୟରେ ପରିବେଶ ବେସ୍ ସଫାସୁତୁରା ରହିଥାଏ, ଯାହାକୁ ଦେଖିଲେ ନିଜକୁ ବହୁତ ଖୁସି ଲାଗିଥାଏ ।
    ଶୀତ ଋତୁରେ ଶରୀରକୁ ଶୀତରୁ ରକ୍ଷା କରିବା ନିହାତି ଆବଶ୍ୟକ, ନଚେତ୍ ଆପଣ ଅସୁସ୍ଥ ରହିପାରନ୍ତି । ଆପଣଙ୍କୁ କିଛି ଜିନିଷ ବିଷୟରେ କହିବୁ ଯାହାକୁ ଖାଇଲେ ଆପଣଙ୍କ ଶରୀର ଗରମ ରହିବ । ଆସନ୍ତୁ ଜାଣିବା ସେହି ଜିନିଷଗୁଡିକ ବିଷୟରେ ।

    ଅଦା :
    ଅଦାରେ ମୁଳୁଥିବା ସମସ୍ତ ଉପାଦାନ, ଶୀତ ଦିନରେ ଆପଣଙ୍କ ସ୍ୱାସ୍ଥ୍ୟକୁ ବହୁ ପରିମାଣରେ ବୁଷ୍ଟ କରିପାରିବ । ଏହାକୁ ବିଭିନ୍ନ ଉପାୟରେ ଆପଣଙ୍କ ଡାଏଟରେ ସାମିଲ୍ କରିପାରିବେ । ଅଦାକୁ ସଠିକ୍ ପରିମାଣରେ ଖାଇବା ଦ୍ବାରା ଆପଣ ନିଜ ଶରୀରକୁ ଭିତରୁ ଗରମ ରଖିପାରିବେ ।

    ଆଲମଣ୍ଡ :
    ଶୀତ ଋରୁରେ ଖାସ୍ କରି ଡ୍ରାଏଫ୍ରୁଟ୍ସ ଖାଇବା ନିହାତି ଆବଶ୍ୟକ । ଡ୍ରାଏଫ୍ରୁଟ୍ସ ସାହାଯ୍ୟରେ ଆପଣ ନିଜ ଶରୀରକୁ ଶୀତରୁ ରକ୍ଷା କରିପାରିବେ । ଏହା ବ୍ୟତୀତ ଡ୍ରାଏଫ୍ରୁଟ୍ସ ଖାଲି ଶରୀରକୁ ଗରମ କରି ନଥାଏ ବରଂ ସ୍ୱାସ୍ଥ୍ୟ ଏବଂ ତ୍ୱଚ୍ଚାରେ ସୁଧାର ଆଣିଥାଏ । ଏହାକୁ ନିୟମିତ ଭାବରେ ଖାଇଲେ ଆପଣଙ୍କର ଅନେକ ସମସ୍ୟା ଦୂର ହେବ । ଯାହା ଫଳରେ ନିଜକୁ ସୁସ୍ଥ ବୋଲି ମନେ କରିପାରିବେ ।

    ଡାଲଚିନି :
    ଡାଲଚିନିରେ ମିଳୁଥିବା ଆଣ୍ଟି-ଅକ୍ସିଡାଣ୍ଟ ଆପଣଙ୍କ ଶରୀରକୁ ଗରମ ରଖିବା ସହିତ ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ରକ୍ଷା କରିବାରେ ପ୍ରଭାବଶାଳୀ ହୋଇପାରେ । ଯଦି ଆପଣ ଚାହିଁଥାନ୍ତି ଯେ ସ୍ୱାସ୍ଥ୍ୟ ସବୁବେଳେ ଭଲ ରହୁ ତେବେ ଦିନକୁ ଥରେ ହେଲେ ମଧ୍ୟ ଡାଲଚିନିରେ ପ୍ରସ୍ତୁତ ଚା’ ପିଅନ୍ତୁ । ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ବହୁତ ଗରମ ରଖିଥାଏ ।

    ହଳଦୀ:
    ହଳଦୀ, ଯାହା ଅନେକ ଔଷଧୀୟ ଗୁଣରେ ଭରପୂର ରହିଥାଏ । ଏହା ମଧ୍ୟ ଆପଣଙ୍କ ଶରୀରକୁ ଭିତରୁ ଗରମ ରଖିବାରେ ସାହାଯ୍ୟ କରିଥାଏ । ରାତିରେ ଶୋଇବା ପୂର୍ବରୁ ଯଦି କ୍ଷୀରରେ ହଳଦୀ ମିଶାଇ ପିଅନ୍ତି ତେବେ ଏହା ରୋଗ ପ୍ରତିରୋଧକ ଶକ୍ତିକୁ ବହୁ ପରିକାଣରେ ଉନ୍ନତ କରିପାରିବ ।

    ଯଦି ଆପଣ ନିଜକୁ ଶୀତ ଋତୁରେ ଗରମ ରଖିବାକୁ ଚାହିଁଛନ୍ତି ତେବେ ଏହି ଟିପ୍ସକୁ ଫଲୋ କରନ୍ତୁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    19 %
    1.5kmh
    0 %
    Mon
    21 °
    Tue
    32 °
    Wed
    33 °
    Thu
    34 °
    Fri
    34 °

    ସମ୍ବନ୍ଧିତ