Thursday, September 24, 2026
23.9 C
Odisha

    କିଶୋରୀ ଅବସ୍ଥାରେ ଠିକ୍‌ ସମୟରେ ଶୋଉନାହାନ୍ତି କି? ତେବେ ହୋଇପାରନ୍ତି ମେଦବହୁଳର ଶିକାର

    ଆଗକୁ ପଢନ୍ତୁ

    ରିସର୍ଚ୍ଚ ଅନୁଯାୟୀ ୧୧ ରୁ ୧୬ ବର୍ଷ ବୟସର ଝିଅମାନେ ଠିକ୍‌ ସମୟରେ ଶୋଇବା ଆବଶ୍ୟକ। ଟିନ୍‌ ଏଜ୍‌ର ଯେଉଁ ଝିଅମାନେ ରାତିରେ ଡେରିରେ ଶୋଇବାର ଅଭ୍ୟାସ ରଖିଥାନ୍ତି, ସେମାନଙ୍କର ଓଜନ ବଢିବାର ମଧ୍ୟ ଆଶଙ୍କା ରହିଥାଏ। ଅକଲ୍ୟାଣ୍ଡ କାଲିଫର୍ଣ୍ଣିଆର ବିଶେଷଜ୍ଞ ୧୧ ରୁ ୧୬ ବର୍ଷର ଝିଅମାନଙ୍କୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଝିଅମାନେ ଏପରି ଅଭ୍ୟାସ ରଖିବା ଦ୍ୱାରା ମୋଟା ହେବାର ଆଶଂକା ରହିଥାଏ। ଏହି ଅଧ୍ୟୟନରେ ଝିଅମାନଙ୍କ ମୋଟାପଣକୁ ନେଇ କିଶୋର ବୟସର ପୁଅ-ଝିଅମାନଙ୍କ ଶୋଇବାର ସମୟ ଏବଂ ଓଜନ ବୃଦ୍ଧିର ମୂଲ୍ୟ ସାମିଲ କରାଯାଇଛି। ଏହିକାରଣରୁ ସେମାନଙ୍କ ହାତରେ ଏକ୍ଟିଗ୍ରାଫ ଲଗାଯାଇଛି, ଯାହା ସେମାନଙ୍କ ଗତି-ବିଧି ଉପରେ ନଜର ରଖିଥାଏ। ଏଥିସହ କିଶୋର ଅବସ୍ଥାର ପୁଅ-ଝିଅମାନଙ୍କ ଅଣ୍ଟାର ମାପ ଏବଂ ଶରୀରର ଓଜନ ବୃଦ୍ଧି ଉପରେ ମଧ୍ୟ ନଜର ରଖିଥାଏ। ଏହାଦ୍ୱାରା ପରିଣାମ ସ୍ୱରୂପ ନିଦ କମ ହେବାରୁ ପାଚନ କ୍ରିୟା ଉପରେ ପ୍ରଭାବ ପଡ଼ିଥାଏ। ଏହି ରିସର୍ଚ୍ଚରୁ ଜାଣିବାକୁ ମିଳିଛି, ଯେଉଁ କିଶୋରୀମାନେ ରାତିରେ ଡେରିରେ ଶୋଇଥାନ୍ତି ସେମାନଙ୍କର ଅଣ୍ଟାର ମାପ ପୁଅମାନଙ୍କ ତୁଳନାରେ ଅଧିକ ବୃଦ୍ଧି ପାଇଥାଏ। ଏହିକାରଣରୁ ଶରୀରରେ ମୋଟାପଣ ବୃଦ୍ଧି ପାଇଥାଏ। ଝିଅମାନେ ନିଜର ଶୋଇବାର ସମୟ, ଖାଦ୍ୟ-ପାନୀୟ ଏବଂ ଶାରୀରିକ ଗତିବିଧିରେ ପରିବର୍ତ୍ତନ କରିବା ଦ୍ୱାରା ଏହି ସମସ୍ୟାରେ ସୁଧାର ଅଣାଯାଇପାରିବ ବୋଲି ବିଶେଷଜ୍ଞମାନେ ପ୍ରକାଶ କରିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    97 %
    3.6kmh
    100 %
    Thu
    24 °
    Fri
    27 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ