Saturday, January 18, 2025
16.3 C
Odisha

    ଶୀତ ଋତୁରେ ଭୁଲରେ ଲଗାନ୍ତୁ ନାହିଁ ଏହି ୫ଟି ଜିନିଷ, ନଚେତ ବଢ଼ିବ ଡ୍ରାଏନେସ୍ ସମସ୍ୟା

    ଆଗକୁ ପଢନ୍ତୁ

    ବର୍ତ୍ତମାନ ଚାଲିଛି ଶୀତ ଋତୁ । ଏହି ଋତୁରେ ଅନେକ ସମସ୍ୟା ସାମ୍ନାକୁ ଆସିଥାଏ । ଖାସ୍ କରି ସ୍କିନ୍ ସମସ୍ୟା ବହୁତ ବଢ଼ି ଯାଇଥାଏ । ଏହି ସମୟରେ ସ୍କିନ୍ ବହୁତ ଡ୍ରାଏ ପଡିଯାଏ ଏବଂ ଖରାପ ମଧ୍ୟ ଦେଖାଯାଏ । କାରଣ ଶୀତ ଋତୁରେ ଶୁଖିଲା ପବନ ହେତୁ ସ୍କିନ୍ ସମସ୍ୟା ବଢ଼ିଥାଏ । ଖାସ୍ କରି ଝିଅମାନେ ବହୁତ ଟେନସନରେ ରହିଥାନ୍ତି ଏହା ସହ ଅନେକ ପ୍ରଡକ୍ଟ ମଧ୍ୟ ବ୍ୟବହାର କରିଥାନ୍ତି । ଯେଉଁ କାରଣରୁ ଅନେକ ସମସ୍ୟାରେ ସମ୍ମୁଖୀନ ହୋଇଥାନ୍ତି । ଏଥି ସହ କିଛି ଘରୋଇ ଉପଚାର ମଧ୍ୟ ଗ୍ରହଣ କରିଥାନ୍ତି । ଏହି ସମୟରେ ଫେସରେ ଯତ୍ନ ନେବା ନିହାତି ଆବଶ୍ୟକ ହୋଇଥାଏ । ନହେଲେ ଫେସ୍ ବହୁତ ଖରାପ ହୋଇଯିବ ।

    ଶୀତ ଋତୁରେ ଅନେକ ପ୍ରକାରର ପ୍ରଡକ୍ଟ ବ୍ୟବହାର କରିଥାନ୍ତି ସତ ହେଲେ କିଛି ପ୍ରଡକ୍ଟ ଫେସରେ ସୁଟ୍ କରେ ନାହିଁ ଯାହା ଫଳରେ ଫେସ୍ ନଷ୍ଟ ହୋଇଯାଏ ଏବଂ ପିମ୍ପଲ ବାହାରିବା ଆରମ୍ଭ କରେ । ଏହିପରି ଅନେକ ସମସ୍ୟା ଉପୁଜିଥାଏ । ତେବେ ଆସନ୍ତୁ ଜାଣିବା ଶୀତ ଋତୁରେ କେଉଁ ଜିନିଷ ଲଗାଇବା ଉଚିତ୍ ନୁହେଁ ।

    ୧. ଅଏଲ୍ ଜାତୀୟ କ୍ରିମ୍ :
    ଶୀତ ଋତୁରେ ଅଏଲ୍ ଜାତୀୟ କ୍ରିମ୍ ସ୍କିନ୍ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ ଅଧିକ ଅଏଲ୍ ଜାତୀୟ କ୍ରିମ ଲଗାଇବା ଫଳରେ ଫେସରେ ପିମ୍ପଲ ବାହାରିବା ଆରମ୍ଭ କରିଥାଏ । ଏହି ସମୟରେ ଫେସରେ ଅଧିକ ଅଏଲ୍ ଜାତୀୟ ପ୍ରଡକ୍ଟ ବ୍ୟବହାର କରିବା ଉଚିତ୍ ନୁହେଁ । ନହେଲେ ଅନେକ ସମସ୍ୟା ଉପୁଜିଥାଏ । ଏଥିପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ ହୋଇଥାଏ ।

    ୨. ମୁଲତାନି ମାଟି ଏବଂ ଚନ୍ଦନ ପାଉଡର :
    ମୁଲତାନି ମାଟି ଏବଂ ଚନ୍ଦନ ପାଉଡର ସ୍କିନ୍ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଏହାର ବ୍ୟବହାରରେ ଚେହେରା ଚମକିବାକୁ ଲାଗିଥାଏ କିନ୍ତୁ ଶୀତ ଋତୁରେ ଏହାକୁ ବ୍ୟବହାର କଲେ ଫେସ୍ ବହୁତ ଡ୍ରାଏ ହୋଇଯାଏ ଏବଂ ଖରାପ ମଧ୍ୟ ଦେଖାଯାଏ । ଯଦି ଆପଣ ଏହି ଋତୁରେ ଫେସକୁ ଭଲ ରଖିବା ପାଇଁ ଚାହୁଁଛନ୍ତି ତେବେ ଭୁଲତାନି ଭିଟି ଏବଂ ଚନ୍ଦନ ପାଉଡର ଠାରୁ ଦୂରେଇ ରୁହନ୍ତୁ ।

    ୩. ମିନେରାଲ ଅଏଲ୍ ଏବଂ ପେଟ୍ରୋଲିୟମ ଅଏଲ୍ :
    ଫେସରେ ମିନେରାଲ ଅଏଲ୍ ଏବଂ ପେଟ୍ରୋଲିୟମ ଅଏଲ୍ ବ୍ୟବହାର କରିବା ଏକ ପ୍ରତିବନ୍ଧକ ଭଳି କାମ କରେ । ହେଲେ ଶତ ଋତୁରେ ଏହାକୁ ଫେସରେ ଲଗାଇଲେ ସ୍କିନ୍ ଆହୁରି ଡ୍ରାଏ ହେବାକୁ ଲାଗିବ ଏବଂ ଫେସର ଚମକ ନଷ୍ଟ କରିଦେବ ।

    ୪. ଆଳୁ ରସ :
    ଆଳଚ ରସ ଫେସ୍ ପାଇଁ ଲାଭ ଦାୟକ ହୋଇଥାଏ । ଏହା ସହ ଫେସରେ କଳା ଦାଗକୁ ମଧ୍ୟ ଲିଭାଇ ଦିଏ । ହେଲେ ଏହି ଶୀତ ଋତୁରେ ଆଳୁ ରସ ଲଗାଇବା ଫଳରେ ବହୁତ କ୍ଷତି ହୋଇଥାଏ । ଫେସକୁ ଡ୍ରାଏ ପକାଇଦିଏ ଯାହା ଫଳରେ ଫେସ୍ ଖରାପ ଦେଖାଯିବାକୁ ଆରମ୍ଭ କରିଥାଏ ।

    ୫. ଆଲକୋହଲ ବେସ୍ଡ ଟୋନର :
    ଆଲକୋହଲ ବେସ୍ଡ ଟୋନର ସ୍କିନ୍ ପାଇଁ ବହୁତ ଖରାପ ହୋଇଥାଏ । ଯେତେବେଳେ ଆପଣ କିଛି ୱିଣ୍ଟର ଟୋନର କିଣିବା ପାଇଁ ଯାଉଛନ୍ତି ତେବେ ଭଲ ଭାବରେ ଏହାକୁ ଦେଖିକରି ଆଣନ୍ତୁ ଯାହାର କି ଆଦୈ ଆଲକୋହଲ ନଥିବ । ଏହାକୁ ଫେସରେ ଲଗାଇବା ଫଳରେ ଫେସ୍ ଦିନକୁ ଦିନ ଡ୍ରାଏ ହେବା ସହ ଖରାପ ମଧ୍ୟ ହୋଇଯିବ ।

    ଯଦି ଆପଣ ଶୀତ ଋତୁରେ ଫେସକୁ ସୁନ୍ଦର ରଖିବା ପାଇଁ ଚାହୁଁଛନ୍ତି, ତେବେ ଏହି ୫ଟି ଜିନିଷରୁ ଦୂରେଇ ରୁହନ୍ତୁ । ଫେସରେ ମିଳିବ ଅନେକ ଫାଇଦା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    16.3 ° C
    16.3 °
    16.3 °
    46 %
    1.8kmh
    0 %
    Sat
    16 °
    Sun
    29 °
    Mon
    31 °
    Tue
    33 °
    Wed
    34 °

    ସମ୍ବନ୍ଧିତ