Wednesday, February 25, 2026
18.3 C
Odisha

    ଶୁଣାଣିରେ ହାଜର ହେଲେନି ରାହୁଲ, ଜରିମାନା ଦେଲେ ୨୦୦ ଟଙ୍କା

    ଆଗକୁ ପଢନ୍ତୁ

    ଲକ୍ଷ୍ନୌ : ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌର ଏସିଜେଏମ୍ କୋର୍ଟ ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି । ସାବରକରଙ୍କ ବିରୋଧରେ ଅପମାନଜନନ ବୟାନ ଦେବା ମାମଲାରେ ରାହୁଲଙ୍କୁ ଆଜି କୋର୍ଟରେ ହାଜର ହେବାର ଥିଲା । କାରଣ ଏ ସଂକ୍ରାନ୍ତରେ ଶୁଣାଣି ଆଜି ହୋଇଥାନ୍ତା । କିନ୍ତୁ ରାହୁଲ ଗାନ୍ଧି କୋର୍ଟରେ ହାଜର ନ ହେବା କାରଣରୁ ଏସିଜେଏମ୍ କୋର୍ଟ ରାହୁଲଙ୍କ ପ୍ରତିପକ୍ଷ ଓକିଲଙ୍କୁ ତାଗିଦ୍ କରିବା ସହ ୨୦୦ ଟଙ୍କାର ଜରିମାନା ଲଗାଇଛନ୍ତି ।

    ଏମାମାଲାର ଆସନ୍ତା ଶୁଣାଣି ଏପ୍ରିଲ ୧୪ ତାରିଖରେ ହେବାକୁ ଥିବାବେଳେ ସେ ଦିନ ରାହୁଲ କୋର୍ଟରେ ହାଜର ହେବା ଲାଗି ଜଜ୍ କହିଛନ୍ତି । ରାହୁଲ ଗାନ୍ଧି ଏକ ପ୍ରେସ କନଫରେନ୍ସରେ ବୀର ସାବରକରଙ୍କୁ ଇଂରେଜଙ୍କ ଚାକର ବୋଲି କହିଥିଲେ । ଯାହାକୁ ନେଇ ଜାତୀୟ ରାଜନୀତି ବେଶ୍ ସରଗରମ ହୋଇଥିଲା । ଏହାକୁ ନେଇ ନୃପେନ୍ଦ୍ର ପାଣ୍ଡେ ଲକ୍ଷ୍ନୌ କୋର୍ଟରେ ଏ ନେଇ ମାମଲା ରୁଜୁ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    18.3 ° C
    18.3 °
    18.3 °
    81 %
    1.6kmh
    13 %
    Wed
    33 °
    Thu
    34 °
    Fri
    35 °
    Sat
    36 °
    Sun
    37 °

    ସମ୍ବନ୍ଧିତ