Sunday, September 27, 2026
23.6 C
Odisha

    ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ନେଇ ସବୁ ବିଭାଗ ସହ ଆଲୋଚନା ସରିଛି’

    ଆଗକୁ ପଢନ୍ତୁ

    ଭୁବନେଶ୍ବର/ପୁରୀ: ମହାପ୍ରଭୁଙ୍କର ପବିତ୍ର ରଥଯାତ୍ରା ଯେତିକି ପାଖେଇ ଆସୁଛି, ସରକାର, ପୁରୀ ଜିଲ୍ଲା ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନର ଚିନ୍ତା ସେତିକି ବଢ଼ିବାରେ ଲାଗିଛି। ରଥଯାତ୍ରାକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ସରକାର ଲାଗିପଡ଼ିଛନ୍ତି। ଏଥି ପାଇଁ ଯାହା ସବୁ ଦରକାର ସେଥି ପାଇଁ ସରକାର ଗୁରୁତ୍ବ ଦେଉଛନ୍ତି। ରଥଯାତ୍ରାରେ ସୁରକ୍ଷା ବ୍ୟବସ୍ଥା ନେଇ ରାଜ୍ୟ ପୁଲିସ ମହାନିର୍ଦ୍ଦେଶ ଯୋଗେଶ ବାହାଦୂର ଖରାନିଆ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି।

    ଡିଜିପି କହିଛନ୍ତି, ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ନେଇ ସବୁ ବିଭାଗ ସହ ଆଲୋଚନା ସରିଛି। ପୁରୀ ଟାଉନ ଥାନାରେ ଇଣ୍ଟିଗ୍ରେଟେଡ୍‌ କମାଣ୍ଡ କଣ୍ଟ୍ରୋଲ ରୁମ୍‌ ରହିବ। ରଥଯାତ୍ରାକୁ ଏଥର ଏଆଇ କ୍ୟାମେରା ନଜର ରଖିବ। ପୁରୀ ସହରରେ ଏଆଇ କ୍ୟାମେରା ଲାଗିବ। ସେହିପରି ଭୁବନେଶ୍ବର ଉତ୍ତରା ଛକ ଠାରୁ ଆରମ୍ଭ କରି ପୁରୀ ପର୍ଯ୍ୟନ୍ତ ସିସିଟିଭି କ୍ୟାମେରା ଲଗାଯିବ। କୋଣାର୍କ ପଟରୁ ମଧ୍ୟ ପୁରୀ ପର୍ଯ୍ୟନ୍ତ ସିସିଟିଭି ନଜରରେ ରହିବ। ଇଣ୍ଟିଗ୍ରେଟେଡ୍‌ କମାଣ୍ଡ କଂଟ୍ରୋଲ ଜରିଆରେ ଭିଡ଼ ନିୟନ୍ତ୍ରଣ ହେବ।

    ରଥଯାତ୍ରାକୁ ନେଇ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ରଖିଛନ୍ତି। ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ରଥ ଉପରକୁ ଅଣସେବାୟତ ଚଢ଼ିଲେ ଗିରଫ ହେବେ। ରଥ ଉପରେ ମୋବାଇଲ୍ ଫୋନ୍ ବ୍ୟାନ୍ ହେବ। ପହଣ୍ଡିରେ କେଉଁ ସେବାୟତ ରହିବେ ଏହାର ତାଲିକା ପ୍ରସ୍ତୁତ କରାଯିବ। ଅଭିଜ୍ଞ, ବରିଷ୍ଠ ଓ ଯୁବବର୍ଗଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରାଯିବ।

    ସୂଚନାଯୋଗ୍ୟ, ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଖେଇ ଆସୁଛି। ଆସନ୍ତା ୨୭ ତାରିଖ ଦିନ ମହାପ୍ରଭୁଙ୍କ ରଥଯାତ୍ରା ଆୟୋଜନ ହେବ। ଏଥି ପାଇଁ ଏବେ ରଥ ନିର୍ମାଣ କାମ ଜୋରଦାର ଚାଲିଛି। ଶାନ୍ତି ଶୃଙ୍ଖଳା ପାଇଁ ପୁରୀ ସହରରେ ବ୍ୟାପକ ପୁଲିସ ମୁତୟନ ହେବେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    89 %
    1.4kmh
    2 %
    Sun
    24 °
    Mon
    30 °
    Tue
    29 °
    Wed
    29 °
    Thu
    30 °

    ସମ୍ବନ୍ଧିତ