Friday, October 2, 2026
29.9 C
Odisha

    ଶେଷ ନିଃଶ୍ବାସ ନେଉଛି ମାଓବାଦ, ଲାଲ କରିଡରରେ ଚାଲିଛି ଘନଘନ କମ୍ବିଂ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଶେଷ ନିଃଶ୍ବାସ ନେଉଛି ମାଓବାଦ । ଲାଲ କରିଡରରେ ଚାଲିଛି ଘନଘନ କମ୍ବିଂ। ନୂଆପଡ଼ାରେ ମାଓବାଦୀ ମାଟିତଳେ ଲୁଚାଇ ରଖିଥିବା ବିପୁଳ ଅସ୍ତ୍ରଶସ୍ତ୍ର ଠାବ ହୋଇଛି। ବୋଡ଼େନ ଥାନା ଅନ୍ତର୍ଗତ ପାଟଦରା ସଂରକ୍ଷିତ ଜଙ୍ଗଲରେ ଠାବ ହୋଇଛି ମାଓକ୍ୟାମ୍ପ । ନୂଆପଡ଼ା ଏସପିଙ୍କ ନେତୃତ୍ବରେ ବୋମା ନିଷ୍କ୍ରିୟକାରୀ ଟିମ୍, ଡିଭିଏଫ୍ ଯବାନ ଓ ୨୧୬ ବାଟାଲିୟନ ସିଆରପିଏଫ ଯବାନ ମିଳିତ ଭାବେ କମ୍ବିଂ ଅପରେଶନ କରିଥିଲେ। କମ୍ବିଂ ବେଳେ ପାଟଦରା ସଂରକ୍ଷିତ ଜଙ୍ଗଲରେ ମାଓବାଦୀ ମାଟିତଳେ ଲୁଚାଇ ରଖିଥିବା ଦେଶି ବନ୍ଧୁକ ସହ ବିପୁଳ ବିସ୍ଫୋରକ ଠାବ ହୋଇଛି । ପ୍ରେସର କୁକର ଓ ଟିଫିନ୍ ବୋମା ଜବତ କଲେ ସୁରକ୍ଷା ବାହିନୀ । ଅସ୍ତ୍ରଶସ୍ତ୍ର ଠାବ ପରେ ସଂପୃକ୍ତ ଅଞ୍ଚଳରେ କମ୍ବିଂ ଅପରେଶନକୁ ଆହୁରି ଜୋରଦାର କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    29.9 ° C
    29.9 °
    29.9 °
    59 %
    1.3kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ