Friday, October 2, 2026
22.2 C
Odisha

    ଶୋଇବା ପୂର୍ବରୁ ପିଅନ୍ତୁ ଏହି ଜୁସ୍‌, ମୋଟାପଣ ହୋଇଯିବ ଛୁମନ୍ତର

    ଆଗକୁ ପଢନ୍ତୁ

    ମୋଟାପଣ ହ୍ରାସ କରିବା ପାଇଁ ଆପଣ ଅନେକ ଉପାୟ ଆପଣାଇ ଥାଆନ୍ତି। ଡାଇଟିଙ୍ଗ୍‌ରୁ ଆରମ୍ଭ କରି ବ୍ୟାୟାମ ପଯ୍ୟର୍ନ୍ତ ଏବଂ କିଛି ଘରୋଇ ଉପାୟ ଆପଣାଇ ମଧ୍ୟ ଯଦି ମୋଟାପଣ ହ୍ରାସ ହେଉନି, ତା’ହେଲେ ଏବେ ଆପଣାନ୍ତୁ ଏହି ସହଜ ଉପାୟ। ବାସ୍‌, ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍‌ ଏହି ଜୁସ୍‌ ପିଇ ଆପଣ ମୋଟାପଣକୁ ହ୍ରାସ କରିପାରିବେ। ଆସନ୍ତୁ ଜାଣିବା, ଏହି ଖାସ୍‌ ଜୁସ୍‌ ବନାଇବାର ଉପାୟ।

    ଖୁବ୍‌ଶୀଘ୍ର ମୋଟାପଣ ହ୍ରାସ କରୁଥିବା ଏହି ଜୁସ୍‌ ବନାଇବା ପାଇଁ ଆପଣଙ୍କୁ କିଛି ଖାସ୍‌ ଜିନିଷର ଆବଶ୍ୟକତା ନାହିଁ। ଆପଣଙ୍କ ଘରେ ଉପଲବ୍ଧ ହେଉଥିବା ସାଧାରଣ ଜିନିଷ ଏହି ଜୁସ୍‌ ବନାଇବାରେ ସାହାଯ୍ୟ କରିଥାଏ।

    ଜୁସ୍‌ ବନାଇବା ପାଇଁ ଆପଣଙ୍କୁ ଦରକାର:

    -ଗୋଟିଏ ଲେମ୍ବୁ

    -ଗୋଟିଏ ଗ୍ଲାସ୍‌ ପାଣି

    -ଗୋଟିଏ କାକୁଡ଼ି

    -ଗୋଟିଏ ଚାମଚ ଅଦା ପେଷ୍ଟ

    -୧ ଚାମଚ ଆଲୋଭେରା ଜୁସ୍‌

    -୧ ପ୍ୟାକେଟ୍‌ ଧନିଆ ପାତ୍ର

    ବିଧି:

    ଏ ସମସ୍ତ ସାମଗ୍ରୀକୁ ପାଣିରେ ମିଶାଇ ମିକ୍ସରରେ ପେସି ଦିଅନ୍ତୁ। ଏବେ ଏହି ଜୁସ୍‌କୁ ରାତିରେ ଶୋଇବା ପୂର୍ବରୁ ପିଅନ୍ତୁ।

    କ’ଣ ମିଳିଥାଏ ଲାଭ:

    -ଏହା ଆପଣଙ୍କ ଓଜନ କମ୍‌ କରିବାରେ ବହୁତ ସାହାଯ୍ୟ କରିଥାଏ।

    -ଏ ସମସ୍ତ ଜିନିଷର ମିଶ୍ରଣ ଆପଣଙ୍କ ଶରୀରର ମୋଟାବଲିଜମ୍‌କୁ ତ୍ୱରାନ୍ଵିତ କରିଥାଏ।

    -ଯେଉଁ ସମୟରେ ଆପଣ ନିଦରେ ଥିବେ, ଆପଣଙ୍କ ମୋଟାବଲିଜମ୍‌ ସକ୍ରିୟ ହୋଇ ମୋଟାପଣଙ୍କୁ କମ୍‌ କରିବାରେ ସାହାଯ୍ୟ କରିବ।

    -ପ୍ରତିଦିନ ଏହି ଜୁସ୍‌ ସେବନ କଲେ, କିଛିଦିନ ଭିତରେ ଆପଣଙ୍କ ପେଟର ଚର୍ବି କମିବାରେ ଲାଗିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ