ଗୁଜରାଟ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନିଦିନିଆ ଗୁଜୁରାଟ ଗସ୍ତରେ ଦ୍ବିତୀୟ ଦିନରେ ସୋମନାଥ ମନ୍ଦିରରେ ପହଞ୍ଚିଛନ୍ତି । ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏକ ବିଶାଳ ରୋଡ୍ ଶୋ’ କରାଯାଇଥିଲା । ପ୍ରଧାନମନ୍ତ୍ରୀଙ୍କ ସ୍ବାଗତ ପାଇଁ ରାସ୍ତାର ଉଭୟ ପାର୍ଶ୍ବରେ ଲକ୍ଷ ଲକ୍ଷଙ୍କ ସମାଗମ ହୋଇଥିଲା । ଶୋଭାଯାତ୍ରା ସୋମନାଥ ମନ୍ଦିରର ରକ୍ଷା ପାଇଁ ନିଜର ପ୍ରାଣ ଆହୂତି ଦେଇଥିବା ଅଗଣିତ ବୀର ଏବଂ ଯୋଦ୍ଧାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ଉଦ୍ଦେଶ୍ୟରେ କରାଯାଇଥିଲା ।
ଆଜି ସକାଳେ ଶୌର୍ଯ୍ୟ ଯାତ୍ରାରେ ପିଏମ ମୋଦି ସାମିଲ ହେଇଛନ୍ତି । ଏହି ଯାତ୍ରାରେ ୧୦୮ ପ୍ରତୀକାତ୍ମ ଘୋଡ଼ା ସାମିଲ ରହିଥିଲେ । ସୋମନାଥ ମନ୍ଦିରରେ ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମରେ ମୋଦି ଯୋଗଦାନ କରିଥିବା ବେଳେ ଓଁକାର ମନ୍ତ୍ର ଜପ କରିଥିଲେ । ୭୨ ଘଣ୍ଟା ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲିବାକୁ ଥିବାବେଳେ ଲାଇଟ୍ ଶୋ’ ମଧ୍ୟ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନମନ୍ତ୍ରୀ ଏହି ଅବସରରେ ଯୋଗ ଦେଇଥିବା ବେଳେ ଲକ୍ଷାଧିକ ଳୋକଙ୍କ ସମାଗମ ହୋଇଛି ।
ଆଜି ସକାଳ ୧୧ଟା ସମୟରେ ସୋମନାଥରେ ଆୟୋଜିତ ହେବାକୁ ଥିବା ଏକ ସାର୍ବଜନୀନ ସଭାରେ ଯୋଗ ଦେଇ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସାରା ଦେଶରୁ ଶତାଧିକ ସାଧୁସନ୍ଥ ସୋମନାଥରେ ପହଞ୍ଚିଛନ୍ତି । ସ୍ବାଭିମାନ ପର୍ବରେ ॐ ଜପ ଆରମ୍ଭ ହୋଇଯାଇଛି ଏବଂ ଏହି ଜପ ଦୀର୍ଘ ୭୨ ଘଣ୍ଟା ଚାଲିବ ।
ଏହି କାର୍ଯ୍ୟକ୍ରମରେ ଜର୍ମାନ ଚାନ୍ସେଲର ଫ୍ରେଡ୍ରିଚ୍ ମର୍ଜଙ୍କୁ ଆତିଥ୍ୟ ଦେବେ । ଦୁଇ ନେତା ସାବରମତୀ ଆଶ୍ରମ ପରିଦର୍ଶନ କରିବେ ଏବଂ ଗାନ୍ଧୀନଗରର ମହାତ୍ମା ମନ୍ଦିର କନଭେନସନ ସେଣ୍ଟରରେ ଦ୍ୱିପାକ୍ଷିକ ଆଲୋଚନା କରିବା ପୂର୍ବରୁ ଅନ୍ତର୍ଜାତୀୟ ଗୁଡ଼ି ମହୋତ୍ସବରେ ଯୋଗ ଦେବେ ।
୧୦୨୬ ମସିହାରେ ସୋମନାଥ ମନ୍ଦିର ଉପରେ ହୋଇଥିବା ଆକ୍ରମଣକୁ ୧୦୦୦ ବର୍ଷ ପୂର୍ତ୍ତି ହୋଇଛି । ଜାନୁଆରୀ ୮ରୁ ଏଠାରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବାବେଳେ ଆଜି ସମାପ୍ତ ହେବ ।

