Wednesday, January 7, 2026
25.1 C
Odisha

    ଶ୍ରୀକ୍ଷେତ୍ରକୁ ଟ୍ରାଫିକ ଟେନସନ୍‌, ଦୁଇ ବର୍ଷରେ ଗଲାଣି ୩୪୦ମୁଣ୍ଡ

    ଆଗକୁ ପଢନ୍ତୁ

    ଗତ ଦୁଇ ତାରିଖରେ ବଡ଼ଦାଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା ପରେ ବଢ଼ିଲା ପୁଲିସର ମୁଣ୍ଡ ବିନ୍ଧା । ଦିନକୁ ଦିନ ସହରରେ ଭିଡ଼ ବଢ଼ୁଥିବା ବେଳେ ଟ୍ରାଫିକ ବିଫଳତା ଏବେ ସାମନାକୁ ଆସିଛି । ଯେଉଁଥିପାଇଁ ଅତିରିକ୍ତ ଏସ୍‌ପିଙ୍କ ନେତୃତ୍ୱରେ ଚାଲିଛି ସହରରେ ଟ୍ରାଫିକ ସମୀକ୍ଷା । ସହରର ବିଭିନ୍ନ ସ୍ଥାନରେ ଟ୍ରାଫିକ ପୋଷ୍ଟ ନଥିବା ବେଳେ ସ୍ପିଡ୍ ବ୍ରେକର ବା ରମ୍ବଲର ମଧ୍ୟ ନାହିଁ । ଯେଉଁଥିପାଇଁ ଅଣ୍ଟା ଭିଡ଼ିଛି ପୁଲିସ । ସହରରେ ବିଭିନ୍ନ ସ୍ଥାନରେ ରମ୍ବଲର ଲଗାଯିବା ସହ ଟ୍ରାଫିକ ପୋଷ୍ଟ ସଂଖ୍ୟା ବଢ଼ାଯିବ । ଏଥିସହ ଭିଡ଼ରେ ସ୍ପିଡ୍ ମ୍ୟାନେଜମେଣ୍ଟ ପାଇଁ ପୁଲିସ୍‌ ଚିନ୍ତା କରୁଛି । ସେପଟେ ପୁରୀରେ ପର୍ଯ୍ୟଟକଙ୍କ ସହ ଗାଡ଼ି ସଂଖ୍ୟା ମଧ୍ୟ ବଢ଼ିଛି । ଦୁର୍ଘଟଣା ମଧ୍ୟ ବଢ଼ି ଚାଲିଛି । ୨୦୨୩ରେ ୧୬୯ ଓ ୨୦୨୪ରେ ୧୭୧ଜଣଙ୍କର ଦୁର୍ଘଟଣାରେ ଜୀବନ ଯାଇଛି । ୨୦୨୪ ରେ ୫୫୮ ଦୁର୍ଘଟଣା ମାମଲା ରହିଥିବା ବେଳେ ୨୦୨୩ରେ ରହିଥିଲା ୫୧୬ । ୨୦୨୫ରେ ବର୍ତ୍ତମାନ ସୁଦ୍ଧା ଦୁର୍ଘଟଣାରେ ଗଡ଼ିଛି ୧୫୭ ମୁଣ୍ଡ । ତେଣୁ ଟ୍ରାଫିକ ସୁପରିଚାଳନା ଏବେ ଚ୍ୟାଲେଞ୍ଜ ହୋଇଛି । ନହେଲେ ଆଗକୁ ସ୍ଥିତି ଆହୁରି ସଙ୍ଗିନ ହେବ ବୋଲି କହିଛନ୍ତି ବୁଦ୍ଧିଜୀବୀ । ପୁରୀର ଦିଗବାରେଣୀ, ବଡ଼ଶଙ୍ଖ, ବଳଗଣ୍ଡି, ଷ୍ଟେସନ୍ ଛକ ଭଳି ଗହଳି ସ୍ଥାନରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ନଜରରେ ରଖିଛି ପୁଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.1 ° C
    25.1 °
    25.1 °
    16 %
    2.2kmh
    5 %
    Wed
    26 °
    Thu
    27 °
    Fri
    26 °
    Sat
    26 °
    Sun
    28 °

    ସମ୍ବନ୍ଧିତ