Wednesday, August 26, 2026
26.3 C
Odisha

    ଶ୍ରୀଜଗନ୍ନାଥଙ୍କ କାର୍ଟୁନ୍ ରୂପ ପ୍ରସାରଣ ଉପରେ ପ୍ରତିବନ୍ଧକ ଦାବି, ଗଜପତିଙ୍କୁ ମୁକ୍ତିମଣ୍ଡପ ପଣ୍ଡିତ ସଭାର ଚିଠି

    ଆଗକୁ ପଢନ୍ତୁ

    ପୁରୀ : ଶ୍ରୀଜଗନ୍ନାଥଙ୍କ କାର୍ଟୁନ୍ ରୂପ ପ୍ରସାରଣ ଉପରେ ପ୍ରତିବନ୍ଧକ ଦାବି । ଗଜପତିଙ୍କୁ ମୁକ୍ତିମଣ୍ଡପ ପଣ୍ଡିତ ସଭାର ଚିଠି । ​ମହାପ୍ରଭୁ ଶ୍ରୀଜଗନ୍ନାଥ ତଥା ଅନ୍ୟାନ୍ୟ ସନାତନ ଦେବାଦେବୀଙ୍କ ମନଗଢ଼ା କାର୍ଟୁନ୍ ରୂପ ଏବଂ ଅପ୍ରାମାଣିକ ଚରିତ୍ର ଆଧାରିତ ଚଳଚ୍ଚିତ୍ର ପ୍ରସାରଣ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇବାକୁ ପୁରୀ ଶଙ୍କରାଚାର୍ଯ୍ୟ ମତ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଆସନ୍ତା ଅଗଷ୍ଟ ୨୮ ତାରିଖରେ ମୁକ୍ତିଲାଭ କରିବାକୁ ଥିବା ଆନିମେସନ୍ ଫିଲ୍ମର ରିଲିଜ୍ ଉପରେ ତୁରନ୍ତ ରୋକ୍ ଲଗାଇବାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭା ଗଜପତି ମହାରାଜାଙ୍କୁ ପତ୍ର ଲେଖି ଅବଗତ କରାଇଛି । ​ଶାସ୍ତ୍ରୀୟ ବିଗ୍ରହର ଅବମାନନା ଜଘନ୍ୟ ଅପରାଧ । ଋଗ୍ ବେଦ ପରିଶିଷ୍ଟ ଏବଂ ଗୋପାଳ ସହସ୍ରନାମରେ ବର୍ଣ୍ଣିତ ବ୍ରହ୍ମଦାରୁ ତଥା ଦାରୁବ୍ରହ୍ମ ଅର୍ଚ୍ଚାବିଗ୍ରହଙ୍କୁ ବିକୃତ କାର୍ଟୁନ୍ ରୂପରେ ଉପସ୍ଥାପନ କରିବା ମାନବାଧିକାର ପରିସର ମଧ୍ୟରେ ଏକ ଜଘନ୍ୟ ଅପରାଧ । ସିନେମା, ଆନିମେସନ୍ କିମ୍ବା ସୋସିଆଲ ମିଡିଆ ଭଳି କୌଣସି ବି ମାଧ୍ୟମରେ ପ୍ରଭୁ ଶ୍ରୀଜଗନ୍ନାଥଙ୍କ କାଳ୍ପନିକ ଓ ବିକୃତ ରୂପ ପ୍ରସାରଣ ହେବା ଅନୁଚିତ ।

    ଭୁବନେଶ୍ୱରସ୍ଥିତ ‘ଏଲ୍ ଆନିମେସନ୍ସ ପ୍ରାଇଭେଟ୍ ଲିମିଟେଡ୍’ ଦ୍ୱାରା ନିର୍ମିତ ‘ମହାପ୍ରଭୁ ଜଗନ୍ନାଥ’ ଆନିମେସନ୍ ଫିଲ୍ମର ପ୍ରଦର୍ଶନ ଓ ପ୍ରସାରଣକୁ ତୁରନ୍ତ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଦାବି କରାଯାଇଛି । ନିର୍ମାତା ସଂସ୍ଥା ପିଲାଙ୍କ ମନରେ ଭକ୍ତିଭାବ ଜାଗ୍ରତ କରିବାର ଯୁକ୍ତି ଦର୍ଶାଉଥିଲେ ହେଁ, ଏହା ସମ୍ପୂର୍ଣ୍ଣ କାଳ୍ପନିକ, ଐତିହାସିକ ତଥ୍ୟବିହୀନ ଏବଂ ଶାସ୍ତ୍ରବିରୋଧୀ । ଏହାଦ୍ୱାରା ପିଲାମାନଙ୍କ ମନରେ ଦେବାଦେବୀଙ୍କ ପ୍ରତି ଅନାଦର ସୃଷ୍ଟି ହେବ ଏବଂ କୋଟି କୋଟି ଭକ୍ତଙ୍କ ଧାର୍ମିକ ଭାବନା ଆଘାତ ପାଇବ । ସ୍କନ୍ଦ ପୁରାଣର ‘ପୁରୁଷୋତ୍ତମ ମାହାତ୍ମ୍ୟ’ ଅନୁସାରେ, ମହାପ୍ରଭୁ କେବଳ ଏକ ସାଧାରଣ କାଠ ପ୍ରତିମା ନୁହନ୍ତି, ସେ ସାକ୍ଷାତ୍ ପରବ୍ରହ୍ମ । ତେଣୁ ତାଙ୍କ ଶ୍ରୀବିଗ୍ରହର ବିକୃତ ପ୍ରଦର୍ଶନ ସର୍ବଥା ଅକ୍ଷମଣୀୟ । ​ସନାତନ ଧର୍ମ ଏବଂ ପରମ୍ପରାର ସୁରକ୍ଷା ନିମନ୍ତେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ପୁନର୍ବିଚାର ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ମୁକ୍ତିମଣ୍ଡପ ପଣ୍ଡିତ ସଭାର ସଚିବ ପ୍ରଫୁଲ୍ଲ କୁମାର ମିଶ୍ର ଗଜପତି ମହାରାଜାଙ୍କୁ ଅନୁରୋଧ କରିଛନ୍ତି । ସେପର୍ଯ୍ୟନ୍ତ ଏହି ଆନିମେସନ୍ ଫିଲ୍ମ ତଥା ‘ଜୟ ଜଗନ୍ନାଥ’ ଧାରାବାହିକର ସମସ୍ତ ପ୍ରସାରଣକୁ ସମ୍ପୂର୍ଣ୍ଣ ଭାବେ ସ୍ଥଗିତ ରଖିବାକୁ ସଭା ଦାବି ଜଣାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    26.3 ° C
    26.3 °
    26.3 °
    92 %
    1.7kmh
    90 %
    Wed
    27 °
    Thu
    29 °
    Fri
    29 °
    Sat
    28 °
    Sun
    28 °

    ସମ୍ବନ୍ଧିତ