Wednesday, September 2, 2026
24 C
Odisha

    ଶ୍ରୀଜଗନ୍ନାଥଙ୍କ ନାମରେ ଫେକ ୱେବସାଇଟ, ଅନଲାଇନରେ ପୂଜା ପାଇଁ ବିଜ୍ଞପ୍ତି

    ଆଗକୁ ପଢନ୍ତୁ

    ପୁରୀ : ଶ୍ରୀଜଗନ୍ନାଥ ସେବା ନାମରେ ସାଇବର ଠକେଇ l ଶ୍ରୀଜଗନ୍ନାଥଙ୍କ ନାମରେ ଫେକ ୱେବସାଇଟ କରି ପୂଜା ପାଇଁ ବିଜ୍ଞପ୍ତି l ଏମିତି ଖବର ଏବେ ଭାଇରଲ ହୋଇଛି ସୋସିଆଲ ମିଡିଆରେ l ଅନଲାଇନରେ ବିଭିନ୍ନ ପୂଜାର ଦର ଦିଆଯାଇଛି l ଯୋଗାଯୋଗ ପାଇଁ ୱେବସାଇଟ ମଧ୍ୟ ଦିଆଯାଇଛି l ଚାରି ପ୍ରକାର ପୂଜା ହେବା ନେଇ ଅନଲାଇନରେ ବିଜ୍ଞପ୍ତି ଦିଆଯାଇଛି ।

    ଏହି ପୂଜା ମଧ୍ୟରେ ରହିଛି ଅଭିଷେକ ପୂଜା, ତୁଲସୀଦାନ ପୂଜା, ଚତୁର୍ଦ୍ଧାମୂର୍ତ୍ତି ପୂଜା ଓ ସାଧାରଣ ଦର୍ଶନପୂଜା ଅଭିଷେକ ପୂଜା । ପୂଜା ପରି ସେବା ଡଟ କମ୍ ନାମକ ଏକ ଅନଲାଇନ ଆପ୍ଲିକେସନ ସୋସିଆଲ ମିଡିଆରେ ଘୁରି ବୁଲୁଚି । ତେବେ ଏହାକୁ ବିଶ୍ୱାସ ନ କରିବା ପାଇଁ ଅପିଲ କହିଛନ୍ତି ପୁରୀ ଏସପି ପ୍ରତୀକ ସିଂ । ଏହା ଉପରେ ତଦନ୍ତ ଚାଲିଛି , ଖୁବ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଏସପି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    24 ° C
    24 °
    24 °
    85 %
    1.8kmh
    98 %
    Tue
    24 °
    Wed
    29 °
    Thu
    28 °
    Fri
    30 °
    Sat
    30 °

    ସମ୍ବନ୍ଧିତ