Tuesday, April 7, 2026
27.6 C
Odisha

    ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ ଗତ ବର୍ଷ ୧୮ କୋଟି ଟଙ୍କା ଓ ୩ କିଲୋ ସୁନା ସଂଗ୍ରହ, ମୁକ୍ତ ହସ୍ତରେ ଦାନ କରୁଛନ୍ତି ଭକ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଶ୍ରୀଜଗନ୍ନାଥଙ୍କ ମନ୍ଦିର ହୁଣ୍ଡିରୁ ୧୮ କୋଟି ଟଙ୍କା ଓ ୩ କିଲୋ ସୁନା ଦାନ ସଂଗ୍ରହ କରାଯାଇଛି । ଜଗାକୁ ମୁକ୍ତ ହସ୍ତରେ ଦାନ କରୁଛନ୍ତି ଭକ୍ତ । ଆଜି ଏ ସମ୍ପର୍କରେ ବିଧାନସଭାରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ବିଧାୟିକା ଉପାସନା ମହାପାତ୍ରଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ଏହି ଉତ୍ତର ରଖିଛନ୍ତି ।

    ଗତ ବର୍ଷ ଶ୍ରୀଜଗନ୍ନାଥ ମନ୍ଦିର ହୁଣ୍ଡିରୁ 18 କୋଟି 59 ଲକ୍ଷ 23 ହଜାର 770 ଟଙ୍କା ଦାନ ସଂଗ୍ରହ କରାଯାଇଛି । ଭକ୍ତମାନେ ଉକ୍ତ ବର୍ଷରେ 3 କିଗ୍ରା 441 ଗ୍ରାମ 300 ମିଗ୍ରା ମିଶ୍ରିତ ସୁନା ଓ 33 କିଗ୍ରା 648 ଗ୍ରାମ 950ମିଗ୍ରା ମିଶ୍ରତ ରୁପା ଅଳଙ୍କାର ଦାନ କରିଛନ୍ତି । 1981 ରୁ 2024-25 ସୁଦ୍ଧା 58 କେଜି 317 ଗ୍ରାମ ସୁନା ଏବଂ 158 କେଜି 836 ଗ୍ରାମ ରୁପା ଦାନ ହୁଣ୍ଡିରୁ ସଂଗ୍ରହ ହୋଇଛି । ସେହିଭଳି 2011 ରୁ 2024-25 ଭିତରେ ହୁଣ୍ଡୀ ଏବଂ ଅନ୍ୟାନ୍ୟ ଦାନରୁ 304 କୋଟି 57 ଲକ୍ଷ ଆଦାୟ ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    54 %
    3kmh
    66 %
    Tue
    29 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ