Sunday, September 13, 2026
27.6 C
Odisha

    ଶ୍ରୀମନ୍ଦିରରେ ଆରମ୍ଭ ହେଲା ବାଳଧୂପ

    ଆଗକୁ ପଢନ୍ତୁ

    କାର୍ତ୍ତିକ ମାସର ଅନ୍ୟ ଏକ ବିଶେଷତ୍ତ୍ୱ ହେଉଛି ବାଳଧୂପ । ଏହି ମାସରେ ମହାପ୍ରଭୁଙ୍କ ନିକଟରେ ସକାଳଧୂପ ବଢିବା ପରେ ବାଳଧୂପ ହୋଇଥାଏ । ବାଳଧୂପ ବଢିବା ପରେ ରାଧାଦାମୋଦର ବେଶ ଓଲାଗି କରାଯାଏ । ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ପ୍ରତ୍ୟହ ବାଳଧୂପ ହୋଇଥାଏ । କିନ୍ତୁ ରାଧାଦାମୋଦର ବେଶ ଆଶ୍ୱିନ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ହୋଇଥାଏ । ବାଳଧୂପରେ ବିଭିନ୍ନ ପ୍ରକାର ପାଚିଲା ଫଳ, ଖଇ ଆଦି ପଞ୍ଚୋପଚାର ବିଧିରେ ମହାପ୍ରଭୁଙ୍କୁ ଲାଗି କରାଯାଇଥାଏ । ସାଧାରଣତଃ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସମସ୍ତ ପଞ୍ଚୋପଚାର ପୂଜା ସିଂହାସନ ତଳେ ପୂଜାପଣ୍ଡାମାନେ କରୁଥିବା ବେଳେ ବାଳଧୂପରେ ରତ୍ନସିଂହାସନ ଉପରେ ପୂଜାପଣ୍ଡାମାନେ ପଞ୍ଚୋପଚାର ପୂଜା କରିଥାନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    75 %
    2.2kmh
    66 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ