Friday, October 18, 2024
30.6 C
Odisha

    ଶ୍ରୀମନ୍ଦିରରେ କାର୍ତ୍ତିକ ନୀତି ଆରମ୍ଭ; ରାଧାଦାମୋଦର ବେଶରେ ଦର୍ଶନ ଦେଲେ ମହାପ୍ରଭୁ

    ଆଗକୁ ପଢନ୍ତୁ

    ପୁରୀ : ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥି ଅର୍ଥାତ୍ ସୋମବାରଠାରୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି କାର୍ତ୍ତିକ ମାସ ବାଳଧୂପ ନୀତି । ରତ୍ନସିଂହାସନରେ ରାଧାଦାମୋଦର ବେଶରେ ଦର୍ଶନ ଦେଇଛନ୍ତି ମହାପ୍ରଭୁ । ଠାକୁରଙ୍କର ଏହି ମହାର୍ଘ ବେଶ ଦେଖିବା ଲାଗି ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କର ବେଶ୍ ଭିଡ଼ ହୋଇଥିଲା ।
    କାର୍ତ୍ତିକ ନୀତି ପାଇଁ ରାତି ୪ଟାରେ ଦ୍ୱାରଫିଟା ଏବଂ ଭୋର ୫ଟାରେ ମଙ୍ଗଳ ଆଳତି କରାଯିବାକୁ ଛତିଶା ନିଯୋଗ ବୈଠକରେ ସ୍ଥିର କରାଯାଇଥିଲା । କିନ୍ତୁ କାର୍ତ୍ତିକ ନୀତିର ପ୍ରଥମ ଦିନରେ ବିଳମ୍ବ ହୋଇଛି । ରବିବାର ରତ୍ନସିଂହାସନରେ ଠାକୁରଙ୍କର ସୁନାବେଶ ଏବଂ ଅନ୍ୟାନ୍ୟ ସ୍ୱତନ୍ତ୍ର ନୀତିକାନ୍ତି ପାଇଁ ୨ଟା ୩୫ରେ ରାତ୍ର ପହୁଡ଼ ହୋଇଥିଲା । ଭୋର ୪ଟାରେ ଦ୍ୱାରଫିଟା ଯିବାକୁ ନୀତି ନିର୍ଘଣ୍ଟ ହୋଇଥିବା ବେଳେ ସୋମବାର ଭୋର ୫ଟା ୫ରେ ଦ୍ୱାର ଫିଟି ୫ଟା ୫୦ରେ ଦାରୁଦିଅଁଙ୍କ ମଙ୍ଗଳ ଆଳତି ହୋଇଥିଲା । ପରେ ପରେ ମଇଲମ ଓ ତଡ଼ପଲାଗି ଏବଂ ଅବକାଶ ନୀତି ବଢିଥିଲା । ପୁଷ୍ପାଳକ ସେବକମାନେ ମହାପ୍ରଭୁଙ୍କ ରାଇଦାମୋଦର (ରାଧାଦାମୋଦର) ବେଶରେ ସଜ୍ଜିତ କରିଥିଲେ । ରାଧାଦାମୋଦର ବେଶ ସକାଳ ୬ଟା ୩୦ରୁ ୭ଟା ୩୦ ମଧ୍ୟରେ ହେବାକୁ ସ୍ଥିର ହୋଇଥିବା ବେଳେ ଏଥିରେ ପ୍ରାୟ ୧ଘଣ୍ଟା ବିଳମ୍ବ ହୋଇଥିଲା । ଏହି ବେଶ ସକାଳ ୭ଟା ୨୫ରୁ ଆରମ୍ଭ ହୋଇ ୮ଟା ୪୦ରେ ବେଶ ସରିଥିଲା । ଏହାପରେ ଅନ୍ୟାନ୍ୟ ନୀତି ବଢି ପୂର୍ବାହ୍ନ ୧୧ଟା ୩୦ରେ ସକାଳଧୂପ ହୋଇ ମଧ୍ୟାହ୍ନ ୧୨ଟା ୩୫ରେ ବାଳଧୂପ ବଢିଥିଲା । ପୂର୍ବାହ୍ନ ସାଢେ ୧୦ଟା ସୁଦ୍ଧା ବାଳଭୋଗ ଶେଷ ହେବାକୁ ସ୍ଥିର ହୋଇଥିବା ବେଳେ ପ୍ରାୟ ୨ ଘଣ୍ଟା ବିଳମ୍ବ ହୋଇଥିଲା । ସେହିପରି ପୂର୍ବାହ୍ନ ୧୦ଟା ୧୦ରେ ଭୋଗମଣ୍ଡପ ଉଠିବା ଲାଗି ଧାର୍ଯ୍ୟ ହୋଇଥିବା ବେଳେ ମଧ୍ୟାହ୍ନ ୧୨ଟା ୫ରେ ଭୋଗମଣ୍ଡପ ଉଠିଥିଲା ।
    ଅପରପକ୍ଷେ କାର୍ତ୍ତିକ ଶୁକ୍ଳ ଏକାଦଶୀଠାରୁ କାର୍ତ୍ତିକ ପୂର୍ଣ୍ଣିମା ୪ ଦିନ ପଞ୍ଚୁକ ବେଶ ଅନୁଷ୍ଠିତ ହେବ । ସେହିପରି ଦୀପାବଳି ଅମାବାସ୍ୟାଠାରୁ ପଞ୍ଚୁକ ମଧ୍ୟରେ ସୋମବାର ପଡିଲେ ବଡ଼ ଠାକୁରଙ୍କ ବାଡ଼ରେ ହରିହର ବେଶ ହେବାର ବିଧି ରହିଛି । ତେଣୁ ନଭେମ୍ବର ୪ ଓ ୧୧ ତାରିଖ ଅବକାଶ ନୀତି ପରେ ହରିହର ବେଶ ହେବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.6 ° C
    30.6 °
    30.6 °
    64 %
    1.3kmh
    27 %
    Fri
    31 °
    Sat
    30 °
    Sun
    30 °
    Mon
    30 °
    Tue
    29 °

    ସମ୍ବନ୍ଧିତ