Friday, October 2, 2026
23.8 C
Odisha

    ଶ୍ରୀମନ୍ଦିରରେ କାହିଁକି ପାଳନ ହୁଏ ଶ୍ରୀଜିଉଙ୍କ ବଳିବାମନ ବେଶ

    ଆଗକୁ ପଢନ୍ତୁ

    ପୁରୀ  :  ଆଜି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବଳିବାମନ ବେଶ। ଗତକାଲି ବାମନ ଜନ୍ମ ନୀତି ସମ୍ପର୍ଣ୍ଣ ହୋଇଥିଲା । ବାମନ ରୂପୀ ବାଳକ ରୂପରେ ମହାପ୍ରଭୁ ରତ୍ନ ସିଂହାସନରେ ଆଜି ଉଭା ହେବେ । ଶ୍ରୀବଳଭଦ୍ର ରାଜ ବେଶ ଧାରଣ କରିବାକୁ ଥିବା ବେଳେ ଦେବୀ ସୁଭଦ୍ରା ସାଧାରଣ ବେଶରେ ସଜିତ ହେବେ । ଶ୍ରୀମନ୍ଦିରରେ ଦ୍ବିପହର ଧୂପ ସରିବା ପରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କୁ ବାମନ ବେଶରେ ସଜ୍ଜିତ କରାଯିବ । ଏହି ବେଶ ବଡ଼ସିଂହାର ପୂଜା ପର୍ଯ୍ୟନ୍ତ ରହିବ ।

    ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ସ୍ଵର୍ଣ୍ଣ ଅଳଙ୍କାର ବିଭୂଷିତ କରାଯିବ। ମହାପ୍ରଭୁ ବିଷ୍ଣୁ ପଞ୍ଚମ ଅବତାରରେ ବାମନ ରୂପ ନେଇ ବଳି ମହାରାଜଙ୍କୁ ପାତାଳରେ ଚାପି ଦେଇଥିଲେ। ତେଣୁ ସେହି ସ୍ମୃତିକୁ ବହନ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବଳିବାମନ ବେଶ ଶହ ଶହ ବର୍ଷ ଧରି ଅନୁଷ୍ଠିତ ହୋଇ ଆସୁଛି।। ତେବେ ଚାଲନ୍ତି ଜାଣିବା ପ୍ରଭୁଙ୍କ ବାମନ ଅବତାରର ରହସ୍ୟ । ବାମନ ହେଉଛନ୍ତି ବିଷ୍ଣୁଙ୍କର ପଞ୍ଚମ ଅବତାର, ଯିଏ ତ୍ରେତୟା ଯୁଗରେ ନରସିଂହ ଅବତାର ପରେ ଆବିର୍ଭାବ ହୋଇଥିଲେ। ବେଦ, ପୁରାଣ ଓ ହିନ୍ଦୁ ମହାକାବ୍ୟରେ ତାଙ୍କୁ ତ୍ରିବିକ୍ରମ, ଉରୁକ୍ରମ, ଉପେନ୍ଦ୍ର, ଦଧିବାମନ ଏବଂ ବଳିବନ୍ଧନ ନାମରେ ମଧ୍ୟ ଜଣାଯାଏ। ମାତା ଅଦିତି ଏବଂ ଋଷି କଶ୍ୟପଙ୍କ ପୁତ୍ର ହେଉଛନ୍ତି ବାମନ। ଅଦିତିଙ୍କ ଅନ୍ୟ ପୁତ୍ରମାନଙ୍କ ମଧ୍ୟରେ ବାମନ ସବୁଠାରୁ କନିଷ୍ଠ। ବାମନ ଅବତାରର ମୁଖ୍ୟ ଉଦ୍ଦେଶ୍ୟ ଥିଲା, ଦୈତ୍ୟରାଜା ମହାବଳିଙ୍କଠାରୁ ତ୍ରୈଲୋକ୍ୟ (ସ୍ୱର୍ଗ, ମର୍ତ୍ୟ ଓ ପାତାଳ) ନେଇ ବିଶ୍ୱର ବ୍ରାହ୍ମଣ୍ୟ ଶୃଙ୍ଖଳା ପୁନଃସ୍ଥାପନ କରିବା। ମହାବଳି ଜଣେ ନ୍ୟାୟପରାୟଣ ଧାର୍ମିକ ରାଜା ଥିଲେ। ଜାଗଯଜ୍ଞ କରି ସେ ବହୁ ପୁଣ୍ୟର ଅଧିକାରୀ ହେଲେ। କିନ୍ତୁ ତାଙ୍କର ଅଧିକାର ଦେବତାମାନଙ୍କୁ ବିପଦରେ ପକାଇଥିଲା। ବାମନ ଏକ କ୍ଷୁଦ୍ର ବ୍ରାହ୍ମଣ ବାଳକ ରୂପରେ ମହାବଳିଙ୍କ ରାଜସଭାରେ ଉପସ୍ଥିତ ହୋଇଥିଲେ। ସେ ମହାବଳିଙ୍କଠାରୁ ତିନିପାଦ ଜମି ଦାନ ମାଗିଥିଲେ। ମହାବଳି ଦାନ ଦେବାକୁ ରାଜି ହେବା ପରେ, ବାମନ ନିଜର ବିରାଟ ତ୍ରିବିକ୍ରମ ରୂପ ଧାରଣ କରିଥିଲେ। ପ୍ରଥମ ପାଦରେ ସେ ପୃଥିବୀ, ଦ୍ୱିତୀୟ ପାଦରେ ସ୍ୱର୍ଗ ଏବଂ ତୃତୀୟ ପାଦ ପାଇଁ ମହାବଳିଙ୍କ ମସ୍ତକ ଉପରେ ପାଦ ରଖି ତାଙ୍କୁ ପାତାଳକୁ ପଠାଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ