Saturday, April 19, 2025
30.7 C
Odisha

    ଶ୍ରୀମନ୍ଦିରରେ ପଡ଼ିଲା ରକ୍ତ ଛିଟା

    ଆଗକୁ ପଢନ୍ତୁ

    ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ହୋଇଛି ବଡ଼ ମହାସ୍ନାନ । ଚାଙ୍ଗଡ଼ା ଦ୍ୱାରରୁ ବେହେରଣ ଦ୍ୱାର ପର୍ଯ୍ୟନ୍ତ ରକ୍ତ ଛିଟା ପଡ଼ିଥିବାରୁ ବଡ଼ ମହାସ୍ନାନ କରାଯାଇଛି । ରବିବାର ଭୋର ୫ଟା ୪୦ରେ ଦ୍ୱାର ଫିଟିଥିଲା । ସକାଳ ୬ଟା ୨୫ରେ ମଙ୍ଗଳ ଆଳତି ବଢି ଅନ୍ୟାନ୍ୟ ନୀତି ଚାଲିଥିଲା । ପୂର୍ବାହ୍ନ ୧୧ଟା ୫ରେ ସକାଳଧୂପ ବଢିଥିଲା । ଏହାପରେ ଶ୍ରଦ୍ଧାଳୁମାନେ ଭିତର କାଠକୁ ଯାଇ ଦର୍ଶନ କରୁଥିଲେ । ଏହି ସମୟରେ ଚାଙ୍ଗଡ଼ା ଦ୍ୱାରରୁ ବେହେରଣ ଦ୍ୱାର ପର୍ଯ୍ୟନ୍ତ ରକ୍ତ ଛିଟା ପଡିଥିବା ଦେଖିବାକୁ ମିଳିଥିଲା ।

    ରକ୍ତ ପଡ଼ିଥିବା ଜଣାପଡିବା ପରେ ସେହିଠାରେ ନୀତି ଅଟକା ଯାଇ ମହାସ୍ନାନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ରତ୍ନସିଂହାସନଠାରୁ ଜୟ ବିଜୟ ଦ୍ୱାର ପର୍ଯ୍ୟନ୍ତ ଧୂଆ ହୋଇ ଚୁନପାଣି ପଡିବ । ପୂଜାପଣ୍ଡା ସେବକମାନେ ମହାସ୍ନାନ ପୂଜା କରିବା ପରେ ପୁନଶ୍ଚ ଯେଉଁଠୁ ନୀତି ଅଟକି ଥିଲା ସେହିଠାରୁ ଆରମ୍ଭ ହେବ । ତେବେ ରକ୍ତ କିପରି ପଡିଥିଲା ତାହା ଜଣାପଡି ନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.7 ° C
    30.7 °
    30.7 °
    39 %
    2.4kmh
    39 %
    Sat
    31 °
    Sun
    42 °
    Mon
    43 °
    Tue
    44 °
    Wed
    44 °

    ସମ୍ବନ୍ଧିତ