Monday, May 6, 2024
42.9 C
Odisha

    ଶଙ୍ଖ ଭବନରେ ବିଜେଡି ମିଶ୍ରଣ ପର୍ବ; ବିଜେପି ଛାଡି ଶଙ୍ଖ ଫୁଙ୍କିଲେ ବିଜେପି ନେତା ଓ କର୍ମୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର (ଉତ୍ତର)ରେ ବଢ଼ିଲା ବିଜେଡି ଶକ୍ତି । ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଶତାଧିକ ନେତା ଓ କର୍ମୀ । ଉତ୍ତର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଓ୍ବାର୍ଡର ବିଜେପି ନେତା ଓ କର୍ମୀ ହୋଇଛନ୍ତି ବିଜେଡିରେ ସାମିଲ ।ଶଙ୍ଖ ଭବନରେ ଅନୁଷ୍ଠିତ ହୋଇଥିଲା ଏହି ମିଶ୍ରଣ ପର୍ବ । ବିଧାୟକ ସୁକାନ୍ତ ରାଉତଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଥିଲେ ବିଜେପି ନେତା ଓ କର୍ମୀ । ସାଂସଦ ସସ୍ମିତ ପାତ୍ର ନୂଆ ଅତିଥୀଙ୍କୁ ବିଜେଡିକୁ ସ୍ବାଗତ କରିଥିଲେ ।

    ମୁଖ୍ୟମନ୍ତ୍ରୀ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଏମାନେ ବିଜେପି ଛାଡି ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ୨୦୨୪ ନିର୍ବାଚନରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରାଇବାକୁ ପଣ ନେଇଛନ୍ତି ଏହି ନେତା ମାନେ । ଏହାସହ ମୁଖ୍ୟମନ୍ତ୍ରୀଙ୍କ ବିକଶିତ ଓଡ଼ିଶା ସ୍ବପ୍ନକୁ ସାକାର କରିବାକୁ ଯାହା ଦାୟିତ୍ବ ମିଳିବ ତୁଲାଇବେ ବୋଲି କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    42.9 ° C
    42.9 °
    42.9 °
    13 %
    5.1kmh
    99 %
    Mon
    43 °
    Tue
    41 °
    Wed
    41 °
    Thu
    41 °
    Fri
    40 °

    ସମ୍ବନ୍ଧିତ