Saturday, August 15, 2026
25.5 C
Odisha

    ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ

    ଆଗକୁ ପଢନ୍ତୁ

    ପୁରୀ : ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ। ସିଂହଦ୍ବାର ନିକଟରେ ପହଞ୍ଚିବା ପରେ ସେବାୟତଙ୍କ ପକ୍ଷରୁ ସ୍ବାଗତ କରାଯାଇଥିଲା। ସପରିବାର ଯାଇ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି । ପରେ ଲକ୍ଷ୍ମୀ ମନ୍ଦିର, ବିମଳା ମନ୍ଦିର ସହ ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କ ଦର୍ଶନ କରି ବେଶ୍ ଖୁସି ହୋଇଥିବା କହିଛନ୍ତି ରଘୁବର ଦାସ । କହିଛନ୍ତି, ମହାପ୍ରଭୁଙ୍କ ଇଚ୍ଛା ଯୋଗୁ ରାଜ୍ୟପାଳ ଦାୟିତ୍ବ ନେଇଥିଲି । ୨୦୩୬ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିକଶିତ ଓଡିଶା ଗଠନ ହେବ। ଆଗାମୀ ଭୂମିକା ନେଇ ଦଳ ନିଷ୍ପତ୍ତି ନେବ ବୋଲି କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    25.5 ° C
    25.5 °
    25.5 °
    91 %
    3.5kmh
    99 %
    Sat
    26 °
    Sun
    25 °
    Mon
    23 °
    Tue
    27 °
    Wed
    29 °

    ସମ୍ବନ୍ଧିତ