Wednesday, March 26, 2025
33.2 C
Odisha

    ଶ୍ରୀମନ୍ଦିର ପର୍ବପର୍ବାଣିର ଚୂଡ଼ାନ୍ତ ତାଲିକା ପ୍ରକାଶ : ଜୁନ ୨୭ରେ ରଥଯାତ୍ରା

    ଆଗକୁ ପଢନ୍ତୁ

    ପ୍ରକାଶ ପାଇଛି ପାଞ୍ଜି ସମନ୍ବୟ ବୈଠକରେ ଅନୁମୋଦିତ ୨୦୨୫-୨୬ ବର୍ଷର ଶ୍ରୀମନ୍ଦିର ପର୍ବପର୍ବାଣି ଓ ଯାନିଯାତ୍ରାର ଚୂଡ଼ାନ୍ତ ତାଲିକା । ଏପ୍ରିଲ ୩୦ରେ ପବିତ୍ର ଅକ୍ଷୟ ତୃତୀୟ ପଡ଼ୁଛି । ଏହିଦିନ ରଥକାଠ ଅନୁକୂଳ ସହ ରଥଯାତ୍ରାର ଆଦ୍ୟ ପର୍ବ ଆରମ୍ଭ ହେବ । ମେ ୧୯ରେ ଭଉଁରି ଯାତ୍ରା, ଜୁନ୍‌ ୧୧ରେ ସ୍ନାନଯାତ୍ରା ଅନୁଷ୍ଠିତ ହେବ।ଜୁନ ୨୭ରେ ରଥଯାତ୍ରା ଅନୁଷ୍ଠିତ ହେବ । ଏପ୍ରିଲ ୧୪ ତାରିଖରେ ମହାବିଷୁବ ସଂକ୍ରାନ୍ତି, ୨୨ ତାରିଖରେ ରାମାଭିଷେକ, ୨୭ ତାରିଖରେ ଋକ୍ମିଣୀ ଅମାବାସ୍ୟା, ମେ ୫ ତାରିଖରେ ନୀଳାଦ୍ରି ମହୋଦୟାଷ୍ଟମୀ, ୮ ତାରିଖରେ ମୋହିନୀ ଏକାଦଶୀ, ୧୧ ତାରିଖରେ ନୃସିଂହ ଜନ୍ମ, ୧୯ ତାରିଖରେ ଜଳକ୍ରୀଡ଼ା ଏକାଦଶୀ, ୨୭ ତାରିଖରେ ସାବିତ୍ରୀ ଅମାବାସ୍ୟା, ୩୧ ତାରିଖରେ ଶିବ ବିବାହ, ଜୁନ ୧ ତାରିଖରେ ଶୀତଳ ଷଷ୍ଠୀ, ୫ ତାରିଖରେ ରାଜେନ୍ଦ୍ରାଭିଷେକ ଓ ସୁଦଶା ବ୍ରତ, ୬ରେ ଋକ୍ମିଣୀହରଣ ଏକାଦଶୀ, ଜୁନ ୨୬ ତାରିଖରେ ରଥ ଆଜ୍ଞାମାଳ ବିଜେ ପରେ ୨୭ ତାରିଖରେ ଶ୍ରୀଗୁଣ୍ଡିଚା ଯାତ୍ରା ଅନୁଷ୍ଠିତ ହେବ। ଜୁଲାଇ ୧ ତାରିଖରେ ହେରାପଞ୍ଚମୀ, ୪ ତାରିଖରେ ସଂଧ୍ୟାଦର୍ଶନ, ୫ ତାରିଖରେ ବାହୁଡ଼ା ଯାତ୍ରା, ୬ ତାରିଖରେ ସୁନାବେଶ, ୭ ତାରିଖରେ ଅଧରପଣା, ୮ ତାରିଖରେ ନୀଳାଦ୍ରି ବିଜେ ନୀତି ଅନୁଷ୍ଠିତ ହେବ। ଜୁଲାଇ ୨୧ ତାରିଖରେ କାମଦା ଏକାଦଶୀ, ୨୪ ତାରିଖରେ ଚିତାଲାଗି ଅମାବାସ୍ୟା, ଅଗଷ୍ଟ ୩ରେ ବାଡ଼ି ନୃସିଂହ ବିଜେ, ୪ ତାରିଖରେ ଝୁଲଣ ଯାତ୍ରା ଆରମ୍ଭ, ୯ ତାରିଖରେ ବଳଭଦ୍ର ଜନ୍ମ, ୧୩ ତାରିଖରେ ରାହୁରେଖା ଲାଗି, ୧୫ ତାରିଖରେ ଜନ୍ମାଷ୍ଟମୀ ସହ ଏହା ପରଠାରୁ ମହାପ୍ରଭୁଙ୍କ ବିଭିନ୍ନ ବେଶ ଆରମ୍ଭ ହେବ, ୨୭ ତାରିଖରେ ଗଣେଶ ଚତୁର୍ଥୀ, ସେପ୍ଟେମ୍ବର ୪ ତାରିଖରେ ବାମନ ଜନ୍ମ ଓ ସୁନିଆଁ, ଅକ୍ଟୋବର ୨ ତାରିଖରେ ଦଶହରା, ୩ରେ ରାଧାଦାମୋଦର ବେଶ ଓ ବାଳଧୂପ ଆରମ୍ଭ, ୭ ତାରିଖରେ କୁମାର ପୂର୍ଣ୍ଣିମା, ୩୧ ତାରିଖରେ ଅଁଳା ନବମୀ, ନଭେମ୍ବର ୨ ତାରିଖରେ ହରିଉତ୍‌ଥାପନ ନୀତି ଓ ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ, ୩ ତାରିଖରେ ତ୍ରିବିକ୍ରମ ବେଶ ଓ ଗରୁଡ଼ ଉତ୍‌ଥାପନ ନୀତି, ୪ ତାରିଖରେ ଲକ୍ଷ୍ମୀନୃସିଂହ ବେଶ, ୫ ତାରିଖରେ କାର୍ତ୍ତିକ ପୂର୍ଣ୍ଣିମାରେ ସୁନାବେଶ ଅନୁଷ୍ଠିତ ହେବ। ନଭେମ୍ବର ୧୨ରେ ପ୍ରଥମାଷ୍ଟମୀ, ୧୯ରୁ ଦେବ ଦୀପାବଳି ଆରମ୍ଭ, ୨୬ରେ ଓଢ଼ଣି ଷଷ୍ଠୀ, ଡିସେମ୍ବର ୧୬ ତାରିଖରେ ଧନୁସଂକ୍ରାନ୍ତି ଓ ପହିଲି ଭୋଗ ଆରମ୍ଭ, ୨୦ ତାରିଖରେ ବକୁଳ ଅମାବାସ୍ୟା ଅନୁଷ୍ଠିତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.2 ° C
    33.2 °
    33.2 °
    12 %
    1.6kmh
    5 %
    Wed
    38 °
    Thu
    40 °
    Fri
    41 °
    Sat
    41 °
    Sun
    41 °

    ସମ୍ବନ୍ଧିତ