Sunday, October 4, 2026
28.6 C
Odisha

    ଶ୍ରୀମନ୍ଦିର ବଜେଟ୍‌କୁ ପରିଚାଳନା କମିଟିର ଅନୁମୋଦନ : ନିଆଗଲା ଏକାଧିକ ବଡ଼ ନିଷ୍ପତ୍ତି

    ଆଗକୁ ପଢନ୍ତୁ

    ଶେଷ ହୋଇଛି ଶ୍ରୀମନ୍ଦିର ପରିଚାଳନା କମିଟିର ବୈଠକ। ଦୀର୍ଘ ଚାରିଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଚାଲିଥିବା ଏହି ବୈଠକରେ ଏକାଧିକ ବଡ଼ ନିଷ୍ପତ୍ତି ଉପରେ ମୋହର ଲାଗିଛି। ୨୦୨୪-୨୫ ଆର୍ଥିକ ବର୍ଷର ଶ୍ରୀମନ୍ଦିର ବଜେଟରେ ୪୧୩ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ଏଥି ସହିତ ୧୦୩ କୋଟି ଟଙ୍କାର ବଳକା ବଜେଟ୍ ରହିଛି। ମନ୍ଦିର ପରିଚାଳନା କମିଟି ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ।

    ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି ଏହି ବୈଠକରେ ନୀତି ଶୃଙ୍ଖଳା ଉପରେ ଆଲୋଚନା ହୋଇଛି। ନିୟମିତ ହେବ ନୀତି ସବକମିଟି ବୈଠକ। ପ୍ରତ୍ୟକ ମାସରେ ଅନୁଷ୍ଠିତ ହେବ ନୀତି ସବକମିଟି ବୈଠକ। ଏଥି ସହିତ ନାଟମଣ୍ଡପକୁ ବାତାନୁକୂଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ବୟସ୍କ ଲୋକେ କିପରି ଦର୍ଶନ କରିପାରିବେ ସେ ନେଇ ବ୍ୟବସ୍ଥା କରାଯିବ। ବୃଦ୍ଧବୃଦ୍ଧା, ମହିଳାଙ୍କ ପାଇଁ ଅଲଗା ଧାଡ଼ି ବ୍ୟବସ୍ଥା କରାଯିବ। ମହିଳାଙ୍କ ପାଇଁ ଅଲଗା, ପୁରୁଷଙ୍କ ପାଇଁ ଅଲଗା ଧାଡ଼ି କରାଯିବ। ଧାଡ଼ି କେମିତି ରହିବ ଓ ଶ୍ରଦ୍ଧାଳୁମାନେ କେମିତି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ, ତାହା ଉପରେ ଯୋଜନା ପ୍ରସ୍ତୁତ କରାଯାଉଛି। ନାଟ ମଣ୍ଡପରେ ଥିବା ଆଲମୀରା କାଢ଼ା ଯିବାର ନିଷ୍ପତ୍ତି ହୋଇଛି। ଏନେଇ ସେବାୟତଙ୍କ ସହ ଆଲୋଚନା କରାଯାଇ ଆଲମୀରା କଢ଼ାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ