Friday, October 2, 2026
22.9 C
Odisha

    ଶ୍ରୀଲଙ୍କାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ‘ମିତ୍ର ବିଭୂଷଣ’ ସମ୍ମାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ଏହି ଅବସରରେ ଆଜି ତାଙ୍କୁ ଶ୍ରୀଲଙ୍କା ପକ୍ଷରୁ ‘ମିତ୍ର ବିଭୂଷଣ’ ସମ୍ମାନ ପ୍ରଦାନ କରାଯାଇଛି। ଶ୍ରୀଲଙ୍କା ରାଷ୍ଟ୍ରପତି ଅନୁରା ଦିସାନାୟକେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଥିଲେ। ଦ୍ବିପାକ୍ଷିକ ସମ୍ପର୍କକୁ ମଜଭୁତ କରିବା ତଥା ଦୁଇ​ ଦେଶ ମଧ୍ୟରେ ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ପୃଷ୍ଠଭୂମିକୁ ପ୍ରୋତ୍ସାହନ ଦେବା ଦିଗରେ ମୋଦୀଙ୍କ ଅସାଧାରଣ ଉଦ୍ୟମ ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। କୌଣସି ବିଦେଶୀ ରାଷ୍ଟ୍ର ଦ୍ବାରା ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରଯାଇଥିବା ଏହା ୨୨ତମ ଅନ୍ତର୍ଜାତୀୟ ସମ୍ମାନ। ପ୍ରଧାନମନ୍ତ୍ରୀ କଲୋମ୍ବୋଠାରେ ଶ୍ରୀଲଙ୍କା ରାଷ୍ଟ୍ରପତି ଦିସାନାୟକେଙ୍କ ସହିତ ଏକ ଯୁଗ୍ମ ସାମ୍ବାଦିକ ସମ୍ମିଳନୀରେ ସମ୍ବୋଧିତ କରିଥିଲେ। ସେ କହିଥିଲେ, ଆଜି ରାଷ୍ଟ୍ରପତି ଦିସାନାୟକେଙ୍କ ଦ୍ବାରା ଶ୍ରୀଲଙ୍କା ମିତ୍ର ବିଭୂଷଣରେ ସମ୍ମାନିତ ହେବା ତାଙ୍କ ପାଇଁ ଗୌରବର ବିଷୟ। ଏହି ସମ୍ମାନ କେବଳ ମୋର ସମ୍ମାନ ନୁହେଁ, ବରଂ ୧୪୦ କୋଟି ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ଏହା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଐତିହାସିକ ସମ୍ପର୍କ ଏବଂ ଗଭୀର ମିତ୍ରତାର ସମ୍ମାନ। ଭାରତ ପାଇଁ ଏହା ଗର୍ବର ବିଷୟ ଯେ ଆମେ ଏକ ସଚ୍ଚୋଟ ପଡ଼ୋଶୀ ମିତ୍ର ରୂପେ ନିଜର କାର୍ଯ୍ୟ ନିର୍ବାହ କରିଛୁ। ୨୦୧୯ ଆତଙ୍କବାଦୀ ଆକ୍ରମଣ ହେଉ କିମ୍ବା କୋଭିଡ ମହାମାରୀ ହେଉ ଅଥବା ନିକଟରେ ଆସିଥିବା ଆର୍ଥିକ ସଙ୍କଟ, ଭାରତ ସମସ୍ତ କଠିନ ପରିସ୍ଥିତିରେ ଶ୍ରୀଲଙ୍କାବାସୀଙ୍କ ସହିତ ଛିଡ଼ା ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ