Thursday, April 2, 2026
26 C
Odisha

    ଶ୍ରେଷ୍ଠ ଖେଳାଳି ତାଲିକା ଶୀର୍ଷରେ ଶ୍ରେୟସ ଆୟର, ଜିତିଲେ ‘ଆଇସିସି ମେନ୍ସ ପ୍ଳେୟାର’ ପୁରସ୍କାର

    ଆଗକୁ ପଢନ୍ତୁ

    ଦୁବାଇ : ଭାରତର ଚାମ୍ପିଅନ୍ସ ଟ୍ରଫି ବିଜୟରେ ଚମତ୍କାର ଭୂମିକା ଗ୍ରହଣ କରିଥିବା ଷ୍ଟାଇଲିସ୍ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର ମାର୍ଚ୍ଚ ମାସ ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। କ୍ରିକେଟରେ ଶ୍ରେଷ୍ଠ ପ୍ରଦର୍ଶନ ସହ ଶୀର୍ଷରେ ରହିଥିବାରୁ ତାଙ୍କୁ ମାର୍ଚ୍ଚ ମାସ ପାଇଁ ତାଙ୍କୁ ‘ଆଇସିସି ମେନ୍ସ ପ୍ଳେୟାର’ ପୁରସ୍କାର ପ୍ରଦାନ କରାଯାଇଛି। ନ୍ୟୁଜିଲାଣ୍ଡର ଜାକବ ଡଫି ଏବଂ ରାଚିନ ରବିନ୍ଦ୍ରଙ୍କୁ ପଛରେ ପକାଇ ଏକଦିବସୀୟ ଇଭେଣ୍ଟରେ ସର୍ବାଧିକ ୨୪୩ ରନ କରି ଶ୍ରେୟସ ଆୟର ଏହି ସମ୍ମାନ ଜିତିଛନ୍ତି। ମାର୍ଚ୍ଚ ମାସ ପାଇଁ ‘ଆଇସିସି ମେନ୍ସ ପ୍ଳେୟାର’ ତଥା ମାସର ଶ୍ରେଷ୍ଠ ଖେଳାଳି ଭାବରେ ମନୋନୀତ ହେବା ମୋ ପାଇଁ ଗର୍ବର ବିଷୟ। ଏହି ମାନ୍ୟତା ଅତ୍ୟନ୍ତ ସ୍ୱତନ୍ତ୍ର, ବିଶେଷକରି ଏପରି ଏକ ମାସରେ ଯେଉଁଠାରେ ଆମେ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ବିଜୟ ଲାଭ କରିଛୁ। ଏଭଳି ଏକ ବିଶେଷ ମୁହୂର୍ତ୍ତକୁ ମୁଁ ସର୍ବଦା ପାଇଁ ପାଳନ କରିବି ଶ୍ରେୟସ ଆୟର କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ