Saturday, July 18, 2026
25 C
Odisha

    ଷ୍ଟାର୍ଟଅପ୍ ଇଣ୍ଡିଆକୁ ୯ ବର୍ଷ, ନବସୃଜନକୁ ଜାରି ରହିବ ସରକାରଙ୍କ ସମର୍ଥନ : ପ୍ରଧାନମନ୍ତ୍ରୀ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଆଜି ଷ୍ଟାର୍ଟଅପ ଇଣ୍ଡିଆ ଅଭିଯାନକୁ ୯ ବର୍ଷ ପୂରଣ ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମର ଷ୍ଟାର୍ଟଅପ୍ ଗୁଡ଼ିକୁ ସମର୍ଥନ ଏବଂ ସଶକ୍ତ କରିବା ଜାରି ରଖିବା ଏବଂ ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ସରକାର ପ୍ରତିଶୃତିବଦ୍ଧ ବୋଲି ସେ କହିଛନ୍ତି।
    ୨୦୧୬ ମସିହା ଜାନୁଆରୀ ୧୬ରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଉଦ୍ୟୋଗୀମାନଙ୍କୁ ସମର୍ଥନ କରିବା, ଏକ ସୁଦୃଢ଼ ଷ୍ଟାର୍ଟଅପ୍ ଇକୋସିଷ୍ଟମ ନିର୍ମାଣ କରିବା ଏବଂ ଭାରତକୁ ଚାକିରି ଖୋଜୁଥିବା ଲୋକଙ୍କ ପରିବର୍ତ୍ତେ ନିଯୁକ୍ତି ସୃଷ୍ଟିକାରୀଙ୍କ ଦେଶରେ ପରିଣତ କରିବା ଉଦ୍ଦେଶ୍ୟରେ ଅନେକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ଭାରତକୁ ନବସୃଜନ ଏବଂ ଉଦ୍ୟୋଗର ଏକ ବିଶ୍ୱସ୍ତରୀୟ କେନ୍ଦ୍ରରେ ପରିଣତ କରିବା ଲକ୍ଷ୍ୟରେ ୯ ବର୍ଷ ତଳେ ଆରମ୍ଭ ହୋଇଥିବା ଏହି ପଦକ୍ଷେପ ଷ୍ଟାର୍ଟଅପ୍ ଇଣ୍ଡିଆକୁ ସକ୍ରିୟ ଇକୋସିଷ୍ଟମରେ ପରିଣତ କରିଛି। ଏହା କେବଳ ଯେ ସାରା ଦେଶରେ ଅଗଣିତ ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିଛି ତାହା ନୁହେଁ ବରଂ ଅଭିନବତା, ସହଯୋଗ ଏବଂ ଅତୁଟ ସମର୍ଥନ କ୍ଷେତ୍ରରେ ସାରା ବିଶ୍ୱ ପାଇଁ ଉଦାହରଣ ପାଲଟିଛି।ସରକାର ଷ୍ଟାର୍ଟଅପ୍ ପାଇଁ ପାଣ୍ଠି ସମେତ ବିଭିନ୍ନ ଯୋଜନା ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରିବା ସହ ଷ୍ଟାର୍ଟଅପ୍ ଗୁଡ଼ିକୁ ଟିକସ ଛାଡ଼ ଏବଂ ଅନ୍ୟାନ୍ୟ ସୁବିଧା ପ୍ରଦାନ କରୁଛନ୍ତି ଯାହା ଅଭିବୃଦ୍ଧି ଏବଂ ସମ୍ପ୍ରସାରଣ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି କରିବ। ଏହାଛଡା ଉଦ୍ୟୋଗୀମାନଙ୍କୁ ପରାମର୍ଶ, ମାର୍ଗଦର୍ଶନ ଏବଂ ସମ୍ବଳ ପ୍ରଦାନ କରି ସମଗ୍ର ଦେଶରେ ଇନକ୍ୟୁବେଟର ଏବଂ ଆକ୍ସେଲେରେଟରର ଏକ ନେଟୱାର୍କ ପ୍ରତିଷ୍ଠା କରାଯାଇଛି।

    ଷ୍ଟାର୍ଟଅପ୍ ପ୍ରମୁଖ ନିଯୁକ୍ତି ସୃଷ୍ଟିକାରୀ ଭାବରେ ଉଭା ହୋଇଛି, ଯାହା ଲକ୍ଷ ଲକ୍ଷ ଯୁବ ଭାରତୀୟଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରୁଛି। ବିଭିନ୍ନ କ୍ଷେତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳ ଏବଂ ସମାଧାନର ବିକାଶରେ ସହାୟକ ହେବା ସହ ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିଛି ଷ୍ଟାର୍ଟଅପ। ସମଗ୍ର ବିଶ୍ୱରୁ ପୁଞ୍ଜିନିବେଶ ଏବଂ ପ୍ରତିଭାମାନଙ୍କୁ ଆକୃଷ୍ଟ କରି ଷ୍ଟାର୍ଟଅପ୍ ଇକୋସିଷ୍ଟମରେ ଭାରତ ଏକ ପ୍ରମୁଖ ଦାବିଦାର ଭାବରେ ବିଶ୍ୱସ୍ତରରେ ସ୍ୱୀକୃତି ହାସଲ କରିଛି।ଜାନୁଆରୀ ୧୫ ସୁଦ୍ଧା ଶିଳ୍ପ ଓ ଆଭ୍ୟନ୍ତରୀଣ ବାଣିଜ୍ୟ ପ୍ରୋତ୍ସାହନ ବିଭାଗ ଦ୍ୱାରା ସ୍ୱୀକୃତିପ୍ରାପ୍ତ ୧.୫୯ ଲକ୍ଷରୁ ଅଧିକ ଷ୍ଟାର୍ଟଅପ୍ ସହିତ ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ଭାବରେ ନିଜକୁ ଦୃଢ଼ ଭାବରେ ପ୍ରତିଷ୍ଠିତ କରିଛି।୨୦୧୬ରୁ ୨୦୨୪ ଅକ୍ଟୋବର ୩୧ ମଧ୍ୟରେ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ଗୁଡ଼ିକ ୧୬.୬ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିଛନ୍ତି, ଯାହା ନିଯୁକ୍ତି ସୃଷ୍ଟିରେ ଉଲ୍ଲେଖନୀୟ ଅବଦାନ।ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଏକ ବିବୃତିରେ କହିଛି ଯେ ଆଇଟି ସେବା ଶିଳ୍ପ ୨.୦୪ ଲକ୍ଷ ନିଯୁକ୍ତି ସହିତ ଶୀର୍ଷରେ ଥିବା ବେଳେ ସ୍ୱାସ୍ଥ୍ୟସେବା ଏବଂ ଜୀବ ବିଜ୍ଞାନ ୧.୪୭ ଲକ୍ଷ ନିଯୁକ୍ତି ଏବଂ ବୃତ୍ତିଗତ ଏବଂ ବାଣିଜ୍ୟିକ ସେବା ପ୍ରାୟ ୯୪ ହଜାର ନିଯୁକ୍ତି ସହିତ ଶୀର୍ଷରେ ରହିଛି।ଡିପିଆଇଆଇଟି ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ସଂଖ୍ୟା ୨୦୧୬ରେ ପ୍ରାୟ ୫୦୦ ଥିବା ବେଳେ ୨୦୨୫ ଜାନୁଆରି ୧୫ ସୁଦ୍ଧା ଏହା ୧,୫୯,୧୫୭କୁ ବୃଦ୍ଧି ପାଇଛି। ୨୦୨୪ ଅକ୍ଟୋବର ୩୧ ସୁଦ୍ଧା ମୋଟ ୭୩,୧୫୧ଟି ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପରେ ଅତି କମରେ ଜଣେ ମହିଳା ନିର୍ଦ୍ଦେଶକ ରହିଛନ୍ତି, ଯେଉଁଥିରେ ଭାରତରେ ମହିଳା ଉଦ୍ୟୋଗୀଙ୍କ ବିକାଶକୁ ଦର୍ଶାଯାଇଛି।

    ଡିପିଆଇଆଇଟି ଗତ ବର୍ଷ ସେପ୍ଟେମ୍ବରରେ ଭାରତ ଷ୍ଟାର୍ଟଅପ୍ ନଲେଜ୍ ଆକ୍ସେସ୍ ରେଜିଷ୍ଟ୍ରି (ଭାସ୍କର) ପ୍ଲାଟଫର୍ମ ଆରମ୍ଭ କରିଥିଲା। ଷ୍ଟାର୍ଟଅପ୍ ଇଣ୍ଡିଆ କାର୍ଯ୍ୟକ୍ରମର ଏକ ଅଂଶ, ଏହି ଅତ୍ୟାଧୁନିକ ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ଭାରତର ଉଦ୍ୟୋଗୀ ଇକୋସିଷ୍ଟମ ମଧ୍ୟରେ ପାରସ୍ପରିକ ସମ୍ପର୍କକୁ କେନ୍ଦ୍ରୀଭୂତ ଏବଂ ସୁବ୍ୟବସ୍ଥିତ କରିବା।‘ଷ୍ଟାର୍ଟଅପ୍ ମହାକୁମ୍ଭ ୨୦୨୪’ରେ ୧୪ଟି ଦେଶର ୪୮ ହଜାର ଅଂଶଗ୍ରହଣକାରୀ, ୧ ହଜାର ୩୦୦ ପ୍ରଦର୍ଶକ ଏବଂ ବିଶ୍ୱସ୍ତରୀୟ ପ୍ରତିନିଧି ମାନେ ଅଂଶଗ୍ରହଣ କରିଥିଲେ, ଯାହା ଭାରତର ଉଦ୍ୟୋଗୀ ଦୃଶ୍ୟପଟ୍ଟକୁ ଆକାର ଦେବାରେ ଏହାର ବୃଦ୍ଧି ପାଉଥିବା ଗୁରୁତ୍ୱକୁ ସୂଚାଇଥିଲା।
    ଷ୍ଟାର୍ଟଅପ୍ ମହାକୁମ୍ଭର ପଞ୍ଚମ ସଂସ୍କରଣ ଚଳିତ ବର୍ଷ ମାର୍ଚ୍ଚ ୭ ଓ ୮ ଦୁଇ ଦିନ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25 ° C
    25 °
    25 °
    91 %
    2.1kmh
    100 %
    Sat
    25 °
    Sun
    29 °
    Mon
    29 °
    Tue
    25 °
    Wed
    23 °

    ସମ୍ବନ୍ଧିତ