Tuesday, February 25, 2025
17.6 C
Odisha

    ଷ୍ଟ୍ରିଟ କ୍ରାଇମ ଉପରେ ଅଧିକ ଫୋକସ ଦେବ ପୋଲିସ : ୪୬ କେଜି ଗଂଜେଇ ଓ ୨୬୦ ଗ୍ରାମ ବ୍ରାଉନସୁଗର ଜବତ, ୯ ଗିରଫ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ନିଶା କାରବାର ଉପରେ ରୋକ ଲଗାଇବା ପାଈଁ କମିଶନରେଟ ପୋଲିସର ସ୍ୱତନ୍ତ୍ର ଅଭିଯାନ । ସଡ଼କ ସୁରକ୍ଷା, ଗଂଜେଇ ବ୍ରାଉନ ସୁଗାର କରବାର ଉପରେ ରୋକ ଲଗାଇବ ପୋଲିସ । ଷ୍ଟ୍ରିଟ କ୍ରାଇମ ଉପରେ ଅଧିକ ନଜର । ତିନୋଟି ଦିଗକୁ ଫୋକସ କରୁଛି ପୋଲିସ । ଗତକାଲି ମୈତ୍ରୀ ବିହାର ଅଂଚଳରେ ରେଡ କରାଯାଇ ଏକ ନିର୍ଦ୍ଦିଷ୍ଟ ଶିକ୍ଷାନୁଷ୍ଠାନ ନିକଟରୁ ଜବତ ହୋଇଛି ୪୬ କେଜି ଗଂଜେଇ । ଏଥିସହ ପାଞ୍ଚ ଜଣଙ୍କୁ ଗିରଫ କରିଛି ପୋଲିସ ।

    ସେହିପରି ବାଲିଅନ୍ତା ଅଂଚଳରେ ରେଡ କରି ୨୬୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି ପୋଲିସ । ଯାହାର ଆନୁମାନିକ ମୂଲ୍ୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ମାମଲାରେ ଚାରିଜଣ ଗିରଫ ହୋଇଛନ୍ତି । ଏହି ସବୁ ନିଶାଦ୍ରବ୍ୟ କେଉଁଠୁ ଆସୁଛି କୋଉଠି ଯାଉଛି ତାହାର ତଦନ୍ତ ଚାଲିଛି । ଶିକ୍ଷାନୁଷ୍ଠାନବ ବାହାରେ ନିଶା ଦ୍ରବ୍ୟ ବିକ୍ରି କରୁଛନ୍ତି ଅନେକ ଲୋକ । ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.6 ° C
    17.6 °
    17.6 °
    59 %
    1.3kmh
    0 %
    Tue
    33 °
    Wed
    34 °
    Thu
    35 °
    Fri
    38 °
    Sat
    38 °

    ସମ୍ବନ୍ଧିତ