Wednesday, March 4, 2026
34.8 C
Odisha

    ସଂଗୀତ ନିର୍ଦ୍ଦେଶକ ତଥା ଗାୟକ ଅଭିଜିତ୍‌ ମଜୁମ୍‌ଦାରଙ୍କ ବିୟୋଗରେ pabitra entertainment ଓ moodisha ପରିବାର ତରଫରୁ ଶ୍ରଦ୍ଧାଞ୍ଜଳି

    ଆଗକୁ ପଢନ୍ତୁ

    ଓଡ଼ିଶାର ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ଅଭିଜିତ୍‍ ମଜୁମଦାରଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ନିଜର ନିଆରା ସଙ୍ଗୀତ ଶୈଳୀ ମାଧ୍ୟମରେ ସେ ଦୀର୍ଘ ଦଶନ୍ଧି ଧରି ଓଡ଼ିଆ ଶ୍ରୋତାଙ୍କ ମନରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ । ତାଙ୍କର ଅକାଳ ବିୟୋଗ ଓଡ଼ିଆ କଳା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ pabitra entertainmentର ନିର୍ଦ୍ଦେଶକ ପବିତ୍ର ନାୟକ ସମବେଦନା ଜଣାଇଛନ୍ତି । ଏହାସହ media partner moodisha ପରିବାର ତରଫରୁ ସମସ୍ତ କର୍ମୀ ଏହି ଦୁଃଖଦ ସମୟରେ ଶୋକବ୍ୟକ୍ତ କରିବା ସହ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

    ସୂଚନାଯୋଗ୍ୟ: ଲୋକପ୍ରିୟ ସଂଗୀତ ନିର୍ଦ୍ଦେଶକ ଅଭିଜିତ୍‌ ମଜୁମ୍‌ଦାର୍‌। ଭୁବନେଶ୍ବର ଏମ୍ସ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ସେ ସକାଳ ୯ଟା ୨ ମିନିଟ ସମୟରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୫୪ ବର୍ଷ ବୟସ ହୋଇଥିଲା। ଲିଭର ଜନିତ ରୋଗରେ ପୀଡିତ ହୋଇ ଗତ ସେପ୍ଟେମ୍ବରରୁ ଚିକିତ୍ସିତ ହେଉଥିଲେ ଅଭିଜିତ। ପ୍ରଥମେ ସେ କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସି ହେଉଥିଲେ, ମାତ୍ର ପରେ ତାଙ୍କ ଅବସ୍ଥାରେ ସୁଧାର ନଆସିବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଭୁବନେଶ୍ବର ସ୍ଥିତ ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    34.8 ° C
    34.8 °
    34.8 °
    11 %
    3.5kmh
    3 %
    Wed
    34 °
    Thu
    37 °
    Fri
    38 °
    Sat
    38 °
    Sun
    38 °

    ସମ୍ବନ୍ଧିତ