Saturday, October 3, 2026
30.8 C
Odisha

    ସକାଳୁ ଉଠିବା ମାତ୍ରେ ବିନ୍ଧୁଛି କି ମୁଣ୍ଡ! ହୋଇଯାଆନ୍ତୁ ସାବଧାନ, ହୋଇପାରେ ଏହି ସାଙ୍ଘାତିକ ରୋଗର ଲକ୍ଷଣ

    ଆଗକୁ ପଢନ୍ତୁ

    ସକାଳେ ଉଠିଲେ ମାତ୍ର ଆପଣଙ୍କ ମୁଣ୍ଡ ବିନ୍ଧୁଛି କି? ପ୍ରତିଦିନ ମୁଣ୍ଡ ବିନ୍ଧା ଔଷଧ ଖାଇ ଦିନର ଆରମ୍ଭ କରିବାକୁ ପଡ଼ୁଛି କି? ଯଦି ହଁ ତେବେ, ଆଦୌ ଅଣଦେଖା କରନ୍ତୁ ନାହିଁ । ସାଧାରଣତଃ ସମସ୍ତେ ଭାବନ୍ତି ଯେ କାମର ଚାପ ଓ ଅନିୟମିତ ଜୀବନଶୈଳୀ ଯୋଗୁ ମୁଣ୍ଡ ବିନ୍ଧେ। ହେଲେ କେବଳ କାମର ଚାପ ଓ ବିଳମ୍ବ ରାତି ଯାଏ ଜଗିବା ହିଁ ମୁଣ୍ଡ ବିନ୍ଧାର କାରଣ ହୋଇ ନଥାଏ। ଏହା ପଛରେ ଆହୁରି ଅନେକ କାରଣ ରହିଥାଏ। ଆସନ୍ତୁ ସେଗୁଡ଼ିକ ବିଷୟରେ ଜାଣିବା।

    ସକାଳ ମୁଣ୍ଡବିନ୍ଧାର କାରଣ : ପ୍ରତିଦିନ ସକାଳୁ ବିଛଣାରୁ ଉଠିବା ମାତ୍ରେ ହିଁ ଅନେକ ଲୋକଙ୍କର ମୁଣ୍ଡ ବିନ୍ଧା ଆରମ୍ଭ ହୋଇଯାଏ। ଏହା ପଛରେ ଅନେକ କାରଣ ରହିଥାଏ। ସେଥିମଧ୍ୟରୁ ମାଇଗ୍ରେନ୍‌ ଏକ ମୁଖ୍ୟ କାରଣ।

    ବିଶେଷଜ୍ଞଙ୍କ ଅନୁଯାୟୀ ସକାଳ ୮ଟାରୁ ୯ଟା ଭିତରେ ଶରୀର କିଛି ପେନ୍‌କିଲର୍ସ ଓ ଏଣ୍ଡାଫ୍ରିନ୍ ଓ ଏନ୍‌କ୍ୟାଫଲିନୋ ରିଲିଜ୍‌ କରିଥାଏ। ଏହା ଆମର ଶରୀରର ରକ୍ତସଞ୍ଚାଳନ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ। ବିଶେଷ କରି ମାଇଗ୍ରେନ୍‌ ରୋଗୀକୁ ଏହାର ଅନୁଭବ ଶୀଘ୍ର ହୋଇଥାଏ। ସେଥିପାଇଁ ସେମାନଙ୍କୁ ସକାଳୁ ଉଠିବା ମାତ୍ରେ ହିଁ ଅତିମାତ୍ରାରେ ମୁଣ୍ଡବିନ୍ଧା ହୋଇଥାଏ ।

    ଏସବୁ ରୋଗ ମଧ୍ୟ ହୋଇପାରେ କାରଣ : ମାଇଗ୍ରେନ୍‌ ବ୍ୟତୀତ ଆହୁରି ଅନେକ କାରଣ ରହିଛି ଯାହା ସକାଳର ମୁଣ୍ଡବିନ୍ଧାର ସମସ୍ୟାକୁ ସୃଷ୍ଟି କରିଥାଏ। ସେଥିମଧ୍ୟରେ ସାଇନୋସାଇଟ୍‌, ବ୍ରେନ୍‌ ଟ୍ୟୁମର, ଉଚ୍ଚ ରକ୍ତଚାପର ସମସ୍ୟା, ଡିପ୍ରେସନ୍‌, ସ୍ଲିପ୍‌ ଏମ୍ପିନିଆ, ଇନ୍‌ସୋମେନିଆ ବା ରାତିରେ ଠିକ୍‌ଭାବେ ନିଦ ନଆସିବାର ସମସ୍ୟା ପ୍ରଭୃତି ହେଉଛି ମୁଖ୍ୟ କାରଣ।

    ଭୋଗିପାରନ୍ତି ଭୟଙ୍କର ପରିଣାମ : ବିଶେଷଜ୍ଞଙ୍କ ଅନୁଯାୟୀ ଯେଉଁମାନେ ସକାଳେ ହେଉଥିବା ମୁଣ୍ଡବିନ୍ଧାକୁ ନଜରନ୍ଦାଜ କରନ୍ତି ବା ମୁଣ୍ଡବିନ୍ଧା ଔଷଧ ଖାଇଦେଇ କାମ ଚଳାଇଦିଅନ୍ତି, ସେମାନଙ୍କୁ ଭବିଷ୍ୟତରେ ଅନେକ ଗମ୍ଭୀର ପରିଣାମ ଭୋଗିବାକୁ ପଡ଼ିଥାଏ। ଯଦି ଆପଣ ଏହାର ସଠିକ୍‌ ସମୟରେ ଓ ସଠିକ୍‌ ଚିକିତ୍ସା ନ କରାଇବେ ତେବେ ଆପଣଙ୍କୁ ଭବିଷ୍ୟତରେ ପାରାଲିସିସ୍, ଫିଟ୍ସ ଓ ଅସମୟରେ ବେହୋଶ ହେବା ଭଳି ସମସ୍ୟା ଭୋଗିପାରନ୍ତି।

    ଏପରି କରନ୍ତୁ ଚିକିତ୍ସା : ଯଦି ଆପଣଙ୍କର ସପ୍ତାହକୁ ୩-୪ଥର ମର୍ଣ୍ଣିଂ ହେଡ୍‌ଏକ୍‌ ହେଉଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ପରେ MRI ଓ EEG ମଧ୍ୟ କରାଇ ନିଅନ୍ତୁ। ଏଥିରୁ ଆପଣଙ୍କ ମୁଣ୍ଡବିନ୍ଧାର ପ୍ରକୃତ କାରଣ ଜଣାପଡ଼ିବ। ଏଥିସହ ରାତିରେ ବେଶୀ ସମୟ ଯାଏଁ ଜଗିବା ଓ ଶୋଇବା ପୂର୍ବରୁ ଅଧିକ ସମୟ ଟିଭି ଦେଖିବା କମ୍‌ କରନ୍ତୁ।

    ରାତିରେ ଆଲକହଲ ଓ କଫି ପିଇବା ମଧ୍ୟ ବନ୍ଦ କରିବାକୁ ହେବ। ଏସବୁ ବାଦ୍‌ ପ୍ରତିଦିନ କାଳେ କିଛି ସମୟ ମେଡିଟେସନ୍‌ ବା ଧ୍ୟାନ କରନ୍ତୁ। ଏହା ଦ୍ୱାରା ମସ୍ତିଷ୍କକୁ ଶାନ୍ତି ମିଳିଥାଏ ତେଣୁ ରାତିରେ ଭଲ ନିଦ ହୋଇଥାଏ। ଯାହାଫଳରେ ମୁଣ୍ଡବିନ୍ଧାରୁ ମୁକ୍ତି ମିଳିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.8 ° C
    30.8 °
    30.8 °
    54 %
    2.9kmh
    5 %
    Sat
    31 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ