Monday, September 8, 2025
27.4 C
Odisha

    ସକାଳୁ ଖାଲି ପେଟରେ ଚୋବାଇ ଖାଆନ୍ତୁ ବେଲପତ୍ର, ପେଟ ଜନିତ ସମସ୍ୟା ଠାରୁ ଆରମ୍ଭ କରି ଦୂର ହେବ ଅନେକ ରୋଗ

    ଆଗକୁ ପଢନ୍ତୁ

    ବର୍ତ୍ତମାନ୍ ସମୟରେ ପ୍ରାୟ ସମସ୍ତ ଲୋକେ ବ୍ୟସ୍ତବହୁଳ ଜୀବନ ଜାପନ କରୁଛନ୍ତି । ଏହି କାରଣରୁ ଲୋକେ ବିଭିନ୍ନ ସମସ୍ୟାରେ ମଧ୍ୟ ସମ୍ମୁଖୀନ ହେଉଛନ୍ତି । ଏଥିସହ ଅନେକ ରୋଗ ମାଡି ବସିଥାଏ । ଏପରି କିଛି ଲୋକେ ଅଛନ୍ତି, ଯେଉଁମାନେ ନିଜକୁ ଫିଟ୍ ରଖିବା ପାଇଁ ଜିମ୍ ଜାଇ ସୁସ୍ଥ ରହୁଛନ୍ତି ଏବଂ ଆଉ କିଛି ଲୋକ ମର୍ଣ୍ଣିଂ ୱାକ୍ ଯାଇ ଫିଟ୍ ରହିଥାନ୍ତି । ହେଲେ ବି ଲୋକେ ସଠିକ୍ ଭାବରେ ସୁସ୍ଥ ରହିପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା କେଉଁ ଉପାୟରେ ଆମେ ସମ୍ପୂର୍ଣ୍ଣ ସୁସ୍ଥ ରହିପାରିବା ।

    ଶ୍ରାବଣ ମାସରେ ମହାଦେବଙ୍କୁ ବେଲପତ୍ର ଚଢ଼ାଯାଏ । କିନ୍ତୁ ଜାଣନ୍ତି କି, ଏହାକୁ ପ୍ରତିଦିନ ଖାଲି ପେଟରେ ଖାଇଲେ ଆପଣଙ୍କୁ କିଛି ଦୀର୍ଘ ଦିନର ସମସ୍ୟାରୁ ବି ମୁକ୍ତି ମିଳିପାରିବ । ଆସନ୍ତୁ ଜାଣିବା ସେସବୁ ସମସ୍ୟା ଆଉ ସେଥିରୁ ମୁକ୍ତି ପାଇବାରେ ବେଲପତ୍ରର ମହତ୍ତ୍ବ ବିଷୟରେ । ପ୍ରତିଦିନର ଦିନଚର୍ଯ୍ୟାରେ ବେଲପତ୍ର ସେବନକୁ ନିଶ୍ଚିତ ସାମିଲ କରନ୍ତୁ । ଯଦି ଏପରି କରନ୍ତି ତେବେ ଆପଣଙ୍କୁ ଏକାଧିକ ଲାଭ ମିଳିବ । ଏହାକୁ ଖାଲିପେଟରେ ଚୋବାଇ ଖାଇବା ସହ ଏହାର ଚା’ ଏବଂ ଜୁସ୍ ପ୍ରସ୍ତୁତ କରି ମଧ୍ୟ ପିଇପାରିବେ । ବର୍ତ୍ତମାନ ଜାଣିବା କେଉଁ ରୋଗକୁ ଭଲ କରିଥାଏ ବେଲପତ୍ର ।

    ମଧୁମେହ ସମସ୍ୟା    :    ଆଜିକା ଦିନରେ ମଧୁମେହ ସାଧାରଣ ସ୍ବାସ୍ଥ୍ୟଗତ ସମସ୍ୟା ଭାବେ ଉଭା ହୋଇଛି । ଏଥିପାଇଁ ଲୋକେ ପ୍ରତିଦିନ ଔଷଧ ସେବନ କରିବାକୁ ବାଧ୍ୟ ହେଉଛନ୍ତି । ଡାଏବେଟିସ୍ ରୋଗୀଙ୍କୁ ଖାଦ୍ୟପେୟ ଉପରେ କଟକଣା ରଖିବାକୁ ପଡ଼ିଥାଏ । ହେଲେ ପ୍ରତିଦିନ ବେଲପତ୍ର ସେବନ କଲେ ଆପଣଙ୍କ ରକ୍ତରେ ସୁଗାର ମାତ୍ରା ନିୟନ୍ତ୍ରିତ ରହିଥାଏ ।

    ପାଚନ   :    ଯଦି ଆପଣଙ୍କର ଖାଦ୍ୟ ହଜମ ଜନିତ ସମସ୍ୟା ବା ଏସିଡିଟି ସମସ୍ୟା ଥାଏ ତେବେ ବେଲପତ୍ର ଏଥିପାଇଁ ବହୁ ଉପଯୋଗୀ ହୋଇଥାଏ । ସକାଳୁ ଖାଲି ପେଟରେ ୩ ପାଖୁଡ଼ିଆ ୫ଟି ବେଲପତ୍ର ସହ ଦୁଇଟି ଗୋଲ ମରିଚ ବାଟି ପିଇଲେ ଆପଣଙ୍କ ଗ୍ୟାସ୍ ସମସ୍ୟା ଦୂର ହେବା ସହ ପାଚନ କ୍ରିୟା ସୁଦୃଢ଼ ହୋଇଥାଏ । ଏଥିସହ ଏଥିରେ ଅଦା ବ୍ୟବହାର ମଧ୍ୟ କରିପାରିବେ ।

    ପେଟ ଜନିତ ସମସ୍ୟା   :   ଯଦି ଆପଣଙ୍କର ପେଟ ଜନିତ ସମସ୍ୟା ଥାଏ ତେବେ ଏଥିପାଇଁ ମଧ୍ୟ ବେଲପତ୍ର ସବୁଠୁ ଉତ୍ତମ ଉପାୟ । ଲଗାତାର ଭାବେ ଖାଲି ପେଟରେ ବେଲପତ୍ର ଖାଇଲେ ବା ଏହାର ଜୁସ୍ ବନାଇ ପିଇଲେ ଆପଣ ପେଟରେ ଥିବା ଅନେକ ସମସ୍ୟା ଦୂର ହୋଇଥାଏ ।

    ରୋଗ ପ୍ରତିରୋଧକ ଶକ୍ତି  :   ବେଲପତ୍ର ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ୍ , ଇମ୍ୟୁନିଟିକୁ ବଢାଇବାରେ ଯଥେଷ୍ଟ ସାହାଯ୍ୟ କରିଥାଏ । ଯଦି ଆପଣଙ୍କର ଏପରି ସମସ୍ୟା ହେଉଛି, ତେବେ ପ୍ରତ୍ୟେକ ଦିନ ସକାଳୁ ଖାଲି ପେଟରେ ବେଲପତ୍ର ଚୋବାଇ ଖାଆନ୍ତୁ । ଦେଖିବେ ଖୁବ୍ ଅଳ୍ପ ଦିନ ମଧ୍ୟରେ ଆପଣଙ୍କ ରେଜଲ୍ଟ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.4 ° C
    27.4 °
    27.4 °
    79 %
    0.8kmh
    100 %
    Mon
    29 °
    Tue
    31 °
    Wed
    32 °
    Thu
    31 °
    Fri
    30 °

    ସମ୍ବନ୍ଧିତ