Sunday, October 4, 2026
30.6 C
Odisha

    ସକାଳୁ ଝାଡ଼ୁ କରିବା ସମୟ ରେ ନିହାତି କୁହନ୍ତୁ ଏହି କଥା , ଦୂର ହେବ ସମସ୍ତ ସମସ୍ୟା

    ଆଗକୁ ପଢନ୍ତୁ

    ପ୍ରତ୍ୟେକ ହିନ୍ଦୁ ପରିବାରରେ ସକାଳୁ ଉଠିବା ମାତ୍ରକେ ଝାଡୁ କରିବାର ନିୟମ ରହିଛି। ଝାଡୁକୁ ମା ଲକ୍ଷ୍ମୀଙ୍କ କୃପା ଭାବରେ ଗ୍ରହଣ କରାଯାଇ ଥାଏ। ତେଣୁ ସକାଳୁ ଝାଡୁ କରିବା ସମୟରେ ଯଦି କିଛିଟା କଥାକୁ ଧ୍ୟନ ରଖିବା ତେବେ ଜୀବନରେ ସମୃଦ୍ଧିର ଆଗମନ ହୋଇଥାଏ ଏବଂ ଘରେ ସକାରାତ୍ମକ ପ୍ରଭାବ ରହିଥାଏ। ଏହାସହ ଧାର୍ମିକ ଉର୍ଜା ପ୍ରାପ୍ତିର ମାର୍ଗ ଖୋଲି ଯାଇଥାଏ। ତେଣୁ ଏହି କଥାର ଧ୍ୟାନ ରଖନ୍ତୁ –

    ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସକାଳୁ ଝାଡୁ କରିବା ସମୟରେ ନିଜ ମନେ ମନେ କୁହନ୍ତୁ – ” ମୋ ଘରୁ ରୋଗ ବାହାରି ଯାଉ , କୁଡା ସହିତ ଦରିଦ୍ରତା ଚାଲିଯାଉ , ମୋ ଘରର ସମସ୍ତ ସଦସ୍ୟଙ୍କର ମାନସିକ ଚିନ୍ତା ଚାଲିଯାଉ , ଏବଂ ସମସ୍ତ କଷ୍ଟ ଓ ଅସୁବିଧା ମଧ୍ୟ ଚାଲିଯାଉ।

    ଏହାଛଡା କହିବେ ଯେ ମା ଲକ୍ଷ୍ମୀ ମୋ ଉପରେ କୃପା ରଖନ୍ତୁ , ଦରିଦ୍ରତା ଦୂର ହେଉ , ରୋଗ ଦୂର ହେଉ। କିନ୍ତୁ ଯାହାବି କହିବେ ନିଜ ମନରୁ ସନ୍ତୁଷ୍ଟିର ସହିତ କହିବେ।

    ସକାରାତ୍ମକ ଭାବନାର ସହିତ କହିବେ ଲକ୍ଷ୍ମୀ ମା ଆସ ଓ ଦରିଦ୍ରତା ବାହାରିଯାଅ। କଳହ କଷ୍ଟ ଦୂର ହେଉ , ପ୍ରେମ ଓ ସୁଖ ଭରପୁର ହେଉ।

    ଘରର ଅଳିଆ ବାହାର କରିବା ସମୟରେ କୁହନ୍ତୁ ଯେ ଏହି ଆବର୍ଜନା ସହିତ ମୋର ସମସ୍ତ ଦୁଃଖ, କଷ୍ଟ, ରୋଗ, ବ୍ୟାଧି, ଦୁଃଖ, ଶୋକ ଓ ଦରିଦ୍ରତା ଚାଲିଯାଉ, ଏହି ୭ଟି ବିଷ ମୋ ଘରୁ ବାହାରିଯାଉ। ଏବଂ ସକାଳର ପ୍ରଥମ ଝାଡୁ ପରିବାର ସଦସ୍ୟ କରିବା ଜରୁରୀ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ