Thursday, April 2, 2026
26 C
Odisha

    ସକାଳୁ ସକାଳୁ ମେଲ୍ କରି ଚାକିରି ନେଇଗଲା କମ୍ପାନୀ, ୧୨ହଜାର ଭାରତୀୟ ପ୍ରଭାବିତ

    ଆଗକୁ ପଢନ୍ତୁ

    ଆମେରିକା : ଆମେରିକୀୟ ଆଇଟି କମ୍ପାନୀ ‘ଓରାକେଲ୍’କର୍ମଚାରୀଙ୍କୁ କଲା ଛଟେଇ । କମ୍ପାନୀ ବିଶ୍ୱ ସ୍ତରରେ ପ୍ରାୟ ୩୦ ହଜାର କର୍ମଚାରୀଙ୍କୁ ଛଟେଇ କରିଛି । ଭାରତୀୟ କର୍ମଚାରୀଙ୍କ ସଂଖ୍ୟା ୪୦%ରୁ ଅଧିକ ରହିଛି । ଏଥିରେ ୧୨୦୦୦ ଭାରତୀୟ କର୍ମଚାରୀଙ୍କ ଉପରେ ପ୍ରଭାବ ପଡିଛି ।

    କମ୍ପାନୀର କର୍ମଚାରୀଙ୍କୁ ସକାଳ ୬ଟାରେ ଇମେଲ ପଠାଯାଇଛି । ଇମେଲରେ କୁହାଯାଇଛି ଯେ, ସଂଗଠନରେ କିଛି ପରିବର୍ତ୍ତନ କରାଯାଉଛି । ଏହି କାରଣରୁ ଅପରେସନକୁ ସରଳ କରିବାର ନିଷ୍ପତ୍ତି ନିଆଯାଇଛି । ତେଣୁ ବହୁ ପଦ କଢାଯାଇଛି । ଯାହାର ପ୍ରଭାବ ସିଧାସଳଖ ଚାକିରି ଉପରେ ପଡିଛି । ଛଟେଇ ପରେ କର୍ମଚାରୀଙ୍କ ପାଇଁ ଏକ ସେଭେରାନ୍ସ ପ୍ୟାକେଜ୍ ଘୋଷିତ କରାଯାଇଛି।

    ଏହି ଯୋଜନା ଅନୁଯାୟୀ, ଗୋଟିଏ ବର୍ଷ ଚାକିରି ପୂରଣ କରିଥିବା କର୍ମଚାରୀମାନଙ୍କୁ ୧୫ ଦିନର ଦରମା ଦିଆଯିବ । ଏଥିରେ ଚାକିରିରୁ ଅବ୍ୟାହତି ତାରିଖ ପର୍ଯ୍ୟନ୍ତ ଦରମା, ଛୁଟି ନଗଦକରଣ, ଯୋଗ୍ୟତା ଅନୁଯାୟୀ ଗ୍ରାଚ୍ୟୁଇଟି ଏବଂ ଏକ ମାସର ନୋଟିସ୍ ପିରିୟଡ ପାଇଁ ଦରମା ଅନ୍ତର୍ଭୁକ୍ତ । କମ୍ପାନୀ ଅତିରିକ୍ତ ଭାବରେ ଦୁଇ ମାସର ଦରମା ମଧ୍ୟ ପ୍ରସ୍ତାବ ଦେଇଛି, କିନ୍ତୁ ଏହି ପ୍ୟାକେଜ୍ କେବଳ ପାରସ୍ପରିକ ସମ୍ମତିରେ ଇସ୍ତଫା ଦେଉଥିବା କର୍ମଚାରୀଙ୍କ ପାଇଁ ରହିଛି ।

    କମ୍ପାନୀର ପୂର୍ବତନ କର୍ମଚାରୀ ମେରୁଗୁ ଶ୍ରୀଧର କହିଛନ୍ତି, ଆମେରିକାରେ କଠୋର ଶ୍ରମ ଆଇନ ସ୍ଥାନୀୟ କର୍ମଚାରୀଙ୍କ ଅପେକ୍ଷା ଭାରତୀୟ କର୍ମଚାରୀଙ୍କୁ ଅଧିକ ପ୍ରଭାବିତ କରିଛି । ଓରାକେଲର ଛଟେଇ କେବଳ ଭାରତ ପାଇଁ ନୁହେଁ ବରଂ ବିଶ୍ୱ ସ୍ତରରେ ଆଇଟି କ୍ଷେତ୍ର ପାଇଁ ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26 ° C
    26 °
    26 °
    46 %
    1.3kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ