Saturday, April 11, 2026
27 C
Odisha

    ସଙ୍ଗମରେ ବୁଡ଼ ପକାଇଲେ ଅମ୍ବାନି ପରିବାର

    ଆଗକୁ ପଢନ୍ତୁ

    ପ୍ରୟାଗରାଜ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ତାଙ୍କ ପରିବାର ସହ ପ୍ରୟାଗରାଜରେ ଚାଲିଥିବା କୁମ୍ଭମେଳାରେ ଅଂଶଗ୍ରହଣ କରି ପବିତ୍ର ତ୍ରିବେଣୀ ସଙ୍ଗମରେ ସ୍ନାନ କରିଛନ୍ତି। ମୁକେଶ ଅମ୍ବାନୀ ତାଙ୍କ ମା’ କୋକିଲାବେନ୍, ପୁଅ ଆକାଶ ଓ ଅନନ୍ତ ଅମ୍ବାନୀ, ବୋହୂ ଶ୍ଲୋକା ଓ ରାଧିକା, ନାତିନାତୁଣୀ ପୃଥ୍ୱୀ ଓ ବେଦ ଏବଂ ଭଉଣୀ ଦୀପ୍ତି ସାଲଗାଓଁକର ଓ ନୀନା କୋଠାରୀଙ୍କ ସହ ଆସ୍ଥାର ମହାପର୍ବ କୁମ୍ଭ ମେଳାରେ ପହଞ୍ଚିଥିଲେ।ଗଙ୍ଗା ପୂଜା ପରେ ସେମାନେ ପରମର୍ଥ ନିକେତନ ଆଶ୍ରମରେ ପହଞ୍ଚିଥିଲେ। ନିରଞ୍ଜନୀ ଆଖଡ଼ାର ସ୍ୱାମୀ କୈଳାସାନନ୍ଦ ଗିରି ମହାରାଜ ଅମ୍ବାନୀ ପରିବାର ପାଇଁ ଗଙ୍ଗା ପୂଜା କରିଥିଲେ। ଏହାପରେ ମୁକେଶ ଅମ୍ବାନୀ ପରମାର୍ଥ ନିକେତନ ଆଶ୍ରମର ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜଙ୍କୁ ତାଙ୍କ ପରିବାର ସଦସ୍ୟଙ୍କ ସହ ଭେଟି ଆଶ୍ରମରେ ମିଠା ଓ ଲାଇଫ୍ ଜ୍ୟାକେଟ୍ ବଣ୍ଟନ କରିଥିଲେ। ଗତ ମାସରେ ଆଦାନୀ ଗ୍ରୁପର ଅଧ୍ୟକ୍ଷ ଗୌତମ ଆଦାନୀ ମଧ୍ୟ ତାଙ୍କ ପରିବାର ସହ କୁମ୍ଭ ମେଳା ପରିଦର୍ଶନ କରିଥିଲେ। ସଙ୍ଗମରେ ଗାଧୋଇବା ପରେ ସେ ପତ୍ନୀ ପ୍ରୀତି ଆଦାନୀଙ୍କ ସହ ହନୁମାନ ମନ୍ଦିର ଯାଇଥିଲେ। ଏହି ସମୟରେ ଇସ୍କନ ମନ୍ଦିର ଶିବିରରେ ଭକ୍ତଙ୍କୁ ମହାପ୍ରସାଦ ବଣ୍ଟନ କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    31 %
    2.1kmh
    0 %
    Fri
    27 °
    Sat
    38 °
    Sun
    41 °
    Mon
    42 °
    Tue
    43 °

    ସମ୍ବନ୍ଧିତ