Thursday, April 2, 2026
37.1 C
Odisha

    ସଙ୍ଗମରେ ସରିଲା ସ୍ନାନ, ଭିଡରେ ଫସିଛି ଜୀବନ: ପ୍ରୟାଗରାଜରୁ ଫେରିପାରୁ ନାହାନ୍ତି ଯାତ୍ରୀ

    ଆଗକୁ ପଢନ୍ତୁ

    ପ୍ରୟାଗରାଜ: ମହାକୁମ୍ଭରେ ବୁଡ ପକାଇବାକୁ ଯିବାକୁ ଯେତିକି କଷ୍ଟ, ମହାକୁମ୍ଭରେ ବୁଡ ପକାଇ ଫେରିବା ବି ସେତିକି କଷ୍ଟ । ଭିଡ ପାଇଁ ପ୍ରାଣ ବାହାରି ଯାଉଛି । ମଣିଷ ନାକେଦମ ହେଉଛି । ପ୍ରୟାଗରାଜ ଗଲା ବେଳେ ଭିଡ ଆସିବା ବେଳେ ବି ଭିଡ । ଶ୍ରଦ୍ଧାଳୁ ଭିଡ ଆଡେଇ ସଙ୍ଗମରେ ସିନା ସ୍ନାନ ସାରିଦେଲେ ହେଲେ ସେଠୁ ଫେରିବା ସେମାନଙ୍କ ପାଇଁ କାଠିକର ପାଠ ହୋଇଛି ।କାରଣ ଯେଉଁ ଟ୍ରେନରେ ନିଜ ନିଜ ରାଜ୍ୟକୁ ଫେରିବାକୁ ଯାତ୍ରୀମାନେ ଅପେକ୍ଷ କରିଛନ୍ତି, ଏମିତି କୌଣସି ଗୋଟିଏ ଟ୍ରେନ୍ ନାହିଁ ଯେଉଁ ଟ୍ରେନରେ ଭିଡ ନାହିଁ । କୌଣସି ବି ଷ୍ଟେସନ କିମ୍ବା ଟ୍ରେନ ଫାଙ୍କା ଥିବା ଦେଖିବାକୁ ମିଳୁନି । ସବୁ ଟ୍ରେନରେ ଭରପୂର ଲୋକ । ସ୍ଥିତି ଏମିତି ହେଉଛି ଟ୍ରେନରେ ପାଦ ରଖିବାକୁ ବି ଜାଗା ମିଳୁନି ।

    ଦିନ ଦୟାଲ ଉପାଧ୍ୟାୟ ରେଳ ଷ୍ଟେସନରେ ସ୍ଥିତି ପୂରା ବେହାଲ । ଉକ୍ତ ଜଙ୍କସନରୁ ବିହାର, ଝାଡଖଣ୍ଡ, ଓଡିଶାକୁ ଯିବାକୁ ଲୋକଙ୍କ ଭିଡ ଲାଗିଛି କିନ୍ତୁ କୌଣସି ବି ଟ୍ରେନରେ ଫାଙ୍କା ନାହିଁ । ଏସି ହେଉ କି ଜେନେରାଲ ସବୁ ବଗି ଭର୍ତ୍ତି । ଏସି ବଗିରେ ବି ଜେନେରାଲ ଲୋକ ପଶିଛନ୍ତି । ପଶ୍ଚିମବଙ୍ଗ ଏବଂ ବିହାର ଯିବାକୁ ଥିବା ଦୁଇ ମହିଳା ଭିଡ କାରଣରୁ ଟ୍ରେନ ପାଖରେ ପହଞ୍ଚି ପାରିଲେନି କି ଟ୍ରେନରେ ଉଠି ପାରିଲେନି ତେଣୁ ଟ୍ରେନ୍ ଛାଡିଦେଲା । ମହାକୁମ୍ଭରେ ଦିବ୍ୟ ସ୍ନାନ କରି ଫେରିବା ଏକ ସୁନ୍ଦର ମୁହୂର୍ତ୍ତ ହୋଇଥିବା ବେଳେ ଏବେ ଶ୍ରଦ୍ଧାଳୁଙ୍କୁ ପାଇଁ ଘରକୁ ଫେରିବା ବଡ ଚାଲେଞ୍ଜ ଭାବେ ଉଭା ହୋଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.1 ° C
    37.1 °
    37.1 °
    23 %
    0.8kmh
    0 %
    Thu
    39 °
    Fri
    41 °
    Sat
    38 °
    Sun
    37 °
    Mon
    35 °

    ସମ୍ବନ୍ଧିତ