Saturday, July 5, 2025
24.8 C
Odisha

ସଫଳ ରଥଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଆନ୍ତରିକ ଧନ୍ୟବାଦ: ମନମୋହନ ସାମଲ

ଆଗକୁ ପଢନ୍ତୁ

ଭୁବନେଶ୍ୱର, ତା.୦୮/୦୭: ସର୍ବଧର୍ମ, ସର୍ବମତ ଓ ସମସ୍ତ ଚେତନାର ପ୍ରତୀକ ହେଉଛନ୍ତି ଶ୍ରୀଜଗନ୍ନାଥ । ବର୍ଷକୁ ଥରେ ରଥଯାତ୍ରା ପାଇଁ ପ୍ରଭୁ ଶ୍ରୀ ଜଗନ୍ନାଥ ନିଜ ବଡ ଭାଇ ଶ୍ରୀ ବଳଭଦ୍ର ଓ ଭଉଣୀ ସୁଭଦ୍ରାଙ୍କ ସହିତ ବଡ଼ଦାଣ୍ଡକୁ ଓହ୍ଲାଇ ଆସି ରତ୍ନବେଦିରୁ ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରକୁ ଆସିଥାନ୍ତି । ୫୩ ବର୍ଷ ପରେ ଚଳିତ ଥର ପଡ଼ିଥିଲା ବିରଳ ସଂଯୋଗ । ଏକାଦିନରେ ନବଯୌବନ ଦର୍ଶନ, ନେତ୍ରୋତ୍ସବ ଓ ଗୁଣ୍ଡିଚାଯାତ୍ରା ଅନୁଷ୍ଠିତ ହୋଇଥିଲା । ମହାବାହୁ ଶ୍ରମନ୍ଦିର ରତ୍ନବେଦିରୁ ବାହାରି ଜନ୍ମବେଦି ଅଭିମୁଖେ ଯାତ୍ରା କରିଛନ୍ତି । ଦୁଇ ଦିନ ଧରି ଏଥର ରଥଯାତ୍ରା ଅନୁଷ୍ଠିତ ହୋଇଥିଲା । ଏହି ଅଲୌକିକ ମୂହୁର୍ତର ଝଲକ ପାଇବାକୁ ଲକ୍ଷ ଲକ୍ଷ ଭକ୍ତ ସାମିଲ ହୋଇଥଲେ । ପୁରୀ ବଡ଼ଦାଣ୍ଡରେ ୧୨ ଲକ୍ଷରୁ ଊର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ହୋଇଥିଲା । ଜୟ ଜଗନ୍ନାଥ ଧ୍ୱନିରେ ଶ୍ରୀକ୍ଷେତ୍ରରେ କମ୍ପି ଉଠିଥିଲା । ଏହି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦେଖିବା ପାଇଁ ପ୍ରଥମ ରାଷ୍ଟ୍ରପତି ଭାବେ ଦୌପଦୀ ମୁର୍ମୁ ଯୋଗଦେଇ ମହାବାହୁଙ୍କୁ ଦର୍ଶନ କରିବା ସହ ରଥ ମଧ୍ୟ ଟାଣିଥିଲେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ଉପମୁଖ୍ୟମନ୍ତ୍ରୀ କେ.ଭି.ସିଂହଦେଓ, ପ୍ରଭାତି ପରିଡ଼ା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ବହୁ ସାଂସଦ, ବିଧାୟକ ଓ ଦଳର ବହୁ କାର୍ଯ୍ୟକର୍ତା ଯୋଗଦେଇ ମହାପ୍ରଭୁଙ୍କ ଆର୍ଶୀବାଦ ଲାଭ କରିଥିଲେ । ରାଜ୍ୟ ସରକାର, ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ସମେତ ଅନେକ ସ୍ୱେଚ୍ଛାସେବୀ ସଂଗଠନର କାର୍ଯ୍ୟକର୍ତା ଏବଂ ପୋଲିସ ପ୍ରଶାସନଙ୍କ ଉଦ୍ୟମ ଯୋଗୁଁ ସମସ୍ତ ନୀତିକାନ୍ତି ଶାନ୍ତିଶୃଙ୍ଖଳାର ସହ ହୋଇପାରିଛି । ସଫଳ ରଥଯାତ୍ରା ଆୟୋଜନ ପାଇଁ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହିତ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
overcast clouds
24.8 ° C
24.8 °
24.8 °
83 %
4kmh
100 %
Fri
25 °
Sat
29 °
Sun
25 °
Mon
27 °
Tue
24 °

ସମ୍ବନ୍ଧିତ