Saturday, December 21, 2024
15.7 C
Odisha

    ସବୁଠାରୁ ଅଧିକ ଦୁଃଖୀ ଦେଶ କିଏ

    ଆଗକୁ ପଢନ୍ତୁ

    ସୁଖ ଦୁଃଖ ଜୀବନର ଏକ ଅଙ୍ଗ। ଦେଶରେ ହେଉ କିମ୍ବା ବ୍ୟକ୍ତି ବିଶେଷ ରେ। ଅନେକ ଦେଶର ଲୋକଙ୍କ ଜୀବନରେ ବେଳେବେଳେ ଅଧିକ ଦୁଃଖ ଆସିଥାଏ । ତେଣୁ ଏହି ଦେଶଗୁଡ଼ିକରେ କେଉଁ କେଉଁ ଦେଶ ତାଲିକାରେ ଅନ୍ତର୍ଭୁକ୍ତ ଅଛନ୍ତି । ଆଜି ଆମେ ଆପଣଙ୍କୁ ସେହି ଦେଶଗୁଡ଼ିକ ବିଷୟରେ କହିବୁ ଯେଉଁମାନେ ସମଗ୍ର ବିଶ୍ୱରେ ସବୁଠାରୁ ଅଧିକ ଦୁଃଖୀ ଅଟନ୍ତି । ଏହା ସହ ଆମେ ଆପଣଙ୍କୁ ଆମ ଦେଶର ସ୍ଥିତି ବିଷୟରେ କହିବୁ। ବାସ୍ତବରେ ନିକଟରେ ଓ୍ଵାର୍ଲ୍ଡ ଅଫ ରିସର୍ଟ ପକ୍ଷରୁ ଏକ ତାଲିକା ପ୍ରକାଶ ପାଇଛି, ଯେଉଁଥିରେ ବିଶ୍ୱର ସବୁଠାରୁ ଦୁଃଖୀ ଏବଂ ସୁଖୀ ଦେଶମାନଙ୍କ ବିଷୟରେ କୁହାଯାଇଛି । ତେବେ ଏହି ତାଲିକା ଅନୁଯାୟୀ ବିଶ୍ୱର ସବୁଠାରୁ ଦୁଃଖି ଦେଶ ହେଉଛି ଆଫଗାନିସ୍ତାନ । ବେରୋଜଗାରୀ, ଆତଙ୍କବାଦ ଓ ଅର୍ଥନୈତିକ କାରଣରୁ ଏଠାକାର ଲୋକେ ଅତ୍ୟନ୍ତ ଦୁଃଖି । ତେବେ ଏହି ତାଲିକାରେ ଦେଶ ଦ୍ବିତୀୟ ସ୍ଥାନରେ ଥିବା କଥା ଉଠିଲେ ଲେବାନନ୍। ବାସ୍ତବରେ ଏହି ଦେଶ ବହୁତ ସୁନ୍ଦର, କିନ୍ତୁ ଏଠାକାର ଲୋକମାନେ ଅନେକ କାରଣରୁ ବହୁତ ଦୁଃଖୀ । ଏହାବ୍ୟତୀତ ଯେଉଁ ଦେଶର ନାମ ତୃତୀୟ ସ୍ଥାନରେ ରହିଛି, ତାହା ହେଉଛି ସିଏରା ଲିଓନ୍ ।

    ଏହି ତାଲିକାର ଚତୁର୍ଥ ସ୍ଥାନରେ ଥିବା ଦେଶ ବିଷୟରେ କହିବାକୁ ଗଲେ ଏହା ହେଉଛି ଜିମ୍ବାୱେ । ଏଠାକାର ଲୋକମାନେ ସବୁବେଳେ ନୃତ୍ୟ, ଗୀତ ଗାଇବା ଏବଂ ପାର୍ଟି କରିବା ପାଇଁ ଜଣାଶୁଣା । କିନ୍ତୁ ଦୁନିଆର ଦୁଃଖି ଦେଶମାନଙ୍କ କ୍ଷେତ୍ରରେ ଏମାନେ ଚତୁର୍ଥ ସ୍ଥାନରେ ରହିଛନ୍ତି। ଏବେ ଆମ ଦେଶ ଭାରତ ବିଷୟରେ କହିବାକୁ ଗଲେ ଏହି ତାଲିକା ଅନୁଯାୟୀ ଭାରତବାସୀ ମଧ୍ୟ ବହୁତ ଦୁଃଖିତ । ବିଶ୍ୱର ଅତ୍ୟନ୍ତ ଦୁଃଖି ଦେଶ ତାଲିକାରେ ସାମିଲ ହୋଇଛି ଭାରତ । ଏହି ତାଲିକାରେ ଭାରତର ସ୍ଥାନ ୧୨ ରହିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    15.7 ° C
    15.7 °
    15.7 °
    98 %
    2.1kmh
    84 %
    Sat
    16 °
    Sun
    26 °
    Mon
    27 °
    Tue
    27 °
    Wed
    28 °

    ସମ୍ବନ୍ଧିତ