Tuesday, August 25, 2026
23.5 C
Odisha

    ସବୁଠି ପାରଦ ତଳମୁହାଁ, ଆହୁରି ୩ ଦିନ ଯାଏଁ କଲବଲ କରିବ ଶୀତ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଜାଡ଼ରେ ଥରୁଛି ସାରା ଓଡ଼ିଶା । ସବୁଠି ପାରଦ ତଳମୁହାଁ । ଝାରସୁଗୁଡ଼ାରେ ୭୨ ବର୍ଷର ରେକର୍ଡ ଭାଙ୍ଗିଛି ଶୀତ । ସୋମବାର ରାତିରେ ଝାରସୁଗୁଡାରେ ସବୁଠୁ କମ୍ ୫.୧ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ୧୯୫୩ ମସିହାରୁ ଏପର୍ଯ୍ୟନ୍ତ ଝାରସୁଗୁଡାରେ ସବୁଠୁ ଥଣ୍ଡା ରେକର୍ଡ କରାଯାଇଛି । ଝାରସୁଗୁଡା ସମେତ ୧୬ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଛି । ଆହୁରି ୩ ଦିନ ରାଜ୍ୟରେ କଲବଲ କରିବ ଶୀତ । ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ଖସିବା ଆକଳନ କରିଛି ପାଣିପାଗ ବିଭାଗ । ଖାଲି ଶୀତ ନୁହେଁ, କୁହୁଡି ବି କଲବଲ କରୁଛି । ସକାଳ ଏବଂ ସନ୍ଧ୍ୟା ସମୟରେ ଘନ କୁହୁଡ଼ି ଯୋଗୁ ଦୃଶ୍ୟମାନତା କମ୍ ରହୁଛି । ତେଣୁ ଗାଡି ଚାଳକଙ୍କୁ ସତର୍କ ରହିବାକୁ ଅନୁରୋଧ କରାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    94 %
    1.8kmh
    97 %
    Tue
    29 °
    Wed
    30 °
    Thu
    28 °
    Fri
    29 °
    Sat
    28 °

    ସମ୍ବନ୍ଧିତ