Friday, August 7, 2026
24.3 C
Odisha

    ସମ୍ବଲପୁରରେ ଦୁର୍ଦ୍ଦାନ୍ତ ଅପରାଧୀ ମନୀଷ ସାହୁକୁ ଏନକାଉଣ୍ଟର

    ଆଗକୁ ପଢନ୍ତୁ

    ସମ୍ବଲପୁର: ସମ୍ବଲପୁରରେ ଏନକାଉଣ୍ଟର । ଦୁର୍ଦ୍ଦାନ୍ତ ଅପରାଧୀ ମନୀଷ ସାହୁକୁ ଏନକାଉଣ୍ଟର। ପ୍ଲାନେଟୋରିୟମ ଛକ ନିକଟରେ ଏନକାଉଣ୍ଟର କରିଛି ବୁର୍ଲା ଥାନା ପୋଲିସ । ପୋଲିସ ରେଡ୍ କରୁଥିବା ଜାଣି ମନୀଷ ପ୍ରଥମେ ପୋଲିସ ଉପରକୁ ୩ ରାଉଣ୍ଡ ଗୁଳି ଚଳାଇଥିଲା । ଆତ୍ମରକ୍ଷା ପାଇଁ ପୋଲିସ ପକ୍ଷରୁ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରାଯାଇଥିଲା । ଅଭିଯୁକ୍ତର ଡାହାଣ ପାଦରେ ଗୁଳି ବାଜିଛି । ମନୀଷ ସାହୁ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ୧୪ଟି ଅପରାଧିକ ମାମଲା ରହିଛି l ମନୀଷ ନିକଟରୁ ଗୋଟେ ବନ୍ଧୁକ, ୩ଟି ଖୋକା, ଗୋଟେ କାର୍ ଓ ୫ଟି ମୋବାଇଲ ଫୋନ୍ ଜବତ ହୋଇଛି ।

    ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ଝାରସୁଗୁଡାରେ ମଧ୍ୟ ହୋଇଥିଲା ଏନକାଉଣ୍ଟର । ପୋଲିସ ଏନକାଉଣ୍ଟରରେ ୨ ଅପରାଧୀ ଆହତ ହୋଇଥିଲେ । ଆହତ ଅପରାଧୀ ହେଲେ ସୁନୀଲ ମହାନନ୍ଦ ଓ ଚାନ୍ଦ ବନଛୋର । ଝାରସୁଗୁଡା ବେଲପାହାଡ଼ ଫାଟକରେ ମାରଣାସ୍ତ୍ର ମାଡ଼ରେ ଜଣଙ୍କ ମୃତ୍ୟୁ ଘଟଣାର ଏହି ଦୁଇ ଜଣ ମୁଖ୍ୟ ଅଭିଯୁକ୍ତ ଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.3 ° C
    24.3 °
    24.3 °
    93 %
    1.4kmh
    100 %
    Fri
    24 °
    Sat
    28 °
    Sun
    30 °
    Mon
    27 °
    Tue
    31 °

    ସମ୍ବନ୍ଧିତ