Saturday, March 28, 2026
25 C
Odisha

    ସମ୍ବଲପୁରରେ ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା: ଅଭିଯୁକ୍ତଙ୍କୁ ଫାଶୀଦଣ୍ଡ

    ଆଗକୁ ପଢନ୍ତୁ

    ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଧୀନ କସଡ଼ା ଗ୍ରାମରେ ଘଟିଥିବା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି ସମ୍ବଲପୁର ପୋକ୍‌ସୋ ଅଦାଲତର ସ୍ବତନ୍ତ୍ର ବିଚାରପତି ଅଭିଳାଷ ସେନାପତି। ଅଭିଯୁକ୍ତ ହେଲେ କସଡା ଗ୍ରାମର ପ୍ରଶାନ୍ତ ବଘାର(୩୨)। ଏଥିସହ ଅଦାଲତ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି।
    ସୂଚନା ଅନୁଯାୟୀ, ୨୦୨୨ ମାର୍ଚ୍ଚ ୨୫ ତାରିଖ ସକାଳେ ନାବାଳିକା(୮ବର୍ଷ) ଜଣକ ଶୌଚ ପାଇଁ ନିଜ ଘର ନିକଟସ୍ଥ ଏକ ପଡ଼ିଆକୁ ଯାଇଥିଲେ। ଏହି ସମୟରେ ଅଭିଯୁକ୍ତ ପ୍ରଶାନ୍ତ ତାଙ୍କୁ ବଳପୂର୍ବକ ଟେକି ନେଇ ବଳାତ୍କାର କରିଥିଲେ। ପରେ କୁରାଢ଼ିରେ ନାବାଳିକାଙ୍କୁ ୨ ଗଡ଼ କରି ଦେଇଥିଲେ। ଗାଁ ମଧ୍ୟକୁ କଟା ମୁଣ୍ଡ ନେଇ ନଳକୂପରେ ଧୋଇଥିଲେ। ଗ୍ରାମବାସୀ ଏହା ଦେଖି ଜମନକିରା ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରିବା ସହ କଟାମୁଣ୍ଡ ଓ କୁରାଢ଼ିକୁ ଜବତ କରିଥିଲା। ଏନେଇ ପୀଡିତାଙ୍କ ବାପା ଥାନାରେ ଅଭିଯୋଗ କରିଥିଲେ। ପୋଲିସ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଥିଲା। ୨୫ ଜଣ ସାକ୍ଷ୍ୟ ଓ ଅନ୍ୟାନ୍ୟ ତଥ୍ୟ ପ୍ରମାଣକୁ ଭିତ୍ତିକରି ବିଚାରପତି ଅଭିଯୁକ୍ତଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହି ମାମଲାକୁ ସ୍ବତନ୍ତ୍ର ସରକାରୀ ଓକିଲ ସନ୍ତୋଷ ପଣ୍ଡା ପରିଚାଳନା କରିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25 ° C
    25 °
    25 °
    50 %
    2.3kmh
    30 %
    Sat
    39 °
    Sun
    40 °
    Mon
    40 °
    Tue
    38 °
    Wed
    38 °

    ସମ୍ବନ୍ଧିତ