Friday, April 3, 2026
27 C
Odisha

    ସମ୍ବଲପୁରରେ ଶୀତଳଷଷ୍ଠୀର ଧୁମ୍‌: ବାହା‌ବେଦିରେ ମହାଦେବ

    ଆଗକୁ ପଢନ୍ତୁ

    ଶୀତଳଷଷ୍ଠୀରେ ଭକ୍ତିଭାବରେ ବିଭୋର ସମ୍ବଲପୁର। ଦେବଦେବ ମହାଦେବଙ୍କ ସହିତ ଜଗଜ୍ଜନନୀ ପାର୍ବତୀଙ୍କ ଲୌକିକ ରୀତିରେ ଅନୁଷ୍ଠିତ ହୋଇଛି ବିବାହ। ଶନିବାର ରାତି ରବି ପାହାନ୍ତିର ମାହେନ୍ଦ୍ର ବେଳାରେ ପ୍ରଭୁ ଜଟାଧାରୀଙ୍କ ସହ ଶକ୍ତିରୂପିଣୀ ମାତା ପାର୍ବତୀଙ୍କ ହାତଗଣ୍ଠି ପଡ଼ିଛି। ଦେବବିବାହ ଦେଖିବାକୁ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି ସମ୍ବଲପୁରକୁ। ମହାଦେବଙ୍କ ବରଯାତ୍ରୀ ଶୋଭାଯାତ୍ରା‌ରେ ସାମିଲ ହୋଇ ଧନ୍ୟ ହୋଇଛନ୍ତି ଦେଶର ବିଭିନ୍ନ ପ୍ରାନ୍ତରରୁ ଆସିଥିବା ହଜାରହଜାର କଳାକାର। ଆଜି ଜ୍ୟେଷ୍ଠ ଶୁକ୍ଳପକ୍ଷ ପଞ୍ଚମୀ ତିଥିରେ ସଂପନ୍ନ ହୋଇଥିଲା ଗଇଁଠାଳ ଫିଟା ନୀତି। ଭଗବାନ ଶିବଙ୍କୁ ବରବେଶରେ ସଜ୍ଜିତ କରାଯାଇ ରାତି ସାଢ଼େ ୧୦ଟାରୁ ସାଢ଼େ ୧୧ଟା ମଧ୍ୟରେ ବିଭିନ୍ନ ପଡ଼ାର ମନ୍ଦିରଗୁଡ଼ିକରେ ମହାଆଳତି ହୋଇଥିଲା। ଏହା ପରେ ବାହାରିଥିଲା ଭଗବାନ ଶିବଙ୍କ ବରଯାତ୍ରୀ ଶୋଭାଯାତ୍ରା।  ନନ୍ଦପଡ଼ାର ବଂବରାଡ଼ ବାଲୁଙ୍କେଶ୍ବର ବାବା, ଝାଡ଼ୁଆପଡ଼ାର ଲୋକନାଥ ବାବା, ମୁଦିପଡ଼ାର ଜାଗେଶ୍ବର ବାବା, ବଡ଼ବଜାରର ଶୀତଳେଶ୍ବର ବାବା ଏବଂ ଠାକୁରପଡ଼ାର ଗୁପ୍ତେଶ୍ବର ବାବାଙ୍କ ବିବାହ ଶୋଭାଯାତ୍ରା ବେଶ ଧୁମ୍‌ଧାମ୍‌ରେ ପାଳିତ ହୋଇଥିଲା। ଝାଡ଼ୁଆପଡ଼ାର ଲୋକନାଥ ବାବାଙ୍କ ବରଯାତ୍ରୀ ଦଳକୁ କନ୍ୟା ପିତାମାତା ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଓ ତାଙ୍କ ପତ୍ନୀ ପଦ୍ମିନୀ ନାୟକ ଭବ୍ୟ ସ୍ବାଗତ କରିବା ସହ ପାଛୋଟି ନେଇଥିଲେ। ମୁଦିପଡ଼ାର ଜାଗେଶ୍ବର ବାବାଙ୍କ ବିବାହ ପରିପ୍ରେକ୍ଷୀରେ ଆୟୋଜିତ ‘ହଳଦୀ’ କାର୍ଯ୍ୟକ୍ରମରେ ଶତାଧିକ ମହିଳାଙ୍କ ସହ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର ସାମିଲ ହୋଇ ନାଚୁଥିବା ଦେଖିବାକୁ ମିଳିଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27 ° C
    27 °
    27 °
    42 %
    1.2kmh
    0 %
    Fri
    40 °
    Sat
    39 °
    Sun
    38 °
    Mon
    38 °
    Tue
    39 °

    ସମ୍ବନ୍ଧିତ