Wednesday, April 1, 2026
35.5 C
Odisha

    ସମ୍ବଲପୁରରେ ହେବ ଦ୍ୱିତୀୟ ଏମ୍ସ, ମୁଖ୍ୟମନ୍ତ୍ରୀ ଦେଲେ ବଡ଼ ସୂଚନା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ ହେବାକୁ ଯାଉଛି ଦ୍ୱିତୀୟ ଏମ୍ସ। ଏନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସିଏମ କିଷାନ ଯୋଜନା ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଖୁବ୍‌ଶୀଘ୍ର ଏମ୍ସ ସମ୍ବଲପୁରରେ ହେବାକୁ ଯାଉଛି । ରାଜ୍ୟ ସରକାର ଏନେଇ କେନ୍ଦ୍ର ନିକଟରେ ଦାବି ରଖି ସାରିଛନ୍ତି। ଆଗାମୀ ଦିନରେ ଏହା ସମ୍ବଲପୁରରେ ହେବାକୁ ଯାଉଛି। କିଛିଦିନ ପୂର୍ବରୁ ସାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ବିଧାନସଭାରେ ମଧ୍ୟ ଏହି ସୂଚନା ଦେଇଥିଲେ। ସେ କହିଥିଲେ, ରାଜ୍ୟରେ ଦ୍ବିତୀୟ ଏମ୍ସ ହସ୍ପିଟାଲ ସମ୍ବଲପୁରରେ ହେବ । ପୂର୍ବରୁ ପ୍ରଚାର ସମୟରେ ମଧ୍ୟ ସମ୍ବଲପୁର ଏମପି ତଥା କେନ୍ଦ୍ର ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ କହିଥିଲେ, ରାଜ୍ୟରେ ଭାଜପା ସରକାର ଆସିଲେ ଓଡିଶାର ଦ୍ବିତୀୟ ଏମ୍ସ ସମ୍ବଲପୁର ଖୋଲିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    35.5 ° C
    35.5 °
    35.5 °
    20 %
    1.2kmh
    4 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ