Monday, October 5, 2026
21.7 C
Odisha

    ସମ୍ବଲପୁର କୋର୍ଟକୁ ବୋମା ଧମକ, କୋର୍ଟ ପରିସରରେ ହଇଚଇ

    ଆଗକୁ ପଢନ୍ତୁ

    ସମ୍ବଲପୁର  : ସମ୍ବଲପୁର କୋର୍ଟକୁ  ପୁଣି ବୋମା ଧମକ ।  କୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ଇ-ମେଲରେ ଧମକ ଆସିଛି । ଧମକ ମିଳିବା ପରେ କୋର୍ଟ ପରିସରରେ ହଇଚଇ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଟିମ, ସନ୍ଧାନୀ କୁକୁର ଓ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ପହଞ୍ଚି ତଲାସି ଅଭିଯାନ ଜାରି ରଖିଛନ୍ତି । ପୂର୍ବରୁ ମଧ୍ୟ ସମ୍ବଲପୁର କୋର୍ଟକୁ ବୋମା ଧମକ ମିଳିଛି । କୋର୍ଟ ପରିସରକୁ ତୁରନ୍ତ ଖାଲି କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହାରି ଭିତରେ ୪ ଥର ଧମକ ଆସିଲାଣି ।

    ବାରମ୍ବାର ଏଭଳି ଧମକ ଆସୁଥିବାରୁ ଚିନ୍ତା ବଢ଼ିଛି । ଧମକପୂର୍ଣ୍ଣ ଇ-ମେଲ୍‌ର ଉତ୍ସ ଖୋଜିବା ପାଇଁ ସାଇବର ଟିମ୍‌ ସହାୟତାରେ ତଦନ୍ତ ଚାଲିଛି । ଘଟଣାର ପ୍ରକୃତ କାରଣ ଓ ଧମକ ଦେଇଥିବା ବ୍ୟକ୍ତିଙ୍କ ପରିଚୟ ତଦନ୍ତ ପରେ ସ୍ପଷ୍ଟ ହେବ । କୋର୍ଟର କାର୍ଯ୍ୟକଳାପ ଓ ସାଧାରଣ ଲୋକଙ୍କ ସୁରକ୍ଷାକୁ ନଜରରେ ରଖି ପୋଲିସ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.7 ° C
    21.7 °
    21.7 °
    75 %
    1.2kmh
    0 %
    Mon
    31 °
    Tue
    31 °
    Wed
    31 °
    Thu
    29 °
    Fri
    31 °

    ସମ୍ବନ୍ଧିତ