Tuesday, September 8, 2026
25.2 C
Odisha

    ସମ୍ବିଧାନ ବିଷୟରେ ଅବଗତ ହେଲେ ଏହା ଅଧିକ ସମୃଦ୍ଧ ହେବ: ମନମୋହନ ସାମଲ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର,ତା.୦୬/୧୨: ଭାରତୀୟ ସମ୍ବିଧାନ ପ୍ରଣେତା ଭାରତ ରତ୍ନ ବାବାସାହେବ ଡ.ଭୀମରାଓ ଆମ୍ବେଦକରଙ୍କ ଜୀବନ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସଂଘର୍ଷମୟ ଥିଲା । ସେ ଜଣେ ଯୋଗଜନ୍ମା ଥିଲେ । ନିଜ ଆତ୍ମବିଶ୍ୱାସ, ତ୍ୟାଗ ଓ ନିଷ୍ଠା ସହ ମନରେ ଥିବା ସଂକଳ୍ପ, ଇଚ୍ଛାଶକ୍ତି ଯୋଗୁ ସେ ଏହି ଜାଗା ପର୍ଯ୍ୟନ୍ତ ପହଂଚି ପାରିଥିଲେ । ସମାଜର ତଳ ପାହାଚ ଲୋକଙ୍କୁ ସେବା କରିବା ଓ ସେମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରି ଆଗକୁ ଆଣିବା ପାଇଁ ବ୍ୟବସ୍ଥା ନିର୍ଦ୍ଧାରଣ କରିବାରେ ଡ.ଆମ୍ବେଦକରଙ୍କ ନାମ ସ୍ୱର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୋଇ ରହିବ ବୋଲି ରାଜ୍ୟ କାର୍ଯ୍ୟାଳୟରେ ଡ.ଆମ୍ବେଦରକରଙ୍କ ମହାପ୍ରୟାଣ ଦିବସ ପାଳନ ଅବସରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
    ଶ୍ରୀ ସାମଲ କହିଛନ୍ତି ଯେ, ସମାଜର ପଛୁଆ ବର୍ଗରୁ ଆସି ସଂଘର୍ଷ କରୁଥିବାବେଳେ କୌଣସି କାରଣରୁ ଆତ୍ମବିଶ୍ୱାସ କମିଗଲେ ଶ୍ରୀ ଆମ୍ବେଦକରଙ୍କୁ ମନେ ପକାଇବା ଉଚିତ । ଆଜି ଆମ ସମ୍ବିଧାନ ସମୃଦ୍ଧ ହୋଇଛି । ଯେତେେବେଳେ ଲୋକେ ସମ୍ବିଧାନ ବିଷୟରେ ଅବଗତ ହେବେ ସେତବେବେଳେ ଏହା ଆହୁରି ଅଧିକ ସମୃଦ୍ଧ ହେବ । ଏଥିପାଇଁ ନଭେମ୍ବର ୨୬ରୁ ଜାନୁଆରୀ ୨୦୨୬ ପର୍ଯ୍ୟନ୍ତ ସମ୍ବିଧାନ ପ୍ରଣେତାଙ୍କ ଉପରେ ବିଭନ୍ନ ଚର୍ଚ୍ଚା ହେବ । ସମ୍ବିଧାନ ଦିବସରୁ ସାଧାରଣତନ୍ତ୍ର ଦିବସ ପର୍ଯ୍ୟନ୍ତ ଏହି ୬୦ ଦିନର ଅବଧି ମଧ୍ୟରେ ତାଙ୍କ ବିଷୟରେ ଅଧିକ ଅଧ୍ୟୟନ ଓ ଗବେଷଣା ହେବ । ଏହା ଦ୍ୱାରା ସାଧାରଣ କାର୍ଯ୍ୟକର୍ତା ଅସାଧାରଣ ବ୍ୟକ୍ତିତ୍ୱ ବନିପାରିବେ । ଡ.ବାବାସାହେବ ଆମେଦକରଙ୍କୁ ଯେତେ ଶ୍ରଦ୍ଧାଞ୍ଜଳି ଦେଲେ କମ୍ ହେବ । ସେ ଭାରତବର୍ଷରେ ଜଣେ ଆଲୋକବର୍ତିତା ଭାବେ ସମାଜକୁ ଆଲୋକିତ କରିଥିଲେ । ସମସ୍ତଙ୍କୁ ନିଜର ଇଚ୍ଛାଶକ୍ତି ବଳରେ ପ୍ରଭାବିତ କରିପାରୁଥିଲେ । ଖାଲି ସେତିକି ନୁହେଁ, ବିଭିନ୍ନ ବିଷୟକୁ ଉପସ୍ଥାନ କରି କ୍ରିୟାନ୍ୱୟନ ମଧ୍ୟ କରିପାରୁଥିଲେ । ଆମକୁ ବାବା ସାହେବ ଆମ୍ବେଦକରଙ୍କଠାରୁ ପ୍ରେରଣା ନେଇ ନିଜ ଜୀବନର ଦିଶା ନିର୍ଦ୍ଧାରଣ କରିବାକୁ ପଡ଼ିବ ।
    ରାଜ୍ୟ ମୁଖପାତ୍ର ଶ୍ରୀ ଦିଲୀପ ମଲ୍ଲିକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ସାଧାରଣ ସମ୍ପାଦକ (ସଙ୍ଗଠନ) ମାନସ ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦକ ଡ.ଯତୀନ ମହାନ୍ତି, ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଅନୁସୂଚିତ ଜାତିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସୁଶାନ୍ତ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
    ସେହିପରି ଆଜି ସକାଳେ ଭୁବନେଶ୍ୱରର ଏଜି ଛକ ସ୍ଥିତ ଡ.ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତିରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା । ଏହି ଅବସରରେ ଶ୍ରୀ ସାମଲଙ୍କ ସମେତ, ସ୍ୱାସ୍ଥ୍ୟମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ଗୋବିନ୍ଦ ଦାସ, ବିଧାୟକ ଦୁର୍ଗା ତନ୍ତୀ, ମୁଖପାତ୍ର ଦିଲୀପ ମଲ୍ଲିକ, ସୁଶାନ୍ତ ମଲ୍ଳିକ, ବସନ୍ତ ନାୟକ, ଶିବ ପ୍ରସାଦ ମଲ୍ଲିକ, ରାମବିଶି ଦିଗଲ ପ୍ରମୁଖ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    90 %
    1.5kmh
    96 %
    Tue
    25 °
    Wed
    31 °
    Thu
    30 °
    Fri
    27 °
    Sat
    29 °

    ସମ୍ବନ୍ଧିତ