Monday, September 21, 2026
23.5 C
Odisha

    ସମ୍ଭାବ୍ୟ ବାତ୍ୟାକୁ ନେଇ ୭ ଜିଲ୍ଲାରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍‌, ଛୁଟିରେ ଥିଲେ ମୁଖ୍ୟାଳୟକୁ ଫେରିଆସିବାକୁ ନିର୍ଦ୍ଦେଶ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଓଡ଼ିଶାକୁ ବାତ୍ୟା ଭୟ ନାହିଁ । କିନ୍ତୁ ଭୀଷଣରୁ ଅତି ଭୀଷଣ ବର୍ଷା ହେବ । ୭ ଜିଲ୍ଲାରେ ସରକାରୀ ଛୁଟି ବାତିଲ କରାଯାଇଛି। ଯେଉଁମାନେ ଛୁଟିରେ ଅଛନ୍ତି ସେମାନେ ତୁରନ୍ତ ମୁଖ୍ୟାଳୟକୁ ଫେରିଆସିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ବାଲେଶ୍ବର ଠାରୁ ଗଞ୍ଜାମ, କୋରାପୁଟ ଓ ରାୟଗଡ଼ା ପର୍ଯ୍ୟନ୍ତ ୭ଟି ଜିଲ୍ଲାରଜିଲ୍ଲାପାଳମାନେ ଏହି ଛୁଟି ଘୋଷଣା କରିଛନ୍ତି । ସମ୍ଭାବ୍ୟ ବାତ୍ଯା କାରଣରୁ ରାଜ୍ୟରେ ପ୍ରବଳ ବର୍ଷା ସହିତ ପବନ ଆଶଙ୍କା ରହିଛି । ଯାହା କେତେକ ଜିଲ୍ଲାରେ ବନ୍ୟା ଓ ଭୂସ୍ଖଳନର ସମ୍ଭାବନା ସୃଷ୍ଟି କରିପାରେ । ତଳିଆ ଅଞ୍ଚଳରୁ ସ୍ଥାନାନ୍ତର ପାଇଁ ପ୍ରସ୍ତୁତି କରାଯାଇଛି । ବାତ୍ୟା ଆଶ୍ରୟ ସ୍ଥଳୀ, ରିଲିଫ ସେଣ୍ଟର ପ୍ରସ୍ତୁତ ରଖାଯାଇଛି ।

    ଭୁସ୍ଫଳନ ଓ ରେଳ ଧାରଣା ଓ ରାସ୍ତା ଜାମ ଭଳି ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ଓଡ୍ରାଫ ଟିମ୍ ସଜାଗ ସହ ଜରୁରୀକାଳୀନ ବିଭାଗ ପକ୍ଷରୁ ନମ୍ବର ଜାରି କରାଯାଇଛି । ସମ୍ଭାବ୍ୟ ବାତ୍ୟା ମୋନ୍ଥାର ମୁକାବିଲା ପ୍ରସ୍ତୁତି ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସ୍ବତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀ ଓ ଜିଲ୍ଲାପାଳଙ୍କ ଆଲୋଚନା କରିଛନ୍ତି। ସମୀକ୍ଷା ପରେ ମନ୍ତ୍ରୀ କହିଛନ୍ତି, ବାତ୍ୟାର ପ୍ରକୋପ ଯାହା ହେଲେ ବି ସରକାର ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି। ଜଳ ସଂପଦ, ପଞ୍ଚାୟତିରାଜ, କୃଷି, ସ୍ବାସ୍ଥ୍ୟ, ଶକ୍ତି ବିଭାଗକୁ ସଜାଗ ରହିବାକୁ କୁହାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23.5 ° C
    23.5 °
    23.5 °
    96 %
    0.5kmh
    93 %
    Mon
    28 °
    Tue
    28 °
    Wed
    28 °
    Thu
    23 °
    Fri
    23 °

    ସମ୍ବନ୍ଧିତ